Advertisment

“କାଲି କବାଟ ଭାଙ୍ଗିବୁ, ସୁମିତ୍‌ଙ୍କୁ ଘରୁ ଘୋଷାରି ଆଣିବୁ”

‘ସିଏ ତା’ ଘରର ବୋହୂ ସିନା ଆମ ଘରର ଝିଅ। ତା ଶାଶୂ ଶ୍ୱଶୁରଙ୍କର ବିବେକ ନାହିଁ? ମାସେ ହେଲା ବୋହୂଟେ ଆସିକି ଦାଣ୍ଡରେ ବସିଛି? ଆମେ ଦେହ ସହୁନି, ଆମେ ପଳେଇ ଆସୁଛୁ, ସେ ବୋପା ମା କେମିତିକା?’

Tapaswini

Tapaswini

Advertisment

ବ୍ରହ୍ମପୁର: ପୁଣି ଚର୍ଚ୍ଚାରେ ତପସ୍ୱିନୀ। ଶାଶୂଘର ଦୁଆରେ ଧାରଣାରେ ବସିଛନ୍ତି ତପସ୍ୱିନୀ। ଆଉ ଯାହାକୁ ନେଇ ଏବେ ସାରା ରାଜ୍ୟରେ ବେଶ୍‌ ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ଏଇଥି ପାଇଁ ହେଉଛି ଯେ, କାରଣ କୋର୍ଟଙ୍କ ରାୟକୁ ନମାନି ସୁମିତ କେଉଁ ଆଡ଼େ ଯାଇଛନ୍ତି ତାହା ପୁଣି ତପସ୍ୱିନୀଙ୍କ ଅଜ୍ଞାତରେ। ତେଣୁ ତାଙ୍କୁ ଖୋଜି ନପାଇ ବାରମ୍ବାର ଅଭିଯୋଗ କରିଛନ୍ତି ତପସ୍ୱନୀ। କିନ୍ତୁ ଏବେ ପୁଣି ଥରେ ଶାଶୁଘର ସାମ୍ନାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଛି।

Advertisment

ଏମିତିକି କାଲି ଘର ନଖୋଲିଲେ ଠେଲିକି କବାଟ ଭାଙ୍ଗିବେ ଓ ସୁମିତଙ୍କୁ ବାହାରକୁ ଘୋଷାରି ଆଣିବେ ବୋଲି ଉତ୍ୟକ୍ତ ମହିଳାମାନେ କହିଛନ୍ତି। ତେବେ ସ୍ଥାନୀୟ ଲୋକ ଆଜି ଏକତ୍ରୀତ ହୋଇ ଶାଶୂ ଘର ସାମ୍ନାରେ ପାଟିତୁଣ୍ଡ କରିବା ସହ ଶାଶୂ-ଶ୍ୱଶୁରଙ୍କର ବିବେକ ନଥିବା କହିଛନ୍ତି। ଏହାସହ ପୁଅ ଡାକିଆଣି ଘରେ ଲୁଚାଇ ରଖିଛନ୍ତି ଶାଶୂ-ଶ୍ୱଶୁର। ଯଦି କଣ ଅସୁବିଧା ହୋଇଛି ତେବେ ତାହାକୁ ଘର ଭିତରେ ସମାଧାନ କରିବ ନା ବାହାରେ ଯାତ୍ରା କରିବ ବୋଲି ଜଣେ ମହିଳା କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଆମକୁ ଦେଖିକି କଷ୍ଟ ଲାଗୁଛି କିନ୍ତୁ ଏମାନେ କେମିତିକା ଲୋକ ଆମେ ବୁଝିପାରୁନି। ଏମାନଙ୍କ ମୁଣ୍ଡରେ ଦହି ବି ନାହିଁ ବୋଲି ଉତ୍ୟକ୍ତ ମହିଳାମାନେ କହିଛନ୍ତି।

ଠିକ୍‌ ସେହିପରି କହିଛନ୍ତି, ତୁମେ ଯଦି ଭଲ ପାଇକି ବାହା ହେଲ ତେବେ ଅଧିକ କ୍ଲୋଜ ହୋଇକି ରହିବା କଥା। କିନ୍ତୁ ତାହା ହେଉନାହିଁ। ସେ ପିଲା ତା’ ବାପା କଥାରେ ପରିଚାଳିତ ହେଉଛି। ତେଣୁ ଅସୁବିଧା ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ତପସ୍ୱିନୀଙ୍କ କଥାରୁ ଜଣାପଡ଼ୁଛି ଏ ପିଲା ପୂରା ପରିବାର କଥାରେ ପରିଚାଳିତ ହୋଉଛି। ଏହାସହ ଯିଏ ରାସ୍ତାରେ ବୁଲି ଜରି ଗୋଟାଉଛି ସେ ବି ନିଜ ସ୍ତ୍ରୀ ପାଖକୁ କେମିତି ଯିବ ଚିନ୍ତା କରୁଛି। ଏ ଡାକ୍ତର ହୋଇ ମୁର୍ଖ ଭଳି କାମ କରୁଥିବା ତପସ୍ୱିନୀଙ୍କ ଘର ପାଖରେ ଏକାଠି ହୋଇଥିବା ମହିଳାମାନେ କହିଛନ୍ତି। ଏଠି ନିଶ୍ଚିତ ପଇସା କାରବାର ହୋଇଛି। ନହେଲେ ଗୋଟେ ମାସ ହେଲାଣି ଝିଅ ଦାଣ୍ଡରେ ବସିଛି ଏମାନେ ତାକୁ ଘରକୁ ନେଉନାହାନ୍ତି।

Advertisment
Ganjam Tapaswini Sumeet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ