Advertisment

ଖୋଲିଗଲା ଭାଗ୍ୟ; ଏବେ ମାସକୁ ମିଳିବ ୧୦ ଲକ୍ଷ ଟଙ୍କା

ଭାଗ୍ୟର ତାଲା କେବେ ଖୋଲିବ ତାହା କେହି କହି ପାରିବେ ନାହିଁ। ଟଙ୍କା ପାଖରେ ନଥିବ, କିନ୍ତୁ ଈଶ୍ୱରଙ୍କ କରୁଣାରୁ ଲକ୍ଷ ଲକ୍ଷ ଟଙ୍କା ଆସିଯିବ। ସେଥିପାଇଁ ତ କୁହାଯାଏ, ‘ଈଶ୍ୱର ଯେତେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି।’

ଅଦ୍ୟତନ ହୋଇଛି
Man Won Unique Jackpot

Man won unique jackpot will ge 10 lakh rupees every month

Advertisment

ଭାଗ୍ୟର ତାଲା କେବେ ଖୋଲିବ ତାହା କେହି କହି ପାରିବେ ନାହିଁ। ଟଙ୍କା ପାଖରେ ନଥିବ, କିନ୍ତୁ ଈଶ୍ୱରଙ୍କ କରୁଣାରୁ ଲକ୍ଷ ଲକ୍ଷ ଟଙ୍କା ଆସିଯିବ। ସେଥିପାଇଁ ତ କୁହାଯାଏ, ‘ଈଶ୍ୱର ଯେତେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି।’

Advertisment

ଏମିତି ଏକ ଘଟଣା ଜଣେ ବ୍ୟକ୍ତିଙ୍କ ସହ ହୋଇଛି। ସେ କଠିନ ପରିଶ୍ରମ କରି କିଛି ଟଙ୍କା ସଞ୍ଚୟ କରୁଥିଲେ ଯାହା ଦ୍ୱାରା ସେ ତାଙ୍କ ମା’ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିବେ। ହଠାତ୍ ଦିନେ ଲଟେରୀ ଖେଳିବା ନେଇ ତାଙ୍କ ମନ ହେଲା। ଏନେଇ ସେ ଟିକେଟ୍ ମଧ୍ୟ କିଣିଲେ। ଏହି ଲଟେରୀ ଟିକେଟ୍ ହିଁ ତାଙ୍କ ଭାଗ୍ୟ ଖୋଲିଦେଲା। ତାଙ୍କ ହାତରେ ଏକ ଅନନ୍ୟ ଜ୍ୟାକପଟ୍ ଲାଗିଗଲା।

ଅଧିକ ପଢ଼ନ୍ତୁ: ଭାଗ୍ୟଦେଲା ସାଥ୍, ଉଠିଲା ଲଟେରୀ...ବର୍ଷେ କାମ ନ କରି ପାଇବେ ପୂରା ଦରମା

Advertisment

ଏହା ଏମିତି ସେମିତି ଜ୍ୟାକପଟ୍ ନୁହେଁ। ପ୍ରତି ମାସରେ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ସେବେଠାରୁ ସେ ଏତେମାତ୍ରାରେ ଖୁସି ହୋଇଯାଇଛନ୍ତି ଯେ ସେ ପ୍ରତିଦିନ ନିଜ କର୍ମଚାରୀଙ୍କ ସହିତ ସେଲିବ୍ରେଟ୍ କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ବ୍ରିଟେନର ବାସିନ୍ଦା ୫୦ ବର୍ଷିୟ ପଲ୍ ବେଭାନ୍ସ ୨୭ ମାର୍ଚ୍ଚରେ ଏହି ଲଟେରୀ ଟିକେଟ୍‌ କିଣିଥିଲେ। କିଛି ଦିନ ପୂର୍ବରୁ ଏହାର ଡ୍ର ବାହାରିବା ମାତ୍ରେ ସେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ସେ ନିଜେ ହିଁ ଭାଗ୍ୟଶାଳୀ ବିଜେତା ହୋଇଥିଲେ। ସେ ଅନୁଭବ କଲେ ଯେ ଆଖି ବୋଧେ ତାଙ୍କୁ ଧୋକା ଦେଉଛି।

Advertisment

ଏନେଇ ସେ ସେହି ସଂଖ୍ୟାକୁ ବାରମ୍ବାର ଦେଖିବାକୁ ଲାଗିଲେ। ଏହାକୁ ଅନେକ ବନ୍ଧୁଙ୍କୁ ମଧ୍ୟ ଦେଖାଇଲେ ଯାହା ଦ୍ୱାରା ସେ ବିଜେତା ହୋଇଛନ୍ତି ବୋଲି ସେମାନେ ବିଶ୍ୱାସ କରିବେ। ଜ୍ୟାକପଟ୍ ନାମକରଣ ହେବା ମାତ୍ରେ ବେଭାନ୍ସ ସେଲିବ୍ରେଟ କରିବାକୁ ଟିକେ ବି ବିଳମ୍ବ କରି ନଥିଲେ। ସେ ତାଙ୍କର ସମସ୍ତ କର୍ମଚାରୀଙ୍କୁ ଛୁଟି ଦେଇଦେଇଥିଲେ ଏବଂ ସେମାନଙ୍କ ସହ ପାର୍ଟୀ କରିବାକୁ ବାହାରି ପଡିଥିଲେ।

ପଲ୍ ବେଭାନ୍ସ ପରବର୍ତ୍ତୀ ଏକ ବର୍ଷ ପାଇଁ ପ୍ରତି ମାସରେ ପ୍ରାୟ ୧୦ ଲକ୍ଷ ଟଙ୍କା ପାଇବେ। ପଲ୍ କହିଛନ୍ତି, “ମୁଁ ମୋ ଆଖିକୁ ବିଶ୍ୱାସ କରିପାରିଲି ନାହିଁ। ମୁଁ ପ୍ରାୟ ପାଞ୍ଚ ଥର ଟିକେଟ୍ ଦେଖିଲି। ମୁଁ ନିଶ୍ଚିତ ହେବା ମାତ୍ରେ ମୁଁ ପାର୍ଟି କରିବାକୁ ଲାଗିଲି।”

ବେଭାନ୍ସ କୁହନ୍ତି, “ସତ କହିବାକୁ ଗଲେ ମୁଁ ସାରା ଜୀବନ କଠିନ ପରିଶ୍ରମ କରିଥିଲି, କିନ୍ତୁ ମୁଁ ଯେତିକି ଟଙ୍କା ସ୍ୱପ୍ନରେ ଦେଖିଥିଲି ତାହା କେବେବି ପାଇ ନଥିଲି। ମୋର କିଛି ଇଚ୍ଛା ଥିଲା କିନ୍ତୁ ସେଗୁଡିକ ପୂରଣ କରିବା ପାଇଁ ମୋ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା। ମୁଁ କିଛି ବର୍ଷ ଧରି ସଞ୍ଚୟ କରୁଥିଲି ଯାହା ଦ୍ୱାରା ମୁଁ କୌଣସି ସ୍ଥାନକୁ ବୁଲି ଯାଇପାରିବି। ବର୍ତ୍ତମାନ ମୁଁ ମାସରେ ଅନେକ ଥର ଏହା କରିପାରିବି।”

ସେ କୁହନ୍ତି ଯେ “ମୁଁ ଖୁବ ଶୀଘ୍ର କିଛି ବି କିଣିବି ନାହିଁ। ମୁଁ ଏତେ ଦିନ ଧରି ଅପେକ୍ଷା କରିଛି ତେଣୁ ଗ୍ରୀଷ୍ମ ଶେଷ ପର୍ଯ୍ୟନ୍ତୁ ଆଉ କିଛିଦିନ ଅପେକ୍ଷା କରିବି ଯାହା ଫଳରେ କିଛି ଶସ୍ତା ଜିନିଷ ମିଳିଯିବ। ମୁଁ ଏକ ଟୁରିଷ୍ଟ ବସ୍ ନେବାକୁ ଇଚ୍ଛା କରୁଛି। ମୁଁ ଜମାଇକାରେ ଛୁଟି କଟାଇବାକୁ ଚାହୁଁଛି କାରଣ ମୋ ମା’ ସେଠାକୁ ଯାଇଥିଲେ। ମତେ ସେହି ଦ୍ୱୀପ ଏକ ସ୍ୱର୍ଗ ପରି ଲାଗେ।”

Lottery System Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ