Malkangiri And Koraput Faces Opposition To Laxmi Yojana
ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍ ଚଳାଚଳକୁ ମାଲାକାନଗିରିରେ ବିରୋଧ କରାଯାଇଛି। ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ଆଜି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଛି। ଲକ୍ଷ୍ମୀ ବସ୍ ଚଳାଚଳକୁ ଅବିଭକ୍ତ କୋରାପୁଟ ଘରୋଇ ବସ୍ ମାଲିକ ସଂଘ ମଧ୍ୟ ବିରୋଧ କରିଛି। ଏହାକୁ ବିରୋଧ କରି ଅବିଭକ୍ତ କୋରାପୁଟରେ ଆଜି ବସ୍ ଧର୍ମଘଟ ଡାକରା ଦିଆଯାଇଛି।
ଫଳରେ ମାଲକାନଗିରି ସମେତ ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁରରେ ବସ୍ ସେବା ପ୍ରଭାବିତ ହୋଇଛି । ୧୫ ବର୍ଷରୁ ଅଧିକ ସମୟର ବସ୍କୁ ପରମିଟ୍ ଦେବା ସହ ଲଷ୍ମୀ ଯୋଜନାରେ ଅନ୍ୟ ରାଜ୍ୟର ବସ୍କୁ ଲିଜ୍ ଦେବାକୁ ବିରୋଧ କରାଯାଇଛି।
ସରକାରଙ୍କ ଯେଉଁ ସବୁ ସର୍ତ୍ତାବଳୀ ରହିଛି ସେହି ସର୍ତ୍ତରେ ଘରୋଇ ବସ୍ ମାଲିକ ସଂଘକୁ ସାମିଲ କରିବାକୁ ସେମାନେ ନିବେଦନ କରିଛନ୍ତିା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1696216987.jpg)