Advertisment

ଯାଦୁ ଦେଖି ହସି ହସି ଗଡ଼ିଲା ମାଙ୍କଡ଼, ଦେଖନ୍ତୁ ଭିଡ଼ିଓ...

ମାଙ୍କଡ଼ ଦେଖୁଛି ଯାଦୁ... ମ୍ୟାଜିକ୍‌ ଦେଖି ହସି ହସି ଗଡ଼ିଲା ମାଙ୍କଡ଼...ଦେଖନ୍ତୁ ଏହି ଅଜବ ଭିଡ଼ିଓ...

ଅଦ୍ୟତନ ହୋଇଛି
man showing magic to orangutan then he badly laughed in funny viral video

man showing magic to orangutan then he badly laughed in funny viral video

Advertisment

ମ୍ୟାଜିକ୍ ଦେଖୁଛି ମାଙ୍କଡ଼ । କେବଳ ଦେଖୁଛି ତାହା ନୁହେଁ ଯାଦୁ ଦେଖିବା ସହ ହସି ହସି ମଧ୍ୟ ଗଡ଼ିଯାଉଛି । ଏହିପରି ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଥରେ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ ।

Advertisment

ତେବେ ମାଙ୍କଡ଼ ମଣିଷର ପୂର୍ବ ପୁରୁଷ ବୋଲି କୁହାଯାଇଥାଏ । କେବଳ ଏତିକି ନୁହେଁ ସେମାନେ ବୁଦ୍ଧିମାନ ହୋଇଥିବା ସହ ତାଙ୍କ ଅନେକ କାର୍ଯ୍ୟ ମାନବଙ୍କ ସହ ସମାନ ହୋଇଥାଏ । କିଛି ଲୋକ ଘରେ ମଧ୍ୟ ମାଙ୍କଡ ପାଳିବାକୁ ଭଲ ପାଆନ୍ତି । ଏମିତି କି ଗୃହପାଳିତ ମାଙ୍କଡମାନେ ମଣିଷ ପରି ସମାନ ଆଚରଣ କରନ୍ତି । ସାଧାରଣତଃ ମାଙ୍କଡ଼ମାନେ ଲୋକଙ୍କ ଅଙ୍ଗଭଙ୍ଗୀକୁ ମଧ୍ୟ ବୁଝିପାରନ୍ତି । ଯାହା ଏକ ଭିଡ଼ିଓରେ ପ୍ରମାଣିତ ହୋଇଥିବାର ଦେଖିବାକୁ ମିଳିଛି । କାରଣ ଜଣେ ମାଙ୍କଡ଼ ଯୁବକଙ୍କ ଯାଦୁ ଦେଖି ହସି ହସି ଗଡିଯାଉଛି । ତେବେ ଆସନ୍ତୁ ଦେଖିବା ମାଙ୍କଡ଼ର ସେହି ଅଜବ ଭିଡ଼ିଓ...

ଦେଖନ୍ତୁ ଏହି ଭାଇରାଲ୍ ଭିଡ଼ିଓ :-

Advertisment

ଭାଇରାଲ୍ ହେଉଥିବା ଏହି ଭିଡ଼ିଓରେ ଏକ ଉରାଙ୍ଗୁଟାନ୍ ପ୍ରଜାତିର ମାଙ୍କଡ଼ ଦେଖିବାକୁ ମିଳିଛି । ଏବଂ ସେହି ମାଙ୍କଡ଼ ସାମ୍ନାରେ ଜଣେ ଯୁବକ ଯାଦୁ ଦେଖାଉଛନ୍ତି । ସେ ବହୁତ ଧ୍ୟାନରେ ଯୁବକଙ୍କ ଯାଦୁକୁ ଦେଖୁଛି । ସମ୍ପୂର୍ଣ୍ଣ ଯାଦୁ ଦେଖି ମାଙ୍କଡ଼ଟି ଖୁବ୍‌ ଉପଭୋଗ କରିବା ସହ ସେ ଏତେ ହସୁଛି ଯେ, ଶେଷରେ ହସି ହସି ତଳେ ଗଡ଼ିଯାଉଛି । ତେବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡ଼ିଓ ୭୦ ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଲେଣି । ଭିଡ଼ିଓଟି ଦେଖିବାକୁ ଏତେ ରୋମାଞ୍ଚକ ଯେ, ଯିଏ ଦେଖୁଛି ସିଏ ହସୁଛି । 

Treanding Video Orangutan Funny Video Orangutan Cute Video Man Showing Magic To Orangutanorangutan Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ