Advertisment

ବନ୍ଧୁକରେ ତିଆରି ହେଲା ଟୁଥ୍ ବ୍ରଶ୍, ଟ୍ରିଗର ଦାବିଲେ ଦାନ୍ତ ସଫା

ଅଜବ ଯୁଗାଡ। ବନ୍ଧୁକରେ ତିଆରି ହେଇଛି ଦାନ୍ତ ଘଷା ବ୍ରଶ। ଟ୍ରିଗର ଦାବିଲେ କରିଦେଉଛି ଦାନ୍ତ ସଫା।

ଅଦ୍ୟତନ ହୋଇଛି
Man fix brush on gun to use as electric toothbrush

Man fix brush on gun to use as electric toothbrush

Advertisment

ଲୋକମାନେ ସୋସିଆଲ ମିଡିଆରେ ନାଁ କମେଇବା ନେଇ ଅଜବ ଉପାୟ ଅବଲମ୍ବନ କରୁଛନ୍ତି। ଏହି କାରଣରୁ, ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ପୋଷ୍ଟ ହେଉଛି। ଏହିସବୁ ଭିଡିଓ ମଧ୍ୟରୁ କିଛି ଆମକୁ ହସର ଖୋରାକ୍ ଦେଉଥିବା ବେଳେ ଆଉ କିଛି କ୍ରୋଧ ଦେଇଥାଏ। କିନ୍ତୁ ଲୋକମାନେ ଏପରି ଭିଡିଓକୁ ଖୁବ ପସନ୍ଦ କରୁଥିବା ଦେଖାଯାଏ। ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ମାଧ୍ୟରେ ସେ ବ୍ରଶ୍ କରିବାର ଏକ ଅଦ୍ଭୁତ ଚିନ୍ତାଧାରା ବାହାର କରିଛନ୍ତି। ଏହା ଲୋକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରୁଛି ସେତିକି ହସେଇବାର ଖୋରାକ୍ ମଧ୍ୟ ଦେଉଛି।

Advertisment

ଆପଣ ପ୍ରାୟତଃ ଟ୍ୱିଟର ଆକାଉଣ୍ଟ @AwardsDarwin_ ରେ ଅନେକ ମଜାଳିଆ ଭିଡିଓ ଦେଖିଥିବେ। ବର୍ତ୍ତମାନ ଏହି ଆକାଉଣ୍ଟରେ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଜୁଗାଡ ଲୋକଙ୍କୁ ଚକିତ କରୁଛି। ବଜାରରେ ତ ଇଲେକ୍ଟ୍ରୋନିକ୍ ଟୁଥ୍ ବ୍ରଶ୍ ବେଶ୍ ଲୋକପ୍ରିୟ। କିନ୍ତୁ ଏହାର ମୂଲ୍ୟ ମଧ୍ୟ ଖୁବ ମହଙ୍ଗା।

ଏହି ବ୍ରସ୍‌ଗୁଡ଼ିକର ସ୍ୱତନ୍ତ୍ରତା ହେଉଛି ଏଗୁଡିକ ବ୍ୟାଟେରୀରେ ଚାଲେ। ଏହାକୁ ନିଜ ହାତରେ ଧରି ପାଟି ଭିତରେ ରଖିବାକୁ ପଡେ ଏବଂ ସେଗୁଡିକ ସ୍ୱୟଂଚାଳିତ ଭାବରେ ଦାନ୍ତ ସଫା କରିବା ଆରମ୍ଭ କରେ। କିନ୍ତୁ ଅନେକ ଲୋକ ଇଲେକ୍ଟ୍ରିକ୍ ଟୁଥ୍ ବ୍ରଶ୍ କିଣିପାରିବେ ନାହିଁ। ଯେଉଁମାନଙ୍କ ପାଖରେ ଏଜି ବ୍ରସ୍ ନାହିଁ ସେ କ’ଣ କରିବେ? ଭାଇରାଲ୍ ଭିଡିଓରେ ଏହି ବ୍ୟକ୍ତି ଏହାର ସମାଧାନର ବାଟ ବାହାର କରିଦେଇଛନ୍ତି। ଏହା କିଛି ବାସ୍ତବରେ ଖୁବ୍ ବିଚିତ୍ର।

Advertisment

ଭିଡିଓରେ ବ୍ୟକ୍ତି ଜଣକ ବନ୍ଧୁକର ଉପର ଭାଗରେ ଟୁଥ୍ ବ୍ରଶ୍ ରଖିଛନ୍ତି। ତେବେ ଏହି ବନ୍ଧୁକ ଅସଲି କି ନୁହେଁ ତାହା ଜଣା ପଡିନାହିଁ, କିନ୍ତୁ ଏହା ପ୍ରକୃତ ବନ୍ଧୁକ ପରି ଚାଲୁଛି। ବନ୍ଧୁକର ଟ୍ରିଗରକୁ ଦବାଇବା ମାତ୍ରେ ଏହାର ଉପର ଅଂଶ ଆଗ ପଛ ହେଉଛି। ବ୍ୟକ୍ତି ଜଣଙ୍କ ବ୍ରଶ୍‌କୁ ପାଟି ଭିତରେ ରଖି ବନ୍ଧୁକର ଟ୍ରିଗର ଚଳାଇବା ମାତ୍ରେ ତାହା ଦାନ୍ତ ସଫା କରିଦେଉଛି। ଦେଖାଯାଉଛି ଯେ ବ୍ୟକ୍ତି ଜଣକ ବ୍ରଶ୍‌ରେ ଆଦୌ ହାତ ଲଗାଉ ନାହାନ୍ତି।

Advertisment

ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ପାଖାପାଖି ୬୦ ହଜାର ଲୋକ ଦେଖିସାରିଛନ୍ତି। ଏହା ଉପରେ ଅନେକଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତି ମଜ୍ଜାଳିଆ ଢଙ୍ଗରେ କହିଛନ୍ତି ଯେ ଯେଉଁଭଳି ଆମେରିକାରେ ବନ୍ଧୁକର ବ୍ୟବହାର ହେଉଛି, ସେହିଭଳି ଏହା ଆମେରିକାର ସ୍କୁଲରେ ଦେଖାଯିବ। ଆଉ ଜଣେ ବ୍ୟକ୍ତି କହିଛନ୍ତି ଯେ ଯଦି ସେହି ବ୍ୟକ୍ତିଙ୍କ ଓଠ ବନ୍ଧୁକରେ ଅଟକିଯାଏ ତେବେ କଥା ସରିଲା।

Viral Video Trending Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ