ସରକାରୀ ବ୍ୟବସ୍ଥାକୁ ଉପହାସ, ଚଉକିକୁ ଆଶାବାଡ଼ି କରି ବୃଦ୍ଧା କୋଷେ ଦୂର ଯାଉଛନ୍ତି ! କିଏ ବୁଝିବ ଦୁଃଖ..?

ଖାଲି ପାଦରେ ପେନ୍‌ସନ୍‌ ପାଇଁ କୋଷେ ଦୂର ଚାଲି ଚାଲି ଯାଉଛନ୍ତି ବୃଦ୍ଧା । ପ୍ଲାଷ୍ଟିକ ଚୌକିଟିଏ ଭରସା ମାତ୍ର ।

Old Woman Struggling For Pension, From Nabarangpur

ପରିଣତ ବୟସରେ ପେନସନ ପାଇଁ ଦହଗଂଜ ହେଉଛନ୍ତି ବୃଦ୍ଧା । ଚୌକିକୁ ଆଶା ବାଡ଼ି ପରି ସାହାରା କରି କୋଷେ ଦୂର ଯାଉଛନ୍ତି ପେନ୍‌ସନ୍‌ (Pension) ଆଣିବାକୁ । ବୃଦ୍ଧାଙ୍କ ବୟସ ୭୦ରୁ ଅଧିକ ହେବ। ଏମିତିକି ଦେହରେ ଚାଲିବା ପାଇଁ ଶକ୍ତି ନାହିଁ କି ଜୋରରେ କଥା ବି ପାଟିରୁ ବାହାରୁ ନାହିଁ । କଙ୍କାଳ ପ୍ରାୟ ଶରୀର । ଏପରି ଅବସ୍ଥାରେ ଖାଲି ପାଦରେ ପେନ୍‌ସନ୍‌ ପାଇଁ କୋଷେ ଦୂର ଚାଲି ଚାଲି ଯାଉଛନ୍ତି ବୃଦ୍ଧା । ପ୍ଲାଷ୍ଟିକ ଚୌକିଟିଏ ଭରସା ମାତ୍ର ।

ପେନସନରେ ସମସ୍ୟା ହୋଇଛି ତାଙ୍କର ଆଙ୍ଗୁଠି ଛାପ । ବ୍ୟାଙ୍କର ଡାଟା ଅନୁସାରେ ତାହା ମିଶୁନଥିବାରୁ ତାଙ୍କୁ ଏ ବ୍ୟାଙ୍କରୁ ସେ ବ୍ୟାଙ୍କ ବୁଲିବାକୁ ପଡୁଛି । ବୃଦ୍ଧା ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗାଁର ସୂର୍ଯ୍ୟ ହରିଜନ। । ଷ୍ଟେଟ ବ୍ୟାଙ୍କ (SBI) ପରିଚାଳକଙ୍କ ସହ ଯୋଗାଯୋଗ କରିବାରୁ ସଙ୍ଗେ ସଙ୍ଗେ ବୃଦ୍ଧାଙ୍କୁ ପେନସନ ଟଙ୍କା ପ୍ରଦାନ କରିଥିବା କହିଛନ୍ତି ।