Advertisment

କଙ୍ଗାରୁ କୋର୍ଟରେ ସଜ୍ଜା ପରେ ଜୀବନ ହାରିଲେ ଯୁବକ

କଙ୍ଗାରୁ କୋର୍ଟର କଠୋର ନିଷ୍ପତ୍ତିରେ ଜୀବନ ହାରିଲେ ଯୁବକ। କଙ୍ଗାରୁ କୋର୍ଟରେ ଭୁଲ୍‌ ମାଗିବା ସହ ୮ ହଜାର ୫ ଶହ ଟଙ୍କା ଫାଇନ୍‌ ଦେଇଥିଲେ ଯୁବକ ଜଣକ। ଏହାପରେ ଏଥିରେ ଅପମାନିତ ହୋଇ ଯୁବକ ଜଣ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Man Ends Life After 'Torture' In Kangaroo Court

Man Ends Life After 'Torture' In Kangaroo Court

Advertisment

ନୟାଗଡ଼: କଙ୍ଗାରୁ କୋର୍ଟରେ ସଜ୍ଜା ପରେ ଆତ୍ମହତ୍ୟା। କଙ୍ଗାରୁ କୋର୍ଟର କଠୋର ନିଷ୍ପତ୍ତିରେ ଜୀବନ ହାରିଲେ ଯୁବକ। ନୟାଗଡ ଜିଲ୍ଲାରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। 

Advertisment

ଅଭିଯୋଗ ଅନୁଯାୟୀ, ନୟାଗଡ଼ ଜିଲ୍ଲା ଖତିଆଁ ଗାଁର ସୁନନ୍ଦ ବେହେରା ନାମକ ଜଣେ ଯୁବକ ଗାଁର ଜଣେ ରୋଗୀଙ୍କୁ ନେଇ ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେI ସେଠାରେ ଡାକ୍ତର ନଥିବାରୁ ମେଡ଼ିକାଲରେ ପାଟିତୁଣ୍ଡ କରିବା ସହ ଡାକ୍ତରଙ୍କୁ ଫୋନ ଯୋଗେ ମେଡିକାଲର ଅବ୍ୟବସ୍ଥା ନେଇ ପାଟିତୁଣ୍ଡ କରିଥିଲେI 

ଘଟଣାକୁ ନେଇ ଡାକ୍ତର ଜଣଙ୍କ ଗାଁର କଙ୍ଗାରୁ କୋର୍ଟରେ ଅଭିଯୋଗ କରିଥିଲେ। ଏହାପରେ ସର୍ବସାଧାରଣରେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ୍‌ ମାଗିବାକୁ ସୁନନ୍ଦଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁନନ୍ଦ କଙ୍ଗାରୁ କୋର୍ଟରେ ଡାକ୍ତରଙ୍କୁ ଭୁଲ୍‌ ମାଗିବା ସହ ୮ ହଜାର ୫ ଶହ ଟଙ୍କା ଫାଇନ୍‌ ଦେଇଥିଲେ। କିନ୍ତୁ ଏଥିରେ ଅପମାନିତ ହୋଇ ସୁନନ୍ଦ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏନେଇ  ସୁନନ୍ଦଙ୍କ ପତ୍ନୀ ରଣପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

Advertisment

କାନ୍ଦି କାନ୍ଦି ସୁନନ୍ଦଙ୍କ ପତ୍ନୀ କହିଛନ୍ତି, ମୋ ସ୍ୱାମୀଙ୍କୁ ମାରିଦେଲେ। ମୋ ପୁଅ-ଝିଅଙ୍କ ଅବସ୍ଥା କ’ଣ ହେବ ? କାହିଁକି ମୋ ସ୍ୱାମୀକୁ ନ୍ୟାୟ ମିଳୁନି ? ମୋତେ ନ୍ୟାୟ ମିଳୁ। ମୋ ପୁଅ-ଝିଅଙ୍କୁ କିଏ ବାପା ଆଣି ଦେବ ? 

Odisha Kangaroo Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ