Advertisment

କୁମ୍ଭୀର ମୁହଁରୁ ମୁକୁଳିଲା ପରେ ଛାତିଥରା କାହାଣୀ ବଖାଣିଲେ ନିତ୍ୟାନନ୍ଦ...

କୁମ୍ଭୀର ମୁହଁରୁ ମୁକୁଳିଲେ ନିତ୍ୟାନନ୍ଦ, ଆଉ ଏବେ ଲୋମଟାଙ୍କୁରା କାହାଣୀ ବଖାଣୁଛନ୍ତି...

ଅଦ୍ୟତନ ହୋଇଛି
Man Survives Crocodile Attack In Kendrapara

Man Survives Crocodile Attack In Kendrapara

Advertisment

କଥାରେ ଅଛି ରଖେ ହରି ତ ମାରେ କିଏ ? ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ । କୁମ୍ଭୀର ସହ ଲଢ଼ି ନିଜ ଜୀବନ ରକ୍ଷା କରିଛନ୍ତି କେନ୍ଦ୍ରାପଡାର ନିତ୍ୟାନନ୍ଦ ପାତ୍ର ।

Advertisment

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ବଡ଼ଜୋରମୁହଁ ଗାଁର ନିତ୍ୟାନନ୍ଦ ପାତ୍ର ଗତ ୨ ତାରିଖ ଦିନ ଶୌଚ ହେବା ପାଇଁ ଖରସ୍ରୋତା ନଦୀକୁ ଯାଇଥିଲେ । ସେହିସମୟରେ ହଠାତ୍ ଏକ କୁମ୍ଭୀର ଆସି ତାଙ୍କୁ ପାଣି ଭତରକୁ ଟାଣି ନେଇଥିଲା । ପରେ ପରେ ଦୀର୍ଘ ୨୦ ମିନିଟ୍‌ ଧରି ସେ କୁମ୍ଭୀର ସହ ନିଜ ଜୀବନ ରକ୍ଷା କରିବା ପାଇଁ ଲଢ଼େଇ କରିଥିଲେ । କୁମ୍ଭୀର ସହ ଜୀବନ-ମରଣର ସଂଘର୍ଷ ପରେ ହାର୍‌ ନ ମାନି ଶେଷରେ ସେ ନିଜ ଜୀବନ ବଞ୍ଚାଇପାରିଛନ୍ତି ।

ତେବେ କୁମ୍ଭୀର ଆକ୍ରମଣ ପରେ ଗତ ୪ ଦିନ ଧରି ନିତ୍ୟାନନ୍ଦ କଟକ ବଡ଼ମେଡିକାଲ୍‌ରେ ଚିକିତ୍ସା ହେବେ ପରେ ଏବେ ଘରକୁ ଫେରିଛନ୍ତି ଏବଂ ନିଜ ସଂଘର୍ଷର କାହାଣୀ ବଖାଣିଛନ୍ତି ।

Advertisment

ଏନେଇ ନିତ୍ୟାନନ୍ଦ କହିଛନ୍ତି ଯେ, ‘ ଦୀର୍ଘ ୧୪ ପିଢ଼ି ହେବ ଆମେ ସେହି ନଦୀରେ କାରବାର କରିଆସୁଅଛୁ । ଶୌଚ ହେବା ସମୟରେ କୁମ୍ଭୀର ଗଣ୍ଡରେ ଛକି ରହିଥିଲା । ମୁହଁ ଧୋଇଲା ବେଳେ ହଠାତ୍‌ ସେଇ କୁମ୍ଭୀର ଆସି ମୋ ବେକକୁ ଧରି ଗଣ୍ଡ ଭିତରକୁ ଟାଣିନେଲା । ପେଟ ତଳେ ପୁରାଇ ଗୋଟେ ରାଉଣ୍ଡ ମାରିଲାବେଳେ ମୁ ଭାବିନଥିଲିଯେ, ମୁଁ କୁମ୍ଭୀର ଆକ୍ରମଣର ଶିକାର ହୋଇଛି । ପ୍ରଭୁଙ୍କ ଦୟାରୁ ଗୋଟେ ବାଡି ମୋ ହାତରେ ପଡିଗଲା ଓ କୁମ୍ଭୀର ଗୋଡ ମୋ ହାତରେ ପଡିଗଲା । ଯାହା ପରେ ମୁଁ କୁମ୍ଭୀର ଗୋଡକୁ ମୋଡିଦେଲି

Advertisment

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କୁମ୍ଭୀରଟି ତିନି କ୍ୱିଣ୍ଟାଲ୍‌ ଓଜନର ହୋଇଥିବାବେଳେ ତାର ଲମ୍ୱ ୨୦ ଫୁଟ୍‌ରୁ ଉର୍ଦ୍ଧ୍ୱ । ଏହାର ଓସାର ଥିଲା ସାଢ଼େ ୩ ଫୁଟ୍‌ । ତା ସହ ସଂଘର୍ଷ କରି ମୁଁ ଆହତ ହୋଇଛି । ଦୀର୍ଘ ୨୦-ରୁ ୨୫ ମିନିଟ୍ ଧରି ମୁଁ କୁମ୍ଭୀର ସହ ସଂଘର୍ଷ କରିଛି ’ । କୁମ୍ଭୀର ପାଟିରୁ କେହି ବଞ୍ଚନ୍ତି ନାହିଁ । ତେଣୁ ମୋର ବି ବିଶ୍ୱାସ ନଥିଲା କି ମୁଁ କୁମ୍ଭୀର ପାଟିରୁ ବଞ୍ଚିପାରିବି ବୋଲି । ହେଲେ ଠାକୁରଙ୍କ ଦୟାରୁ ଦୀର୍ଘ ୨୦ ମିନିଟ୍‌ର ସଂଘର୍ଷ ପରେ ମୁଁ କୂଳକୁ ଫେରି ଆସିପାରିଥିଲି’ ।

Kendrapara Crocodile Attack Crocodile Man Survives
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ