Advertisment

ଦେଖିପାରିଲେନି ପୁଅ ବାହାଘର, ଅଧାରେ ରହିଗଲା ସ୍ୱପ୍ନ: ପୁଅର ବାହାଘର ଦିନ ଚାଲିଗଲା ବାପାର ଜୀବନ

ବର ବେଶରେ ପୁଅକୁ ସଜାଇ ରୋଷଣୀ, ବାଜା ବଜାଇ ପୁଅର ବାହାଘର କରିଥାନ୍ତେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ପୁଅର ବାହାଘର ଦିନ ହିଁ ଚାଲିଗଲା ବାପାର ଜୀବନ।ବାହାଘରକୁ ନେଇ ଖୁସିରେ ଘର ଉଠୁଥିଲା, ପଡ଼ୁଥିଲା। ହେଲେ ହଠାତ୍‌ କାନ୍ଦ ବୋବାଳିରେ ଫାଟି ପଡ଼ିଲା।

Man Dies On Son Marriage Day In Malkangiri

Man Dies On Son Marriage Day In Malkangiri

Advertisment

ପୁଅ ବାହାଘରକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। ବର ବେଶରେ ପୁଅକୁ ସଜାଇ ରୋଷଣୀ, ବାଜା ବଜାଇ ପୁଅର ବାହାଘର କରିଥାନ୍ତେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ପୁଅର ବାହାଘର ଦିନ ହିଁ ଚାଲିଗଲା ବାପାର ଜୀବନ।ବାହାଘରକୁ ନେଇ ଖୁସିରେ ଘର ଉଠୁଥିଲା, ପଡ଼ୁଥିଲା। ହେଲେ ହଠାତ୍‌ କାନ୍ଦ ବୋବାଳିରେ ଫାଟି ପଡ଼ିଲା। ମାଲକାନଗିରି ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ କନ୍ୟା ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉ ଥିବାବେଳେ ବରର ପିତାଙ୍କ ଅଚାନକ ମୃତ୍ୟୁ ଘଟିଛି। ମୃତକ ହେଲେ ଦିଲ୍ଲୀର ମହେନ୍ଦ୍ର ରୋହିଲା।

Advertisment

ସୂଚନା ଅନୁସାରେ, ପୁଅ ଅଙ୍କିତର ବାହାଘର ପାଇଁ ମହେନ୍ଦ୍ର ଦିଲ୍ଲୀରୁ ସପରିବାର ଆସି ମାଲକାନଗିରିର ଏକ ହୋଟେଲ୍‌ରେ ରହିଥିଲେ। ରାତିରେ ବାହାଘର ଥିବାରୁ ବର ପକ୍ଷ ଏକ ହୋଟେଲ୍‌ରେ ରହିଥିଲେ। ବରଯାତ୍ରୀ ନେଇ ଅଙ୍କିତ ପ୍ରସ୍ତୁତ ହୋଇଥିଲେ। ହେଲେ ଏହି ସମୟରେ ଦୁଃଖଦ ଘଟଣା ଘଟିଥିଲା। ବରଯାତ୍ରୀ କନ୍ୟା ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉ ଥିବାବେଳେ  ହଠାତ୍ ମହେନ୍ଦ୍ର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ମେଡିକାଲ୍‌ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଅଙ୍କିତ ଦିଲ୍ଲୀରେ କାମ କରୁଥିବା ବେଳେ ଫେସ୍‌ବୁକ୍‌ ମାଧ୍ୟମରେ ମାଲକାନଗିରିର ଜଣେ ଝିଅଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ପରିବାର ମଧ୍ୟରେ କଥାବାର୍ତ୍ତା ପରେ ବାହାଘର ପାଇଁ ସ୍ଥିର ହୋଇଥିଲା। ମାତ୍ର ବାହାଘର ପୂର୍ବରୁ ହିଁ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ପୁଅର ବାହାଘର ଦିନ ହିଁ ଚାଲିଗଲା ବାପାର ଜୀବନ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। 

Advertisment
Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ