Advertisment

୨୦୨୪ ସୁଦ୍ଧା ହେବ ମାଲକାନଗିରି ଏୟାରପୋର୍ଟ

ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ।

Airport

Airport

Advertisment

୨୦୨୪ ଜାନୁଆରୀ ସୁଦ୍ଧା କାର୍ଯ୍ୟକାରୀ ହେବ ମାଲକାନଗିରି ଏୟାରପୋର୍ଟ। ମାଲକାନଗିରି ଏୟାରପୋର୍ଟ ନିର୍ମାଣ ସମ୍ପର୍କରେ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏହି ଏୟାରପୋର୍ଟ ପାଇଁ ୭୪ ଏକର ସରକାରୀ ଜମି, ୧୨୬ ଏକର ଘରୋଇ ଜମି ଏବଂ ୩୩ ଏକର ଜଙ୍ଗଲ ଜମି ଆବଶ୍ୟକ ପଡ଼ିବ।

Advertisment

ସେପଟେ ଏୟାରପୋର୍ଟ ହେଲେ ୫୪ ପରିବାର ବିସ୍ଥାପିତ ହେବାକୁ ଥିବାରୁ ସେମାନଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ଆଜି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ସେହିପରି ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ନେଇ ଆଉ ପାଦେ ଆଗକୁ ବଢ଼ିଲା ପ୍ରଶାସନ। ଆଜି ୭ ଜଣିଆ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆର ବୈଷୟିକ ଟିମ୍ ପୁରୀ ଆସି ସ୍ଥିତି ପରଖିଛନ୍ତି। ପ୍ରସ୍ତାବିତ ସିପସରୁବାଲି ଅଞ୍ଚଳର ୧୨ ଶହ ଏକର ଜମିରେ ଏହି ବନ୍ଦର ନିର୍ମାଣ କରାଯିବାକୁ ଯୋଜନା ହୋଇଛି। ତେଣୁ ଗ୍ରାଉଣ୍ଡକୁ ଯାଇ ଏହାର ବାସ୍ତବ ଚିତ୍ରକୁ ପରଖିଛନ୍ତି ଟିମ୍।

Advertisment

ଏଠି ବିମାନ ବନ୍ଦର ହେଲେ ଯାତ୍ରୀଙ୍କୁ କେଉଁଭଳି ସୁବିଧା ଯୋଗାଯାଇପାରିବ, ଜାତୀୟ ରାଜପଥକୁ ପହଞ୍ଚିବାକୁ କି ପ୍ରକାର ବ୍ୟବସ୍ଥା ହେବ, ସ୍ଥାନୀୟଲୋକଙ୍କୁ ଏହାର ପ୍ରଭାବ କଣ ପଡ଼ିବ ସେ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଛି ଟିମ୍। ଏହାପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ବୈଷୟିକ ଟିମ୍। 

Airport Construction Review
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ