Advertisment

ସ୍କୁଲ୍‌ରେ ଲାଗିଲା ମାଓ ବ୍ୟାନର; ଭୋଟ୍‌ ବର୍ଜନ ପାଇଁ ଆହ୍ୱାନ୍‌

କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିନ ରଢ଼ିଗୁମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଲାଗିଛି ମାଓ ବ୍ୟାନର । ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ଏହି ବ୍ୟାନର ଲାଗିବା ସହ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଛି । ମାଓ ବ୍ୟାନର ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Maoist Posters Urge People To Boycott Panchayat Polls In Kandhamal, Kalahandi

କେବଳ ଆଜି ନୁହେଁ ଗତ କିଛି ଦିନ ଧରି କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ବାଲିଗୁଡା ଓ ଫିରିଙ୍ଗିଆ ଥାନା ଅଞ୍ଚଳରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର ସହ ହିଂସାକାଣ୍ଡ ଜାରି ରହିଛି ।

ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରର ଭବାନୀପୁର ଓ ଲକ୍ଷ୍ମୀପୁର ଅଞ୍ଚଳରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏଥିରେ ଭୋଟ୍ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଛି । ଏହା ପୂର୍ବରୁ ୭ ତାରିଖ ଦିନ ଏମ୍. ରାମପୁର ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ଏହି ପୋଷ୍ଟର ସଂପର୍କରେ ରିପୋର୍ଟିଂ କରିବାକୁ ଯାଇ ବିସ୍ଫୋରଣରେ ଜଣେ ସାମ୍ବାଦିକ ପ୍ରାଣ ମଧ୍ୟ ହରାଇଥିଲେ ।

Advertisment

ଅନ୍ୟପକ୍ଷେ ଆଜି ଛତିଶଗଡ଼ରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ବିଜାପୁର ଜିଲ୍ଲା ବାସାଗୁଡ଼ାରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଏଥିରେ ଜଣେ CRPF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଥିବାବେଳେ ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉସୁର ଅଞ୍ଚଳରେ ତିମାପୁର ସଂଲଗ୍ନ ପୁତକେଲର ଜଙ୍ଗଲରେ ଏହି ଏନକାଉଣ୍ଟର ଚାଲିଛି । ଏହି ଏନକାଉଣ୍ଟରରେ ସହିଦ ହୋଇଥିବା ୧୬୮ ତମ ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏସବି ତିର୍କୀ ଝାଡ଼ଖଣ୍ଡର ବାସିନ୍ଦା ବୋଲି ଜଣାପଡ଼ିଛି । ଏନକାଉଣ୍ଟର ସମ୍ପର୍କରେ ବସ୍ତର ଆଇଜି ପି.ସୁନ୍ଦରରାଜ ସୂଚନା ଦେଇଛନ୍ତି ।

Mao Poster
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ