Advertisment

କଖାରୁରେ ନୌକା ଯାତ୍ରା କରି ରେକର୍ଡ କଲେ ବୃଦ୍ଧ

ଡଙ୍ଗାରେ ବସି ଦୀର୍ଘ ଯାତ୍ରା କରିବା ଏକ ସାହସ ଓ ବିପଦପୂର୍ଣ୍ଣ କାର୍ଯ୍ୟ। କିନ୍ତୁ ଜଣେ ୬୦ ବର୍ଷର ବୃଦ୍ଧ ଦୀର୍ଘ ୬୧ କିମି ନୌକା ଯାତ୍ରା କରିଛନ୍ତି। ତାହା ପୁଣି କୌଣସି ଯନ୍ତ୍ରଚାଳିତ ଡଙ୍ଗା କି କାଠ ଡଙ୍ଗାରେ ନୁହେଁ, ଏକ କଖାରୁରେ। ଦେଖନ୍ତୁ…

ଅଦ୍ୟତନ ହୋଇଛି
Man sets world record by travelling 61 km in a pumpkin

Man sets world record by travelling 61 km in a pumpkin

Advertisment

ପ୍ରତ୍ୟେକ ମଣିଷର ପାଖରେ କିଛି ନା କିଛି ପ୍ରତିଭା ଥାଏ। ସେହି ଆଧାରରେ ମଣିଷ ନିଜ ପାଇଁ ଏକ ସ୍ୱତନ୍ତ୍ର ଜାଗା ହାସଲ କରିପାରେ। କିଏ ଭଲ ଗୀତ ଗାଏ, କିଏ ଭଲ ଖେଳେ କିମ୍ବା କେହି ଭଲ ପାଠ ପଢେ। ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଅଜବଗଜବ ଗୁଣ ଯୋଗୁଁ ନାଁ କମେଇ ପାରନ୍ତି। ସେହିପରି ଜଣେ ବ୍ୟକ୍ତି ଏପରି କିଛି ଅଦ୍ଭୁତ ପ୍ରତିଭା ଦେଖେଇଛନ୍ତି ଯାହା ଦ୍ୱାରା ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

Advertisment

ସାଧାରଣତଃ ଡଙ୍ଗାରେ ବସି ଦୀର୍ଘ ଯାତ୍ରା କରିବା ଏକ ସାହସ ଓ ବିପଦପୂର୍ଣ୍ଣ କାର୍ଯ୍ୟ। ଯଦି କେହି ସାଧାରଣ ଡଙ୍ଗା ବଦଳରେ ଏକ ବଡ଼ କଖାରୁ ଡଙ୍ଗା ତିଆରି କରି ଏହି କାମ କରେ, ତେବେ ଏହା ନିଶ୍ଚିତ ଏକ ଆଶ୍ଚର୍ଯ୍ୟଜନକ ହେବ। ୬୦ ବର୍ଷ ବୟସରେ ଏମିତି କରି ଅନନ୍ୟ ବିଶ୍ୱ ରେକର୍ଡ ସୃଷ୍ଟି କରି ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ଏକ ବଡ଼ କଖାରେ ଡଙ୍ଗାରେ ତିଆରି କରି ଦୂର ଯାତ୍ରା କରିଛନ୍ତି, ଯାହାକୁ ସାଧାରଣରେ କଳ୍ପନା ବି କରାଯାଇପାରିବ ନାହିଁ।

ରେକର୍ଡ ସୃଷ୍ଟି କରିଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ଡ୍ୟୁନ୍ ହାନସେନ୍। କଖାରୁ ନିର୍ମିତ ଏକ ଡଙ୍ଗାରେ ଦୀର୍ଘତମ ଯାତ୍ରା କରି ସେ ଇତିହାସରେ ନିଜ ନାମ ରେକର୍ଡ କରିଛନ୍ତି। ତାଙ୍କ ନାମରେ ଗିନିଜ ୱାର୍ଲ୍ଡ ରେକର୍ଡ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ କେବଳ କାଠ ଡଙ୍ଗା ବିଷୟରେ ଶୁଣିଥିଲେ। ଯଦିଓ ଏକ କଖାରୁରେ ଡଙ୍ଗା ତିଆରି ହୋଇପାରେ, କିନ୍ତୁ ଏହା ଦ୍ୱାରା ଦୀର୍ଘ ୬୧ କିଲୋମିଟର ଯାତ୍ରା କରିବା ଏକ ବଡ଼ ସଫଳତା। ଏହି ଡଙ୍ଗା ଏକ ବିଶାଳ ପାଚିଲା କଖାରୁରେ ତିଆରି ହୋଇଥିବା ବେଳେ ଏଥିରେ ବସି ହାନ୍‌ସେନ୍ ମିସୌରୀ ନଦୀ ପାର ହୋଇଛନ୍ତି। ତାଙ୍କର ଏହି ଭିଡିଓରେ ଫେସ୍‌ବୁକ୍‌ରେ ଭାଇରାଲ ହେବାରେ ଲାଗିଛି।

Advertisment

ଯେଉଁ ବୟସରେ ଲୋକମାନେ ନିଜକୁ ବୃଦ୍ଧ ବୋଲି ଭାବନ୍ତି, ସେହି ବୟସରେ ହାନସେନ୍‌ଙ୍କ ଏହି କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କର ଏହି ନୌକା ଯାତ୍ରା ସମୟରେ କିଛି ଲୋକ ତାଙ୍କୁ ଅନୁସରଣ କରିଥିଲେ ଏବଂ ତାଙ୍କର ଫଟୋ ଉଠାଇବା ସହ ଭିଡିଓ କରିଥିଲେ। ୧୧ ଘଣ୍ଟାର ନିରନ୍ତର ନୌକା ଯାତ୍ରା ପରେ ହାନ୍‌ସେନ୍ କୂଳରେ ପହଞ୍ଚିଥିଲେ। ହାନ୍‌ସେନ୍‌ ଏହି କୌଶଳ ସେତେବେଳେ ପାଇଥିଲେ ଯେତେବେଳେ ସେ ଦେଖିଥିଲେ ଜଣେ ବ୍ୟକ୍ତି ୩୦ ମାଇଲ୍ ପର୍ଯ୍ୟନ୍ତ ନୌକା ଯାତ୍ରା କରି ଏକ ରେକର୍ଡ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ