Advertisment

ମମିତା ମେହେର ହତ୍ୟା ମାମଲା: କୋର୍ଟରେ ଚାର୍ଜସିଟର କମିଟମେଣ୍ଟ କଲା ପୋଲିସ

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସିନ୍ଧେକେଲା ପୋଲିସ ବଙ୍ଗମୁଣ୍ଡା JMFC କୋର୍ଟରେ ଚାର୍ଜସିଟର କମିଟମେଣ୍ଟ କରାଯାଇଛି । ଆଗକୁ ଏହି ମାମଲାର ADJ କଣ୍ଟାବାଂଜିରେ ଶୁଣାଣି ହେବ ।

ଅଦ୍ୟତନ ହୋଇଛି
Mamita meher’s murder case updates

Mamita meher’s murder case updates

Advertisment

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସିନ୍ଧେକେଲା ପୋଲିସ ବଙ୍ଗମୁଣ୍ଡା JMFC କୋର୍ଟରେ ଚାର୍ଜସିଟର କମିଟମେଣ୍ଟ କରାଯାଇଛି । ଆଗକୁ ଏହି ମାମଲାର ADJ କଣ୍ଟାବାଂଜିରେ ଶୁଣାଣି ହେବ ।

Advertisment

ତେବେ ଗତବର୍ଷ ଅକ୍ଟୋବର ୮ ତାରିଖରେ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସମେତ ୨ ଜଣଙ୍କୁ ଗିରଫ କରିଥିଲା ।

ଅନ୍ୟପକ୍ଷେ, ଗତ ଫେବୃଆରୀ ୧୭ ତାରିଖ ଦିନ ମମିତା ମେହେର ହତ୍ୟା ମାମଲା ଓ ଅନ୍ୟାନ କେସକୁ ନେଇ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ଡିଜିପିଙ୍କୁ ଭେଟିଥିଲେ । ଡିଜିପିଙ୍କୁ ଭେଟିବା ପରେ ନିଜ ପ୍ରତିକ୍ରିୟାରେ ସେ କହିଥିଲେ ଯେ, ମମିତା ହତ୍ୟା ଘଟଣାର ତଦନ୍ତ ଓ ଚାର୍ଜସିଟ୍ ସମ୍ବନ୍ଧରେ ଡିଜିପିଙ୍କ ପାଖରେ କୌଣସି ସୂଚନା ନାହିଁ । ମାମଲାକୁ ତର୍ଜମା କରିବା ସହ ମନ୍ତ୍ରୀଙ୍କୁ ପଚରାଉଚରା କରି ଚାର୍ଜସିଟରେ ନାଁ ଦାଖଲ କରିବାର ଆବଶ୍ୟକ ରହିଛି ବୋଲି କହିଥିଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ।

Advertisment

ଏହାସହ ସେ ଓଡ଼ିଶା ପୋଲିସର ତଦନ୍ତରେ ଅସନ୍ତୋଷ ବ୍ୟକ୍ତ କରିବା ସହ ମାମଲାର ସିବିଆଇ ତଦନ୍ତ ଦାବି ମଧ୍ୟ କରିଥିଲେ ।

ସୂଚନା ଅନୁସାରେ, ଗତବର୍ଷ ଅକ୍ଟୋବର ୮ ତାରିଖରେ କଳାହାଣ୍ଡି ଜିଲ୍ଲା ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଥିଲା। ପରେ ଖୋଳତାଡ଼ ବେଳେ ସ୍କୁଲର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ମମିତାଙ୍କୁ କାର୍‌ରେ ହତ୍ୟା କରି ସ୍କୁଲ ଗ୍ରାଉଣ୍ଡରେ ନିଆଁ ଲଗାଇ ପୋତି ଦେଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ମମିତା ନିଆଁ ତେଜିବାରେ ଲାଗିଥିଲା।

Advertisment
Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ