Advertisment

ମହାଲିଙ୍ଗ କଲେଜରେ ଢାଳୁଥିଲେ ସରକାରୀ ଘିଅ !

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ଟାଣିଓଟାରି ଏକ ଘରୋଇ କଲେଜର ବିକାଶ କାମରେ ଲଗାଇବାକୁ ନେଇ ୨୦୧୪ରେ ସିଏଜି ବି ଆପତ୍ତି ଉଠାଇଥିଲେ। ତେବେ ସିଏଜିଙ୍କ ଆପତ୍ତି ପରେ ବି ଏହି କଲେଜକୁ କାହିଁକି ଅନୁଦାନର ସୁଅ ବନ୍ଦ ହୋଇନଥିଲା, ପଚାରିଛି କଂଗ୍ରେସ।

Govt Assistance To Mahaling College Raises Eyebrows

Govt Assistance To Mahaling College Raises Eyebrows

Advertisment

ବଲାଙ୍ଗିର: ମହାଲିଙ୍ଗ କଲେଜରେ ଲାଗି ରହିଥିଲା ସରକାରୀ ଅନୁକମ୍ପାର ଚତୁର୍ମାସ୍ୟା। ଅହରହ ହେଉଥିଲା ଅନୁଦାନର ବର୍ଷା। କେତେବେଳେ ଏମପି ଲାଡ୍, ତ ଆଉ କେତେବେଳେ WODC ପାଣ୍ଠି। କଲେଜକୁ କଂକ୍ରିଟ୍ ରାସ୍ତା, ଅତିରିକ୍ତ କ୍ଲାସରୁମ୍, ଲାଇବ୍ରେରି, ରିଡିଂ ରୁମ୍, କମନ୍ ରୁମ୍, ହଷ୍ଟେଲ୍ ଓ ପାଚେରୀଠୁ ନେଇ କ୍ୟାଣ୍ଟିନ୍, ଜିମ୍ ଓ ପାନୀୟ ଜଳ ବ୍ୟବସ୍ଥା ଯାଏଁ ସବୁ କିଛି ସମ୍ଭବ ହୋଇଥିଲା ନେତାମନ୍ତ୍ରୀଙ୍କ ଅହେତୁକ କୃପାଦୃଷ୍ଟି ଯୋଗୁଁ। ତେବେ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ୍‌ରେ ବହୁ ସରକାରୀ ଶିକ୍ଷାନୁଷ୍ଠାନ ଜରାଜୀର୍ଣ୍ଣ ସ୍ଥିତିରେ ଥିବା ବେଳେ, ଏହି ନିର୍ଦ୍ଦିଷ୍ଟ ଘରୋଇ କଲେଜକୁ କାହିଁକି ଛୁଟିଥିଲା ଲକ୍ଷ ଲକ୍ଷ ଟଙ୍କା ଅନୁଦାନର ସୁଅ?

Advertisment

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ଟାଣିଓଟାରି ଏକ ଘରୋଇ କଲେଜର ବିକାଶ କାମରେ ଲଗାଇବାକୁ ନେଇ ୨୦୧୪ରେ ସିଏଜି ବି ଆପତ୍ତି ଉଠାଇଥିଲେ। 

  • ୪ ଲକ୍ଷ ଟଙ୍କା ବ୍ୟୟରେ ସିମେଣ୍ଟ କଂକ୍ରିଟ୍ ରାସ୍ତା କୁଳିଆପଡ଼ା ପରିବର୍ତ୍ତେ ଘରୋଇ କଲେଜ ଯାଏଁ ଯିବା।
  •  ୬ ଲକ୍ଷ ଟଙ୍କାରେ ଓ୍ୱିମେନ୍ସ ହଷ୍ଟେଲ୍ ଯାଏଁ ରାସ୍ତା ଓ ପାଚେରୀ ନିର୍ମାଣ।
  • ୩ ଲକ୍ଷ ଟଙ୍କାରେ କଲେଜରେ ଲନ୍ ତିଆରି
Advertisment

ଏନେଇ ପ୍ରଶ୍ନ ଉଠାଇଥିଲେ ସିଏଜି। ତେବେ ସିଏଜିଙ୍କ ଆପତ୍ତି ପରେ ବି ଏହି କଲେଜକୁ କାହିଁକି ଅନୁଦାନର ସୁଅ ବନ୍ଦ ହୋଇନଥିଲା, ପଚାରିଛି କଂଗ୍ରେସ।ଏପଟେ ରହସ୍ୟ ଘେରରେ ମହାଲିଙ୍ଗ କଲେଜ ଲେଡିଜ୍ ହଷ୍ଟେଲ୍ର ରୁମ୍ ନମ୍ବର ୨୦। ପୂର୍ବରୁ ଏହି ରୁମ୍‌ରେ ରହୁଥିବା ଦୁଇ ଅନ୍ତେବାସିନୀଙ୍କୁ ପୋଲିସ ବାରମ୍ବାର ଡାକି ଜେରା କରିଥିବା ବେଳେ, ଆଜି ଲେଡିଜ୍ ହଷ୍ଟେଲରେ ପଶି ତଦନ୍ତ କରିଛି।

ଦେଖିବାକୁ ମିଳିଛି, ହଷ୍ଟେଲ୍‌ର ଅନ୍ୟ ସମସ୍ତ ରୁମରେ ଗୋଟିଏ ପ୍ରକାର ତାଲା ପଡ଼ିଥିବା ବେଳେ, ୨୦ ନମ୍ବର ରୁମରେ ଅଲଗା ତାଲା ପଡ଼ିଛି। ଚର୍ଚ୍ଚା ହେଉଛି ଯେ, ଗୋବିନ୍ଦ ଗତ ୮ ରୁ ୧୩ ତାରିଖ ଭିତରେ ଏକାଧିକ ଥର ଏହି ରୁମକୁ ଆସିଥିଲା। ତେଣୁ ରୁମ୍ ନମ୍ବର ୨୦ରେ ନିଜ କେଳେଙ୍କାରୀର ପ୍ରମାଣ ନଷ୍ଟ କରିବାକୁ ଗୋବିନ୍ଦ ପୁରୁଣା ତାଲା ଭାଙ୍ଗି ପଶିଥାଇପାରେ ଏବଂ ନୂଆ ତାଲା ପକାଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ଏ ଭିତରେ ମହାଲିଙ୍ଗ ସ୍କୁଲର ଅସଲ ଗୁମର ପଦାରେ ପଡ଼ିବା ପରେ, ସେଠାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ଅଭିଭାବକଙ୍କ ସହ ଆସି ସେମାନେ ଟିସି ନେଉଥିବା ଦେଖିବାକୁ ମିଳିଛି।

Advertisment

ରିପୋର୍ଟ: ଇଙ୍ଗିତ ପଣ୍ଡା, ଜଗଦୀଶ ଦାସ ଓ ମନରଞ୍ଜନ ଯୋଶୀ

Odisha Government Bolangir Mamita Meher Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ