Advertisment

୮ ପତ୍ନୀଙ୍କ ସହ ଖୁସିରେ ରହୁଛନ୍ତି ଏହି ବ୍ୟକ୍ତି; ନା ଅଛି ଝଗଡା ନା ‌ଈର୍ଷା

ଆଜିକାଲି ସମୟରେ ଗୋଟିଏ ପତ୍ନୀଙ୍କୁ ବି ସମ୍ଭାଳିବା କଷ୍ଟ ହୋଇପଡେ। ଯଦି କୌଣସି ବ୍ୟକ୍ତିଙ୍କର ଦୁଇଟି ପତ୍ନୀ ଥାଏ ତେବେ ସେମାନେ ପରସ୍ପର ମଧ୍ୟରେ କଳି ଝଗଡା କରିବା ଥୟ। କିନ୍ତୁ ଜଣେ ବ୍ୟକ୍ତି ୮ ପତ୍ନୀଙ୍କ ସହ ଗୋଟିଏ ଘରେ ରହୁଥିଲେ ବି ପରସ୍ପର ମଧ୍ୟରେ ରହିଛି ଭଲ ପାଇବା।

ଅଦ୍ୟତନ ହୋଇଛି
Man 8 wives lives together in 1 house

Man 8 wives lives together in 1 house

Advertisment

ହିନ୍ଦୀରେ ଏକ କଥା ଅଛି, “ଜୋ ଶାଦୀ କା ଲଡ୍ଡୁ ଖାୟା ଓ ପଛତାଏ, ଜୋ ନ ଖାୟା ଓ ଭି ପଛତାଏ”। ବିବାହିତମାନେ ନିଶ୍ଚିତ ଭାବରେ ଜାଣିଥିବେ ଗୋଟିଏ ପତ୍ନୀ ସମ୍ଭାଳିବା କତେ କଷ୍ଟ। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଗୋଟିଏ ପତ୍ନୀରେ ବି ସନ୍ତୁଷ୍ଟ ହୁଅନ୍ତି ନାହିଁ। ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ୨ ଥର ମଧ୍ୟ ବିବାହ କରିଥିବେ। କେହି କେହି ମଧ୍ୟ ଲୁଚା ଛପାରେ ବାହାରେ ଅନ୍ୟ ପତ୍ନୀଙ୍କୁ ରଖିଥିବେ।

Advertisment

ଆଜି କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ଗୋଟିଏ କି ଦୁଇଟି ନୁହେଁ, ୮ଟି ପତ୍ନୀ ଅଛନ୍ତି। ଥାଇଲାଣ୍ଡର ଏହି ବ୍ୟକ୍ତି ଜଣଙ୍କ ୮ ଜଣଙ୍କୁ ବିବାହ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନେ ସମସ୍ତେ ଗୋଟିଏ ଛାତ ତଳେ ଏକାଠି ରୁହନ୍ତି।

ଥାଇଲାଣ୍ଡର ବାସିନ୍ଦା ଅଙ୍ଗ୍‌ ଡ୍ୟାମ୍‌ ସୋରୋଟ୍‌ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚିତ। ସେ ଜଣେ ଟାଟୁ ଆର୍ଟିଷ୍ଟ। କିନ୍ତୁ ତାଙ୍କ ଚର୍ଚ୍ଚାର ମୁଖ୍ୟ କାରଣ ହେଉଛି ଅଙ୍ଗ୍‌ଙ୍କର ୮ ପତ୍ନୀ, ଯେଉଁମାନେ କି ଗୋଟିଏ ଘରେ ଏକାଠି ରୁହନ୍ତି। ଆପଣ ଭାବୁଥିବେ ଯେ ଏହି ମହିଳାମାନେ ପରସ୍ପରଙ୍କ ପ୍ରତି ନିଶ୍ଚିତ ଚିଡୁଥିବେ, ‌ଈର୍ଷା କରୁଥିବେ। କିନ୍ତୁ ସେପରି କିଛି ନାହିଁ। ସେମାନଙ୍କ ମଧ୍ୟରେ ବହୁତ ଭଲ ପ୍ରେମ ଓ ଭଲ ପାଇବା ଅଛି। କେବଳ ଏତିକି ନୁହେଁ, ସେମାନେ ସମସ୍ତେ ଅଙ୍ଗଙ୍କୁ  ବହୁତ ଭଲ ପାଆନ୍ତି ଏବଂ ତାଙ୍କୁ ଦୁନିଆର ସବୁଠାରୁ ଭଦ୍ର ବ୍ୟକ୍ତି ଭାବରେ ମାନନ୍ତି।

Advertisment

କିପରି ହୋଇଥିଲା ପତ୍ନୀମାନଙ୍କ ସହ ଭେଟ:

ଅଙ୍ଗ୍‌ଙ୍କ ବିଷୟରେ ସବୁଠାରୁ ମଜାଦାର କଥା ହେଉଛି ସେ କେମିତି ତାଙ୍କ ୮ ଜଣ ପତ୍ନୀଙ୍କୁ ଭେଟିଥିଲେ। ପ୍ରତ୍ୟେକ ଥର ତାଙ୍କର ପ୍ରଥମ ନଜରରେ ହିଁ ପ୍ରେମ ହୋଇଯାଏ। ସେମାନଙ୍କ ଭେଟିବାର ସ୍ଥାନ ମଧ୍ୟ ଖୁବ୍ ଅଜବ। ଅଙ୍ଗ୍‌ ତାଙ୍କ ପ୍ରଥମ ପତ୍ନୀ ନାଙ୍ଗ ସ୍ପ୍ରାଇଟ୍‌ଙ୍କୁ ତାଙ୍କର ଜଣେ ସାଙ୍ଗଙ୍କ ବିବାହରେ ପ୍ରଥମ ଭେଟିଥିଲେ। ସେ ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ପଡିଯାଇଥିଲେ ଏବଂ ଉଭୟ ବିବାହ କରିଥିଲେ। ନାଙ୍ଗ ଏଲ୍ ହେଉଛନ୍ତି ତାଙ୍କର ଦ୍ୱିତୀୟ ପତ୍ନୀ ଯାହାକୁ ସେ ଏକ ବଜାରରେ ଭେଟିଥିଲେ। ତାଙ୍କର ତୃତୀୟ ପତ୍ନୀ ନାଙ୍ଗ ନୈନ୍ ତାଙ୍କୁ ହସ୍ପିଟାଲରୁ ମିଳିଥିଲେ।

Man living happily with 8 wives୮ ପତ୍ନୀଙ୍କ ସହ ଗୋଟିଏ ଛାତ ତଳେ

ସେହିପରି ତାଙ୍କର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ପତ୍ନୀଙ୍କୁ ସେ ଯଥାକ୍ରମେ ଇନ୍‌ଷ୍ଟାଗ୍ରାମ, ଫେସ୍‌ବୁକ୍ ଏବଂ ଟିକଟକ୍‌ରୁ ପାଇଥିଲେ। ଥରେ ଅଙ୍ଗ୍‌ ତାଙ୍କ ମା’ଙ୍କ ସହ ଏକ ଜଣାଶୁଣା ମନ୍ଦିରକୁ ଯାଇଥିଲେ। ସେଠାରେ ସେ ତାଙ୍କର ସପ୍ତମ ପତ୍ନୀ ନାଙ୍ଗ୍‌ ଫିଲ୍ମଙ୍କ ସହ ଭେଟ ହୋଇଥିଲା ଏବଂ ଅଷ୍ଟମ ପତ୍ନୀ ନାଙ୍ଗ୍‌ ମାଈଙ୍କୁ ସେ ଛୁଟି କାଟୁଥିବା ବେଳେ ଭେଟିଥିଲେ, ଯେଉଁଠାରେ ତାଙ୍କର ଅନ୍ୟ ପତ୍ନୀମାନେ ମଧ୍ୟ ତାଙ୍କ ସହିତ ଥିଲେ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ