Advertisment

ଗୋବର ଖତରୁ ତିଆରି ହେଉଛି ଜାଳେଣି କାଠ

ଗୋବରକୁ କଞ୍ଚାମାଲ୍ ରୂପେ ବ୍ୟବହାର କରି ମେସିନ ସାହାଯ୍ୟରେ ରୋଷେଇ ଘରର ଜାଳେଣି ପ୍ରସ୍ତୁତ କରାଯାଉଛି ।

cow dung to firewood

cow dung to firewood

Advertisment

ଗୋବରରୁ ଖତ ହେବା କଥା ସମସ୍ତେ ଜାଣିଛନ୍ତି। ତା ଛଡ଼ା ଜାଳେଣି ଭାବେ ଘସି ମଧ୍ୟ ହୋଇଥାଏ। ଏମିତିକି ଗୋବର ଗ୍ୟାସ୍ କଥା ବି ସଭିଏଁ ଜାଣିଥିବେ । ହେଲେ କେବେ ଗୋବର କାଠ ବିଷୟରେ ଶୁଣିଛନ୍ତି କି ? ମେସିନ୍ ସାହାଯ୍ୟରେ ଜଣେ ଗୋପାଳକ ଜାଳେଣି କାଠ ତିଆରି କରି ଏବେ ଚର୍ଚ୍ଚାରେ ଅଛନ୍ତି ।

Advertisment

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଉଦ୍ୟୋଗୀ ବିନୋଦ ଅଗ୍ରୱାଲଙ୍କ ନୂଆ ପ୍ରୟାସ । ଗୋବର ଖତରୁ ତିଆରି ହେଉଛି ଜାଳେଣି କାଠ । ଗୋବରକୁ କଞ୍ଚାମାଲ୍ ରୂପେ ବ୍ୟବହାର କରି ମେଶିନ୍ ସାହାଯ୍ୟରେ ଏଠାରେ ରୋଷେଇ ଘରର ଜାଳେଣି ପ୍ରସ୍ତୁତ କରାଯାଉଛି । ନିଜେ ଗୋପାଳନ କରି ଆର୍ଥିକ ରୂପରେ ସ୍ୱାବଲମ୍ବୀ ହୋଇଥିବା  ଏଥିରେ ୯ଜଣ ସ୍ଥାନୀୟ ବିସିନ୍ଦା ରୋଜଗାର ପାଇଥିବା ବେଳେ ଏବେ ଗୋବର କାଠର ଚାହିଦା ମଧ୍ୟ ବଢ଼ିଛି... ।

ଗୋବର ଏକାଧିକ କାମରେ ଲାଗି ପାରୁଥିବା ବେଳେ ଏ ଗୋବର କାଠକୁ ନେଇ ସ୍ଥାନୀୟ ଲୋକେ ବେଶ୍ ଉତ୍ସାହିତ ଅଛନ୍ତି । ଗୋଟେପଟେ ଜଙ୍ଗଲ କ୍ଷୟ ରୋକିବାରେ ଏହା ସହାୟ ହେଉଥିବା ବେଳେ ଅନ୍ୟପଟେ ପରିବେଶବୀତ ମଧ୍ୟ ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ଗାଁ ଗାଁରେ ଯଦି ଏମିତି କ୍ଷୁଦ୍ର ଉଦ୍ୟୋଗ ଗଢ଼ି ଉଠିବ ତେବେ ନିଯୁକ୍ତି ସମସ୍ୟା ହ୍ରାସ ପାଇବା ସାଙ୍ଗକୁ ଯୁବପୀଢ଼ି ଆତ୍ମନିର୍ଭର ମଧ୍ୟ ହୋଇ ପାରିବେ...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ