Advertisment

ଦିନେ ଥିଲେ ଜିଲ୍ଲା ଟପ୍ପର, ଏବେ ଦିନ ମଜୁରିଆ: ପାଠପଢ଼ିବା ପାଇଁ ଗୋଡ଼ି-ବାଲି ଉଠାଉଛନ୍ତି

ଦିନେ ଜିଲ୍ଲା ଟପ୍ପର ଥିଲେ, ଏବେ ଦିନ ମଜୁରିଆ। ପାଠ ପଢ଼ିବାକୁ ଏହି ଟପ୍ପର ଛାତ୍ରୀ ଦିନ ମଜୁରିଆ ସାଜିଛନ୍ତି। । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ଜିଲ୍ଲା ଟପ୍ପର ଥିଲେ, ଭାଗ୍ୟର ବିଡ଼ମ୍ବନା ଏବେ ସେ ଦିନ ମଜୁରିଆ ଭାବେ ଗୋଡ଼ି-ବାଲି ଉଠାଉଛନ୍ତି।

ଅଦ୍ୟତନ ହୋଇଛି
Malkangiri +2 topper girl works as daily wage worker to fulfill her dreams

Malkangiri +2 topper girl works as daily wage worker to fulfill her dreams

Advertisment

ଦିନେ ଜିଲ୍ଲା ଟପ୍ପର ଥିଲେ, ଏବେ ଦିନ ମଜୁରିଆ। ପାଠ ପଢ଼ିବାକୁ ଏହି ଟପ୍ପର ଛାତ୍ରୀ ଦିନ ମଜୁରିଆ ସାଜିଛନ୍ତି। ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟ ଜିଲ୍ଲା ଟପ୍ପର ଥିଲେ, ଭାଗ୍ୟର ବିଡ଼ମ୍ବନା ଏବେ ସେ ଦିନ ମଜୁରିଆ ଭାବେ ଗୋଡ଼ି-ବାଲି ଉଠାଉଛନ୍ତି। ଆଉ ୪୦ ଡିଗ୍ରୀ ଖରାରେ ମଜୁରୀ ଲାଗୁଛନ୍ତି।

Advertisment

ସୂଚନା ଅନୁସାରେ, ଗତବର୍ଷ ମାଲକାନଗିରି ଜିଲ୍ଲାର ବାଣିଜ୍ୟ ଟପ୍ପର ଥିଲେ ବଣ୍ଡା ଛାତ୍ରୀ କର୍ମା ମୁଦୁଲି। ୮୨% ରୁ ଅଧିକ ମାର୍କ ଆଣିବା ପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରେ ସେ ଆଡମିଶନ୍ କରାଇଥିଲେ। କିନ୍ତୁ ଆନୁସଙ୍ଗିକ ସାମଗ୍ରୀ ଓ ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଟଙ୍କା ତାଙ୍କ ପାଖରେ ନାହିଁ।

ସେପଟେ କର୍ମାଙ୍କ ବାପା ଓ ମାଆ ବୟସ୍କ ହୋଇ ଥିବାବେଳେ ପେନ୍‌ସନ୍ ଟଙ୍କାରେ ଘର ଚଳୁଛି। ଫଳରେ ଆଗକୁ ପାଠ ପଢ଼ିବା ପାଇଁ ଏବେ ଖରାଛୁଟିରେ କର୍ମା ଘରକୁ ଆସି ଦିନ ମଜୁରିଆ ଭାବେ କାମ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ