Advertisment

ଘରେ ଅଛନ୍ତି ୧ ହଜାର ମାଙ୍କଡସା

ଆପଣ ଅନେକ ଜୀବଜନ୍ତୁ ପ୍ରେମୀ ଦେଖିଥିବେ। କିନ୍ତୁ ଏହି ବ୍ୟକ୍ତି ଏମିତି ଜଣେ ଜନ୍ତୁପ୍ରେମୀ ଯାହାଙ୍କୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବ୍ୟକ୍ତି ଜଣକ ନିଜ ଘରେ ୧ ହଜାର ମାଙ୍କଡସା ରଖିଛନ୍ତି।

ଅଦ୍ୟତନ ହୋଇଛି
Man lives with 1000 spiders

Man lives with 1000 spiders

Advertisment

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିଆରା। କିନ୍ତୁ ପଶୁମାନେ ବିନା ଛଳନାରେ ମଣିଷକୁ ନିରୋଳା ଭଲ ପାଉଥିବା ବେଳେ ପ୍ରତିବଦଳରେ ମଣିଷ ସେପରି କରିପାରେ ନାହିଁ। ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଜୀବଜନ୍ତୁଙ୍କୁ ଖୁବ ଭଲ ପାଆନ୍ତି। ଏନେଇ ସେ ତାଙ୍କ ଘରେ ୧ ହଜାର ମାଙ୍କଡସା ପାଳିଛନ୍ତି। କିନ୍ତୁ ଏହାର ପଛରେ ଏକ କାରଣ ମଧ୍ୟ ରହିଛି।

Advertisment

ଇଂଲଣ୍ଡର ଲିଭରପୁଲରେ ରହୁଥିବା ୫୩ ବର୍ଷୀୟ ଇଆନ୍ ୱିଲିମେନ୍‌ଙ୍କ ୩୭ ବର୍ଷୀୟା ପତ୍ନୀ ମିସେଲ୍‌ଙ୍କ ୨୦୧୬ରେ ଗୁରୁତର ରୋଗରେ ମୃତ୍ୟୁ ବରଣ କରିଥିଲେ। ଇନ୍‌ଫ୍ଲୁଏଞ୍ଜା ଜୀବାଣୁ ଏବଂ ଲାଲ ସ୍କାର୍ଲେଟ୍ ଜ୍ୱର ହେତୁ ସେପ୍‌ସିସ୍ ହୋଇଗଲେ, ଯେଉଁ କାରଣରୁ ସେ ମୃତ୍ୟୁବରଣ କଲେ। ଏହି ଅବସରରେ, ଇୟାନ୍‌ଙ୍କୁ ତାଙ୍କ ଜୀବନର ସବୁଠାରୁ ଦୁଃଖଦ ନିଷ୍ପତ୍ତି ନେବାକୁ ପଡିଲା। ତାଙ୍କୁ ତାଙ୍କ ପତ୍ନୀଙ୍କ ଜୀବନ୍ତ ସମର୍ଥନ ନେବାକୁ ଶେଷ କରିବାକୁ ନିଷ୍ପତ୍ତି ନେବାକୁ ପଡିଲା। ଏହା ପରେ ସେ ସଂପୂର୍ଣ୍ଣ ଭାଙ୍ଗିଗଲେ।

ପତ୍ନୀଙ୍କ ମୃତ୍ୟୁ ପରେ ସେ ଏବଂ ତାଙ୍କର ୮ ବର୍ଷର ପୁଅ ବିଲି ପୂରା ଏକୁଟିଆ ହୋଇଗଲେ। ସେତେବେଳେ ଇୟାନ୍‌ଙ୍କ ତାଙ୍କ ମାଙ୍କଡସା ପ୍ରତି ଦୃଷ୍ଟି ପଡିଲା। ଦେଖିବାକୁ ଗଲେ ଇୟାନ୍ ବହୁତ କମ ବୟସରୁ ମାଙ୍କଡସା ରଖିବାକୁ ଭଲ ପାଉଥିଲେ। ସେ ତାଙ୍କ ଘରେ ବାକ୍ସରେ ଅନେକ ମାଙ୍କଡସା ପାଳନ କରୁଥିଲେ।

Advertisment

ଯେତେବେଳେ ସେ ଓ ମିସେଲ ଶିକ୍ଷକତା କରୁଥିଲେ ଦୁହେଁ ସାକ୍ଷାତ ହୋଇଥିଲେ। ତା’ପରେ ସେ ମିସେଲ୍‌କୁ ନିଜର ସ୍ପାଇଡର ହବି ବିଷୟରେ କହିଥିଲେ। ଏହା ପରେ ମିସେଲ୍‌ ପ୍ରଭାବିତ ହେଲେ। ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଇୟାନ୍ କହିଥିଲେ ଯେ ମାଙ୍କଡସା ଉଭୟଙ୍କୁ ଏହି ଦୁଃଖରୁ ମୁକ୍ତି ଦେବାରେ ବହୁତ ସାହାଯ୍ୟ କରିଥିଲେ।

ବିଲି ମଧ୍ୟ ସ୍ପାଇଡର୍‌କୁ ବହୁତ ଭଲ ପାଆନ୍ତି। ସେ ହଜାରେ ମାଙ୍କଡସା ନିଜ ହାତ ଖର୍ଚ୍ଚରୁ ୮୦ଟା କିଣିଥିଲେ। ଇୟାନ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ମୃତ୍ୟୁପରେ ସେ ଖୁବ ବିବ୍ରତ ହୋଇପଡିଥିଲେ। ସେ ମାଙ୍କଡସାଗୁଡିକଙ୍କର ଯତ୍ନ ମଧ୍ୟ ନେଇ ପାରି ନଥିଲେ। ସେହି ସମୟରେ ସେ ଦିନେ ଏକ କୋଠରୀରେ ଦୁଇଟି ମାଙ୍କଡସା ମରିପଡିଥିବା ଦେଖିଥିଲେ।

Advertisment

ସେତେବେଳେ ସେ ଅନୁଭବ କରିଥିଲେ ଯେ ତାଙ୍କୁ ପାଣି ଦେଇ ନଥିଲେ। ସେବେଠାରୁ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତି। ଇୟାନ୍ କହିଛନ୍ତି ଯେ ଯଦି ଜଣେ ଏକ ହଜାର ମାଙ୍କଡସା ରଖେ ତେବେ ସେ ନିଜର ଯତ୍ନ ନେବା ସହିତ ସେମାନଙ୍କର ମଧ୍ୟ ଯତ୍ନ ନେବା ଉଚିତ। ବର୍ତ୍ତମାନ ସେହି ମାଙ୍କଡସାମାନେ ହେଉଛନ୍ତି ତାଙ୍କ ଜୀବନ ଏବଂ ସେମାନଙ୍କୁ ଲାଳନ ପାଳନ କରିବା ବେଳେ ଇଆନ୍ ଅନୁଭବ କରନ୍ତି ଯେ ସତେ ଯେପରି ସେ ମିସେଲ୍‌ଙ୍କ ସହିତ ଅଛନ୍ତି।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ