ଛାତ ଉପରେ କିଚେନ୍ ଗାର୍ଡେନ୍ କରିବା ପ୍ରଣାଳୀ, ଆସନ୍ତୁ ଜାଣିବା

ବର୍ତ୍ତମାନ ସମୟରେ ପନିପରିବାର ଦର ଦାମ୍ ବୃଦ୍ଧି ହେଉଥିବା ବେଳେ ବହୁତ କମ୍ ଯାଗାରେ ଲୋକମାନେ କିଚେନ୍ ଗାର୍ଡେନ ପାଇଁ ମନବଳେଇଲେଣି । ଆଜି ଆମେ ଜାଣିବା ଛାତ ଉପରେ କିଭଳି କରିବା ‘କିଚେନ୍ ଗାର୍ଡେନ୍‘ ।

Make a kitchen garden on the roof

News Summary

କମ୍ ଖର୍ଚ୍ଚ କମ୍ ଯାଗାକେ କରନ୍ତୁ 'କିଚେନ୍ ଗାର୍ଡେନ୍'

ଛାତ ଉପରେ ବଗିଚା କରିବା ଏହା ଏକ କୌଶଳପୁର୍ଣ୍ଣ କାର୍ଯ୍ୟ । ଏଥିରେ ବିଭିନ୍ନ ପାତ୍ର ଯଥା- ସାର ଅଖା, ସିମେଣ୍ଟ ମୁଣି, ପଲିଥିନ୍, ବ୍ୟାଗ, ଫଳ, ପେଟି, ପ୍ଲାଷ୍ଟିକ୍ ଟ୍ରେ, ମାଟି କିମ୍ବା ସିମେଣ୍ଟ କୁଣ୍ଡରେ ମାଟି କରି ବଗିଚା କରାଯାଏ । ଏହି ବଗିଚା କରିବା ପୂର୍ବରୁ ନିମ୍ନଲିଖିତ କେତୋଟି ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯାଏ ।

ବଗିଚା ପାଇଁ ପ୍ରସ୍ତୁତି:

ବଗିଚା ପ୍ରସ୍ତୁତି ପାଇଁ କେଉଁ କେଉଁ ଫଳ ଓ ପନିପରିବା ଲଗାଯିବ ଦରକାର, ଆସନ୍ତୁ ଜାଣିବା, ତଦନୁଯାୟୀ ଉପଯୁକ୍ତ ପାତ୍ର ଯୋଗାଡ଼ କରାଯାଏ

ଫଳ ବା ପନିପରିବାର ନାମ:

 ଗଛ ପାଇଁ ମାଟି ପ୍ରସ୍ତୁତି:

ବାଲିଆ ଦୋରସା ମାଟି, ତାହାର ଅଧା ପରିମାଣର ଶତ୍ମା ଗୋବର ଖତ କିମ୍ବା କମୋଷ୍ଟ), ଏକ ଚତୁର୍ଥାଂଶ ଜିଆ ଖତ, ଏକ ଚତୁର୍ଥାଂଶ ଶତ୍ମା ପତ୍ର ଗୁଣ୍ଡ, ଏକ ଚତୁର୍ଥାଂଶ ଘସି ପାଉଁଶ ମିଶାଇ ମାଟିର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଆବଶ୍ୟକ ସ୍ଥଳେ କିଛି ପରିମାଣର ନିମ୍ବା ବା କରଞ୍ଜ ପିଡ଼ିଆ ମିଶା ଯାଇପାରେ ।

ସାର ପ୍ରୟୋଗ ଓ ପୋଚ ପ୍ରସ୍ତୁତି ପ୍ରଣାଳୀ:

ଗ୍ରେନେମାର ବା ଡି.ଏ.ପି. ଆଦି ସାର ଅଳ୍ପ ମାତ୍ରାରେ ଖତ ସହ ମିଶାଇ ପ୍ରୟୋଗ କରାଯାଏ ।

ପରବର୍ତ୍ତୀ ଅବସ୍ଥାରେ କେବଳ ଗୋବର ଓ ସୋରିଷ ପିଡ଼ିଆର ପୋଚ ସପ୍ତାହ ଅନ୍ତରରେ ପ୍ରୟୋଗ କରାଯାଏ ।

ପାତ୍ର ପୂରଣ ଓ ଚାରା ଲଗାଇବା

ଯୋଗାଣ କରାଯାଇଥିବା ବିଭିନ୍ନ ପାତ୍ର ମଝିରେ ପ୍ରଥମେ ଦୁଇରୁ ତିନି ଇଞ୍ଚ ବହଳର କାଠଗୁଣ୍ଡ, କରତ କଳ ଗୁଣ୍ଡ, ଶଢ଼ା ବିଲାତି ଦଳ ଦେଲେ ତାହା ଜଳ ଧାରଣାରେ ସାହାଯ୍ୟ କରେ । ତା'ପରେ ପ୍ରସ୍ତୁତ ହୋଇଥିବା ମାଟିର ମିଶ୍ରଣକୁ ନେଇ ଯାତ୍ରର ତିନି-ଚତୁର୍ଥାଂଶ ପୂରଣ କରାଯାଏ । ପ୍ରସ୍ତୁତ ପାତ୍ରରେ ଯନ୍ତ୍ରର ସହ ଯୋଗାଡ଼ କରିଥିବା ଚାରା ରୋପଣ କରାଯାଏ ବା ମଞ୍ଜି ବୁଣାଯାଏ । ପରେ ପରେ ପାଣି ଦିଆଯାଏ ।

ଗଛ ଲଗାଇବା ପାଇଁ ପାତ୍ର ପରିବର୍ତ୍ତନ କରନ୍ତୁ:

ଜରି ମୁଣି ହେଉ ବା କାଠ ପେଟି ହେଉ, ଏସବୁ ଏକ ବର୍ଷରୁ ଦୁଇ ବର୍ଷ ମଧ୍ୟରେ ନଷ୍ଟ ହୋଇଯାଏ । ନଷ୍ଟ ହୋଇଗଲେ ସେ ସବୁକୁ ଭିଡ଼ି ବାହାର କରି ମାଟି ସହ ଚେର ଛେଦନ କରି ଓ ଭଲ ଖତମାଟି ଦେଇ ନୂଆ ପାତ୍ରରେ ପୁନଃ ରୋପଣ କରିବା ଦରକାର ।