ସତୀଗୁଡ଼ା ଡ୍ୟାମ୍‌ରେ ୨ ଡଙ୍ଗା ବୁଡ଼ି ୨ ନିଖୋଜ

ମାଛ ଧରିବାକୁ ୨ ଜଣ ୨ଟି ଡଙ୍ଗାରେ ଜଳଭଣ୍ଡାରକୁ ଯାଇଥିଲେ

କାଳବୈଶାଖୀ ପ୍ରଭାବରେ ୨ଟି ଡଙ୍ଗା ବୁଡ଼ି ଯାଇଥିବା ସୂଚନା

ଡଙ୍ଗା ବୁଡ଼ାଇଲା କାଳବୈଶାଖୀ । ମାଲକାନଗିରିରେ କାଳବୈଶାଖୀର କରାଳ ରୂପ । କାଳବୈଶାଖୀ ପ୍ରଭାବରେ ୨ଟି ଡଙ୍ଗା ବୁଡ଼ି ଯାଇଥିବା ସୂଚନା ମିଳିଛି । ସତୀଗୁଡ଼ା ଡ୍ୟାମ୍‌ରେ ୨ଟି ଡଙ୍ଗା ବୁଡ଼ି ୨ ନିଖୋଜ ହୋଇଯାଉଛନ୍ତି । ମାଛ ଧରିବାକୁ ୨ ଜଣ ୨ଟି ଡଙ୍ଗାରେ ଜଳଭଣ୍ଡାରକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ।

ସେହିପରି କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ବେଳେ ଛାତ ଉଡ଼ିଯାଇଛି । ଜିଲ୍ଲା ସଦର ମହକୁମାରେ ଆଜି ଅପରାହ୍ନରେ ଭୀଷଣ ପବନ ହୋଇଛି । ବିଭିନ୍ନ ସ୍ଥାନରେ ବିଶାଳକାୟ ଗଛ ପଡ଼ିଛି । ବର୍ତ୍ତମାନ ଅଗ୍ନିଶମ କର୍ମଚାରୀ ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି ।

ଅନ୍ୟପଟେ ଏଠାରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ କାନ୍ଥ ଭାଙ୍ଗିପଡ଼ିବା ଫଳରେ ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।