Advertisment

ଆଶ୍ଚର୍ଯ୍ୟ: ତିନି ଭଉଣୀଙ୍କୁ ଏକାବେଳେ ବାହାହେଲେ ଯୁବକ

ଜଣେ ବ୍ୟକ୍ତି ଏମିତି କିଛି କରି ଦେଖେଇ ଦେଇଛନ୍ତି ଯାହା ଆଲୋଚନାର ବିଷୟ ହୋଇଯାଇଛି। ସେ ଗୋଟିଏ ଦିନରେ ୩ ଜଣ ଯୁବତୀଙ୍କୁ ଏକାଠି ବିବାହ କରିଛନ୍ତି ଏବଂ ଏହି ତିନିଜଣ ଯାକ ଯାଆଁଳା ଭଉଣୀ।

ଅଦ୍ୟତନ ହୋଇଛି
Man marry triplets on same day

Man marry triplets on same day

Advertisment

କୁହାଯାଏ ଯେ ଦମ୍ପତ୍ତିକୁ ଉପରବାଲା ହିଁ ତିଆରି କରି ପଠେଇଥାଏ। କିଏ କାହାର ଜୀବନ ସାଥୀ ହେବ ତାହା ଆଗରୁ ସ୍ଥିର ହୋଇସାରିଥାଏ। ଏହି କଥା ଏନେଇ ଉଠିଛି ଯେ ଆମେ ଜାଣିଛେ, ଜଣେ ଆଉ ଜଣକୁ ହିଁ ବିବାହ କରିଥାଏ। ତେବେ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାରେ ନାହିଁ। ଏକାଧିକ ବିବାହ କରିବାର ପ୍ରଥା ମଧ୍ୟ ବର୍ଷ ବର୍ଷ ଧରି ଚାଲିଆସୁଛି।

Advertisment

ଜଣେ ବ୍ୟକ୍ତି ଏମିତି କିଛି କରି ଦେଖେଇ ଦେଇଛନ୍ତି ଯାହା ଆଲୋଚନାର ବିଷୟ ହୋଇଯାଇଛି। ସେ ଗୋଟିଏ ଦିନରେ ୩ ଜଣ ଯୁବତୀଙ୍କୁ ଏକାଠି ବିବାହ କରିଛନ୍ତି ଏବଂ ଏହି ତିନିଜଣ ଯାକ ଯାଆଁଳା ଭଉଣୀ।

ବିବାହକୁ ନେଇ ଚର୍ଚ୍ଚାରେ ଥିବା ଏହି ଯୁବକ ଜଣକ ହେଉଛନ୍ତି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ଲୁୱିଜୋ। ଲୁୱିଜୋ ତିନି ଭଉଣୀଙ୍କୁ ଏକାଠି ବିବାହ କରି ହେଡ୍‌ଲାଇନ୍ ପ୍ରସ୍ତୁତ କରିଛନ୍ତି। ଏମାନେ ଯାଆଁଳା ଭଉଣୀ ହୋଇଥିବା ବେଳେ ସେମାନେ ଗୋଟିଏ ଦିନ ଜଣେ ଯୁବକଙ୍କୁ ଏକାଠି ବିବାହ କରିଛନ୍ତି। ଲୁୱିଜୋ କହିଛନ୍ତି ଯେ ସେ ଖୁସି ଯେ ସେ ବିବାହ କରିଥିବା ଭଉଣୀମାନେ ଟ୍ରିପ୍‌ଲେଟ୍। କିନ୍ତୁ ଯୁବକଙ୍କ ପିତାମାତା ଏହି ବିବାହକୁ ନେଇ ଅସନ୍ତୁଷ୍ଟ।

Advertisment

୩୨ ବର୍ଷୀୟ ଲୁୱିଜୋ କହିଛନ୍ତି ଯେ ସେ ସୋସିଆଲ ମିଡିଆରେ ପ୍ରଥମେ ନୈଟେଲୀଙ୍କୁ ଭେଟିଥିଲେ ଏବଂ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ପ୍ରେମରେ ପଡିଯାଇଥିଲେ। କିନ୍ତୁ ସେ ଯେତେବେଳେ ତାଙ୍କର ନୈଟେଲିଙ୍କ ପରି ତାଙ୍କର ଅନ୍ୟ ଦୁଇ ଭଉଣୀ ନତାଶା ଓ ନାଦେଜେଙ୍କୁ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ସତ କିନ୍ତୁ ସେମାନଙ୍କ ସୌନ୍ଦର୍ଯ୍ୟକୁ ମଧ୍ୟ ପସନ୍ଦ କଲେ। ତେଣୁ ତିନି ଭଉଣୀଯାକ ଏକାଠି ଲୁୱିଜୋଙ୍କୁ ପ୍ରସ୍ତାବ ଦେଲେ। ଏହି ଚାରିଜଣ ଫେବୃଆରୀ ୨୮ରେ ଦକ୍ଷିଣ କିଭୁର କାଲେହେ ରେ ବିବାହ କରିଥିଲେ।

ଏହି ତିନି ଭଉଣୀ କୁହନ୍ତି ଯେ ସେମାନେ ପିଲାଦିନରୁ ହିଁ ପରସ୍ପର ସହ ସବୁକିଛି ଶେୟାର କରନ୍ତି। ତେଣୁ ସେମାନେ ସ୍ୱାମୀଙ୍କୁ ମଧ୍ୟ ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଲୋକଙ୍କୁ ଏ କଥା ବୁଝାଇବା ସେମାନଙ୍କ ପକ୍ଷେ କଷ୍ଟ ହେଉଥିଲେ ବି ତିନିଜଣ ଏଥିରେ ବହୁତ ଖୁସି ଅଛନ୍ତି।

Advertisment

ଜଣେ ଭଉଣୀ କହିଛନ୍ତି ଯେ ସେ ଭାବିଥିଲେ ଯେ ଭଗବାନ ସେମାନଙ୍କୁ ଭିନ୍ନ ସ୍ୱାମୀ ଦେଇ ପରସ୍ପରଠାରୁ ଅଲଗା କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ। ଯେତେବେଳେ ଯୁବକ ଜଣକ ପ୍ରଥମେ ଜାଣିବାକୁ ପାଇଲେ ଯେ ତାଙ୍କୁ ତିନି ଭଉଣୀଙ୍କୁ ଏକାଠି ବିବାହ କରିବାକୁ ପଡିବ, ସେ କିଛି ମାତ୍ରାରେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ଗୋଟିଏ ଭଉଣୀର ପ୍ରେମ ହେତୁ ସେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଭଲ ପାଇବା ଆରମ୍ଭ କଲେ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ