ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲା; ମୁଖ୍ୟ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ମଧ୍ୟ ହୋଇପାରିଲା ନାହିଁ ଶୁଣାଣି

କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଚଣ୍ଡୀ l

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲା; କୋର୍ଟରେ ହାଜର ହେଲେ ଅଭିଯୁକ୍ତ ଗୋବିନ୍ଦ ଓ ରାଧେ

କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଚଣ୍ଡୀ l ଆଜି କଣ୍ଟାବାଞ୍ଜି ବାର ଆସୋସିଏସନ ପକ୍ଷରୁ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ କାର୍ଯ୍ୟବନ୍ଦ ଥିବାରୁ ଶୁଣାଣି ହୋଇପାରି ନାହିଁ ।

ସାଇଣ୍ଟିଫିକ ଟେଣ୍ଟିଙ୍ଗ ରିପୋର୍ଟ ମିଳିନଥିବା ନେଇ ଗତ ଏପ୍ରିଲ ୫ ତାରିଖରେ ଗୋବିନ୍ଦଙ୍କ ଓକିଲ ଏକ ପିଟିସନ ଫାଇଲ କରିଥିଲେ । ତାଉପରେ ଆଜି ଶୁଣାଣି ହେବାକୁ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ । ଶୁଣାଣି ପାଇଁ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେକୁ କୋର୍ଟରେ ହାଜର କରାଯାଇଥିଲା । ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ପୁଅ ଅମରେନ୍ଦ୍ର ମିଶ୍ର ଏହି କେସରେ ସରକାରୀ ଓକିଲ ଭାବରେ ନିଯୁକ୍ତ ହୋଇଛନ୍ତି ।

ସେହିପରି ଗତ ମାର୍ଚ୍ଚ ମାସ ୯ ତାରିଖ ଦିନ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବଲାଙ୍ଗିର କଣ୍ଟାବାଂଜି ADJ କୋର୍ଟରେ ହାଜର ହୋଇଥିଲେ । ପ୍ରଥମଥର ପାଇଁ ଡ୍ରାଇଭର ରାଧେଶ୍ୟାମ ସହ ଗୋବିନ୍ଦ ସାହୁଙ୍କୁ ହାଜର କରାଯାଇଥିଲା । ବଙ୍ଗୋମୁଣ୍ଡା JMFC କୋର୍ଟରେ ଚାର୍ଜସିଟ କମିଣ୍ଟମେଣ୍ଟ ପରେ ହାଜର ହୋଇଥିଲେ ଗୋବିନ୍ଦ ସାହୁ । ଚାର୍ଜଫ୍ରେମ ହେବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା ।