Baragarh
ବରଗଡ଼: ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମାହୁତି ଉଦ୍ୟମ। କିରାସିନି ଢାଳି ହେଲା ବେଳେ ଜଣକୁ କାବୁ କଲା ପୋଲିସ। ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଏହି ଘଟଣା ଘଟିଛି। ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଜଣେ ଗ୍ରାମବାସୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ମନରେଗା, ଆବାସ ଯୋଜନା ଆଦି ଯୋଜନାରେ ଦୁର୍ନୀତିକୁ ନେଇ ୧୦ରୁ ଅଧିକ ଲୋକ ଆନ୍ଦୋଳନ କରୁଥିବା ବେଳେ ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଥିଲେ।
ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ କିରାସିନି ଢାଳି ହେବା ବେଳେ ଜଣଙ୍କୁ କାବୁ କରିଛି ପୋଲିସ। ପୋଲିସ ଜୋର ଜବରଦସ୍ତ କିରୋସିନ୍ ବୋତଲ ଛଡାଇ ଲୋକଙ୍କୁ ଆୟତ୍ତ କରିଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us