Malkangiri airport to be ready by first quarter of 2024: Chief Secretary
୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ । ଏୟାରପୋର୍ଟ ପାଇଁ ୯୫ ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଥିବା ବେଳେ ଗୋଟିଏ ଗାଁକୁ ମଧ୍ୟ ଉଛେଦ କରାଯାଇ ଅନ୍ୟତ୍ର ସ୍ତାନାନ୍ତର କରାଯାଇଛି । ଖୁବ ଶିଘ୍ର ଟେଣ୍ଡର କରାଯାଇ ର୍ନିମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୁର୍ତ୍ତ ବିଭାଗର ଜଣେ ସ୍ୱତନ୍ତ୍ର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦିଆଯାଇଛି । ମାଲକାନଗିରି ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ସୂଚନା ଅନୁସାରେ, ମାଲକାନଗିରି ଗସ୍ତ ଅବସରରେ ପ୍ରାୟ ଏକ ଘଣ୍ଟା ଧରି ବିମାନ ବନ୍ଦର ଲାଗି ଜିଲ୍ଲା ପ୍ରଶାସନ ଦେଇଥିବା ଜାଗା ବୁଲି ଦେଖିବା ପରେ ସେ ଏହି ସୂଚନା ଦେଇଛନ୍ତି । ଗତକାଲି ଗସ୍ତର ପ୍ରଥମ ଦିନରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ପହଞ୍ଚିବା ପରେ ପ୍ରଥମେ ଡି.ଆର.ଡି.ଏ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ବିଭାଗରେ ଚାଲିଥିବା ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ।
ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ପାନୀୟ ଜଳ ସମସ୍ୟା, ବିଦ୍ୟୁତ ସଂଯୋଗୀକରଣ, ରାସ୍ତା ଓ ପୋଲ ର୍ନିମାଣ ସହ ସ୍ୱାଭିମାନ ଅଞ୍ଚଳ ପାଇଁ ରାଜ୍ୟ ସରକାର ଦେଇଥିବା ସ୍ୱତନ୍ତ୍ର ପ୍ୟାକେଜ୍ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ କରିଛନ୍ତି ମୁଖ୍ୟ ସାଶନ ସଚିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649999523.jpg)