Advertisment

ହକ୍‌ ପାଇଲେ ତପସ୍ୱିନୀ ! ଏଥର ସ୍ୱାମୀଙ୍କ ସହ ରହିବେ

ଆଜିକୁ ୭ ଦିନ ଧରି ପୋଲିସ ସୁରକ୍ଷାରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ନିକଟରୁ ପୋଲିସ ସୁରକ୍ଷାକୁ ହଟାଯାଇଛି । ତେବେ ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୋଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।

Tapaswini - Sumit

Tapaswini - Sumit

Advertisment

ବ୍ରହ୍ମପୁର: ଏକାଠି ରହିବେ ପତି-ପତ୍ନୀ । ସୁମିତ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ କଳହକୁ ନେଇ ବିବାଦ ପରେ ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିବା ଗଂଜାମ ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ, ତାଙ୍କ ସ୍ୱାମି ସୁମିତ ସାହୁଙ୍କ ସହ ପୁଣି ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର SDJM କୋର୍ଟ । ଉଭୟ ଏକ ଭଡ଼ା ଘର ନେଇ ରହିବାକୁ ଡାକ୍ତର ସୁମିତ ସାହୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସମସ୍ତ ଖର୍ଚ୍ଚ ସୁମିତ ବହନ କରିବେ ବୋଲି କୋର୍ଟ କହିଛନ୍ତି ।

Advertisment

ସେପଟେ ଆଜିକୁ ୭ ଦିନ ଧରି ପୋଲିସ ସୁରକ୍ଷାରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ନିକଟରୁ ପୋଲିସ ସୁରକ୍ଷାକୁ ହଟାଯାଇଛି । ତେବେ ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୋଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । ଉଭୟ ପରିବାରର ଲୋକମାନେ ସେମାନଙ୍କୁ ସାକ୍ଷାତ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । ସେପଟେ ସୁମିତଙ୍କ ପରିବାରକୁ ପକ୍ଷ ରଖିବା ପାଇଁ ୭ ଦିନ ସମୟ ଦିଆଯାଇଛି । ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ