Advertisment

ସୁନା କାରବାରରେ ଠକେଇ ଅଭିଯୋଗ : ରାଜ୍ୟର ୧୨ ସହରରେ ଜିଏସଟି ରେଡ୍

ସୁନା କାରବାରରେ ଜିଏସଟି ଠକେଇ ଅଭିଯୋଗରେ ୧୨ଟି ସହରରେ ଚଢ଼ଉ କରାଯାଇଛି । ଜିଏସଟି ବିଭାଗ ପକ୍ଷରୁ ୧୨ଟି ସହରର ୧୭ଟି ବଡ଼ ବଡ଼ ଗହଣା ଦୋକାନରେ ଏହି ଚଢ଼ଉ କରାଯାଇଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ ହାଉସରେ ଜିଏସଟି ଚଢ଼ଉ କରିଛି ।

ଅଦ୍ୟତନ ହୋଇଛି
GST Raids

GST Raids

Advertisment

ଭୁବନେଶ୍ୱର : ସୁନା କାରବାରରେ ଜିଏସଟି ଠକେଇ ଅଭିଯୋଗରେ ୧୨ଟି ସହରରେ ଚଢ଼ଉ କରାଯାଇଛି । ଜିଏସଟି ବିଭାଗ ପକ୍ଷରୁ ୧୨ଟି ସହରର ୧୭ଟି ବଡ଼ ବଡ଼ ଗହଣା ଦୋକାନରେ ଏହି ଚଢ଼ଉ କରାଯାଇଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ ହାଉସରେ ଜିଏସଟି ଚଢ଼ଉ କରିଛି ।

Advertisment

ଚଢ଼ଉ ବେଳେ ସୁନାର ଓଜନ, ମାନ ଓ ଜିଏସସି ଠକେଇ ହୋଇଛି କି ନାହିଁ, ତାହାର ଯାଞ୍ଚ କରାଯାଉଛି । ଜିନିଷ ଦେବାରେ ଠକେଇ, ନିଜ ପାଖରେ ଥିବା ଷ୍ଟକର ଭୁଲ୍ ତଥ୍ୟ ଦେଖାଇବା, ମିଥ୍ୟା ତଥ୍ୟ ଦେଇ ଟ୍ୟାକ୍ସ ଲୁଚାଇବା, ଟ୍ୟାକ୍ସ ଫାଙ୍କି ଜିନିଷ ଗୁଡ଼ିକୁ ବେଆଇନ ଭାବେ ଅନ୍ୟସ୍ଥାନକୁ ଚାଲାଣ କରିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।

ସୂଚନା ଅନୁସାରେ ନକଲି ସୁନା, ମାପ ଓ ଓଜନରେ ଠକେଇ କରାଯାଉଥିବା ଜିଏସଟି ହାତରେ ଖବର ଲାଗିଛି । କେବଳ ଏତିକି ନୁହେଁ ପୂଜା ବଜାର ପାଇଁ ବଡ଼ ବଡ଼ ସୁନା ଦୋକାନ ଗୁଡ଼ିକରେ ଷ୍ଟକ୍ ମଧ୍ୟ ଅଧିକ ରଖାଯାଉଛି । ଏହି କ୍ରମରେ ଜିଏସଟିର ସାତ ଜଣିଆ ଟିମ୍ ଭୁବନେଶ୍ୱର ସହିଦ ନଗର, ମଞ୍ଚେଶ୍ୱର, ଲକ୍ଷ୍ମୀସାଗରର ବିଭିନ୍ନ ସୁନା ଦୋକାନରେ ଚଢ଼ଉ କରିଛି ।

Advertisment

ତେବେ ଚଢ଼ାଉ ସମୟରେ ବାହାରର କୌଣସି ଲୋକଙ୍କୁ ଭିତରକୁ ଯିବାକୁ ଦେଉନଥିଲେ କି ଭିତରେ ଥିବା ବ୍ୟବସାୟୀଙ୍କୁ ବାହାରକୁ ଯିବା ପାଇଁ ଅନୁମତି ନଥିଲା । ତେବେ ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଉଛି । ଜିଏସିଟି ଠକେଇ ହେଉଛି ନା ନାହିଁ, ଆଗକୁ ଜଣାପଡ଼ିବ । କେବଳ ଭୁବନେଶ୍ୱରରେ ନୁହଁ ରାଜ୍ୟର ୧୨ ସହରରେ ଜିଏସଟି ରେଡ୍ ହୋଇଛି । 

Advertisment
GST Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ