Advertisment

ଯୋରନ୍ଦା ମେଳାରେ ହଠାତ୍‌ ଉଭା ହେଲେ ହନୁମାନ !

ହନୁମାନ ବେଶରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ପ୍ରବଳ ଗହଳି ବି ଲାଗିଥିଲା। ଆଉ ଭକ୍ତଙ୍କ ଶ୍ରଦ୍ଧାକୁ ନିରାଶ କରିନଥିଲେ ହନୁମାନ। ହନୁମାନ ବେଶଧାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଦାୟିତ୍ୱରେ ଥିବା ଚପରାସୀ କୃଷ୍ଣ ଚନ୍ଦ୍ର ମେହେର।

ଅଦ୍ୟତନ ହୋଇଛି
Man Dressed As Hanuman Attracts Devotees At Joranda Mela In Dhenkanal

Joranda mela

Advertisment

ହାତରେ ଗଦା, ବେକରେ ରୁଦ୍ରାକ୍ଷ ମାଳା ପକାଇ ଯୋରନ୍ଦା ମେଳାରେ ହଠାତ୍‌ ଉଭା ହେଲେ ହନୁମାନ। ବାସ୍‌ ହନୁମାନ ଆସି ପହଞ୍ଚିଥିବାରୁ ଉପସ୍ଥିତ ଥିବା ଦର୍ଶକଙ୍କ ମଧ୍ୟରେ ବଢିଥିଲା ଉତ୍କଣ୍ଠା। ଆଶୀର୍ବାଦ ଦେବାକୁ କରିଥିଲେ ଗହଳି। 

Advertisment

ହନୁମାନ ବେଶରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ପ୍ରବଳ ଗହଳି ବି ଲାଗିଥିଲା। ଆଉ ଭକ୍ତଙ୍କ ଶ୍ରଦ୍ଧାକୁ ନିରାଶ କରିନଥିଲେ ହନୁମାନ। ହନୁମାନ ବେଶଧାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଦାୟିତ୍ୱରେ ଥିବା ଚପରାସୀ କୃଷ୍ଣ ଚନ୍ଦ୍ର ମେହେର। କୃଷ୍ଣଚନ୍ଦ୍ର ୧୧ ବର୍ଷ ହେଲାଣି ପୁରୀ ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହୁଅନ୍ତି। ହେଲେ ଯୋରନ୍ଦାଠାରେ ଥିବା ଶୂନ୍ୟ ମନ୍ଦିରର ପ୍ରଭୁଙ୍କ ଡାକରା ପାଇ ସେ ଆସିଥିବା କହୁଛନ୍ତି।

ଓଡିଶା ଉତ୍ସବ ଓ ପରମ୍ପରାର ରାଜ୍ୟ। ବର୍ଷକ ୧୨ ମାସରେ ୧୩ ପର୍ବ ପାଳନ କରନ୍ତି ଓଡିଆ। ଆଉ ଏବେ ପବିତ୍ର ମାଘ ମାସରେ ଚାଲିଛି ଯୋରନ୍ଦା ମେଳା। ଆଉ ଏହି ମେଳାରେ ଜଣେ ଭକ୍ତ ହନୁମାନ ବେଶରେ ମନ୍ଦିର ପାଖରେ ପହଞ୍ଚିଥିବାରୁ ଭକ୍ତ ବି ବେଶ୍‌ ଖୁସି।

Advertisment

(ରିପୋର୍ଟ- ରାଜଶ୍ରୀ ଶତପଥୀ, ଢେଙ୍କାନାଳ)

Dhenkanal Joranda Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ