Advertisment

ଲୁଚିଛପି ଦ୍ୱିତୀୟ ବିବାହ କରିଥିଲେ; ରାତି ଅଧରେ ପୋଲିସ୍‌ ସହ ପହଞ୍ଚିଗଲା ପ୍ରଥମ ପତ୍ନୀ, ତା’ପରେ...

ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ କରିଥିଲେ ଓ ଦ୍ୱିତୀୟ ପତ୍ନୀଙ୍କ ସହ ଅନ୍ୟ ଏକ ସ୍ଥାନରେ ଲୁଚିକି ରହୁଥିଲେ। ପ୍ରଥମ ପତ୍ନୀ ଏହା ଜାଣିପାରି ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଘରୁ ଉଠାଇ ନେଇଥିଲା।

Couple

Couple

Advertisment

ବ୍ରହ୍ମପୁର: ପ୍ରଥମ ପତ୍ନୀ ଥାଇ ଦ୍ୱିତୀୟ ବିବାହ କରିଥିଲେ ଓ ଦ୍ୱିତୀୟ ପତ୍ନୀଙ୍କ ସହ ଅନ୍ୟ ଏକ ସ୍ଥାନରେ ଲୁଚିକି ରହୁଥିଲେ। ପ୍ରଥମ ପତ୍ନୀ ଏହା ଜାଣିପାରି ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଘରୁ ଉଠାଇ ନେଇଥିଲା। ଗଞ୍ଜାମ ଜିଲ୍ଲାରେ ଏହି ଘଟଣା ଘଟିଛି। ଯୁବକଙ୍କ ନାଁ ପିନା ସାମଲ। ପରିବାର ଲୋକ ଭଦ୍ରକରେ ରହୁ ଥିବାବେଳେ ପିନା ଛତ୍ରପୁରରେ ଗାଡ଼ି ଚଳାଇ ସେଠାରେ ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିଲେ।

Advertisment

ସୂଚନା ଅନୁସାରେ, ୨୦୧୫ ମସିହାରେ ଭଦ୍ରକର ଜଣେ ଯୁବତୀଙ୍କୁ ପିନା ବିବାହ କରିଥିଲେ। ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ସେ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀଙ୍କ ସହ ଛତ୍ରପୁର ବ୍ୟାଙ୍କ କଲୋନୀ ଅଞ୍ଚଳର ଏକ ଘରେ ୬ ମାସ ହେବ ଲୁଚିକି ରହୁଥିଲେ। ପ୍ରଥମ ପତ୍ନୀ ଏହା ଜାଣିପାରି ଭଦ୍ରକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗତକାଲି ବିଳମ୍ବିତ ରାତିରେ ପିନା ରହୁଥିବା ଛତ୍ରୁପର ସ୍ଥିତ ଘରେ ପୋଲିସ୍‌ ପହଞ୍ଚିଥିଲା। ରାତି ୧୨ଟାରୁ ପିନାଙ୍କୁ କାବୁ କରିବାକୁ ପୋଲିସ୍‌ ଉଦ୍ୟମ କରିଥିଲେ। ହେଲେ ସେ କବାଟ ଖୋଲିନଥିଲେ। ରାତି ସାରା ଘର ବାହାରେ ପୋଲିସ ଜଗି ରହିବା ପରେ ଆଜି ସକାଳେ ଭଦ୍ରକ ପୋଲିସ ପିନାକୁ କାବୁ କରିଥିଲା।

Advertisment

ପ୍ରଥମ ପତ୍ନୀଙ୍କ ଅଭିଯୋଗ ଯେ, ୨୦୧୫ରେ ପିନା ତାଙ୍କୁ ବିବାହ କରିଥିଲେ। ଚାକିରି କରିବାକୁ ଯାଉଛି କହି ଗତ ୬ ମାସ ହେବ ସେ ଅନ୍ୟ ଜଣେ ଯୁବତୀଙ୍କ ସହ ରହୁଥିବା ଜାଣିବାକୁ ପାଇଥିଲେ। ଅନ୍ୟପକ୍ଷେ, ପ୍ରଥମ ପତ୍ନୀଙ୍କ ଭାଇ ପିନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଭଉଣୀର ବିବାହ ଅନ୍ୟ ଜଣେ ଯୁବକଙ୍କ ସହ ଠିକ୍ ହେବା ପରେ ପିନା ତାଙ୍କ ଭଉଣୀକୁ ଉଠାଇ ନେଇ ପୁରୀରେ ଏକ ହୋଟେଲରେ ନିର୍ଯାତନା ଦେଇଥିଲେ। ଘଟଣାକୁ ନେଇ ତାଙ୍କ ବିରୋଧରେ ପରେ ମାମଲା ରୁଜୁ ହୋଇଥିଲା ଓ ଗିରଫ ହୋଇ ସେ ଜେଲ୍‌ ଯାଇଥିଲେ। ତେବେ ଜେଲ୍‌ରୁ ଫେରିବା ପରେ ଛଳନା କରି ସେ ମୋ ଭଉଣୀଙ୍କୁ ବିବାହ କରିଥିଲେ। ହେଲେ ଗତ କିଛିମାସ ହେବ ସେ ଅନ୍ୟ ଜଣେ ଯୁବତୀଙ୍କ ସହ ରହୁଛନ୍ତି।

 ଛତ୍ରପୁର ଥାନାରେ ପିନାକୁ ଅଟକ ରଖି ଭଦ୍ରକ ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।

Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ