Advertisment

ସହ୍ୟ ହେଲାନି ମା’ର ଯନ୍ତ୍ରଣା ; ଆକ୍ରମଣକାରୀକୁ ପାନେ ଦେଲା ବାଛୁରୀ

ଖରାପ୍ କାମ କରୁଥିବା ବ୍ୟକ୍ତିଙ୍କୁ ପାନେ ଦେଲା ବାଛୁରୀ, ଦେଖନ୍ତୁ ଭିଡ଼ିଓ...

ଅଦ୍ୟତନ ହୋଇଛି
Man was hitting cow by the stick calf jumping immediately then what happened next see viral video

Man was hitting cow by the stick calf jumping immediately then what happened next see viral video

Advertisment

କଥାରେ ଅଛି ‘ଯେମିତି କର୍ମ, ସେମିତି ଫଳ’ । ତେଣୁ କାହା ସହ ଖରାପ କରିବା ଉଚିତ୍ ନୁହେଁ କିମ୍ବା କାହା ବିଷୟରେ ଖରାପ ଭାବିବା ଉଚିତ୍ ନୁହେଁ । ଯଦି ଆମେ ସେହିପରି କରିଥାଉ ତେବେ ଆମେ ନିଶ୍ଚିତ ଭାବରେ ସେହି ଖରାପ କର୍ମର ଫଳାଫଳ ଭୋଗିବୁ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଏହି ଲୋକକଥାକୁ ସତ୍ୟ ବୋଲି ପ୍ରମାଣିତ କରୁଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଗାଈକୁ ବାଡିରେ ପିଟୁଛି । ସେହି ସମୟରେ ବାଛୁରୀ ବ୍ୟକ୍ତିଙ୍କ ସହ ଯାହା କରିଛି ତାହା ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

Advertisment

ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ :- 

ଭାଇରାଲ୍ ହେଉଥିବା ଏହି ଭିଡ଼ିଓଟିରେ କିଛି ଗୋଶାଳାରେ କିଛି ଗାଇଙ୍କ ସହ ଜଣେ ବ୍ୟକ୍ତି ଥିବା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ଗାଈକୁ ବାଡ଼ିରେ ବାଡାଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଠିକ୍‌ ସେହି ସମୟରେ ବାଛୁରୀ ଆସି ଡେଇଁବା ସହ ଯୁବକଙ୍କୁ ଲାତ ମାରିଥିଲା । ଫଳରେ ଯୁବକ ଜଣକ ଚିତ୍‌ପଟାଙ୍ଗ୍ ହୋଇ ତଳେ ପଡିଯାଇଛନ୍ତି ।

Advertisment

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି । ଏହି ଭିଡିଓଟି ଟ୍ୱିଟରରେ ମେଶ୍‌ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଜଣ ଦେଖିଛନ୍ତି । ତେବେ ଭିଡ଼ିଓଟି ଦେଖି ୟୁଜର୍ସ ବିଭିନ୍ନ ମତାମତ ଦେଇଛନ୍ତି । କିଛି ଲୋକେ କହିଛନ୍ତି ଯେ, ବାଛୁରୀଟି ଠିକ୍ କରିଛି । ଲୋକଙ୍କୁ ଏହିପରି ନିଜ ଖରାପ୍ କର୍ମର ଫଳ ନିହାତି ମିଳିବା ଆବଶ୍ୟକ ।

Man Was Hitting Cow By The Stick Man Was Hitting Cow Treanding Video Funny Video Viral Video Viral Video Of Man Hitting Cow
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ