Advertisment

ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପାଣିରେ ପଡ଼ିଲା ଲକ୍ଷାଧିକ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଜଣାପଡିଛି । ହିଞ୍ଜିଳିକାଟୁ ବ୍ଲକ୍ ପଲ୍ଲୀ ପଦ୍ମନାଭପୁର ଗ୍ରାମରେ କ୍ଷୁଦ୍ରଜଳ ସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା କେନାଲ ଗାର୍ଡ ୱାର୍ଡ଼ କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ହିଞ୍ଜିଳିକାଟୁ ବ୍ଲକ୍ ମକରଝୋଳ ପଞ୍ଚାୟତ ପଦ୍ମନାଭପୁର ଗ୍ରାମରେ ସ୍ଥାନୀୟ ଅଞ୍ଚଳର ଚାଷ ଜମିକୁ ଜଳ ଯୋଗାଣର ସୁବନ୍ଦୋବସ୍ତ କରି ପ୍ରାୟ ୧ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ କେନାଲ ଗାର୍ଡ ୱାଲ କାମ ଦୀର୍ଘ ଦେଢ଼ ବର୍ଷ ଧରି କାମ ଚାଲିଲା ପରେ ପ୍ରାୟ ଦୁଇମାସ ତଳେ ନିର୍ମାଣ କାମ ଶେଷ ହୋଇଥିଲା

ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପାଣିରେ ପଡ଼ିଲା ଲକ୍ଷାଧିକ ଟଙ୍କା

Irrigation Work

Advertisment

ହିଞ୍ଜିଳି: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଜଣାପଡିଛି । ହିଞ୍ଜିଳିକାଟୁ ବ୍ଲକ୍ ପଲ୍ଲୀ ପଦ୍ମନାଭପୁର ଗ୍ରାମରେ କ୍ଷୁଦ୍ରଜଳ ସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା କେନାଲ ଗାର୍ଡ ୱାର୍ଡ଼ କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ହିଞ୍ଜିଳିକାଟୁ ବ୍ଲକ୍ ମକରଝୋଳ ପଞ୍ଚାୟତ ପଦ୍ମନାଭପୁର ଗ୍ରାମରେ ସ୍ଥାନୀୟ ଅଞ୍ଚଳର ଚାଷ ଜମିକୁ ଜଳ ଯୋଗାଣର ସୁବନ୍ଦୋବସ୍ତ କରି ପ୍ରାୟ ୧ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ କେନାଲ ଗାର୍ଡ ୱାଲ କାମ ଦୀର୍ଘ ଦେଢ଼ ବର୍ଷ ଧରି କାମ ଚାଲିଲା ପରେ ପ୍ରାୟ ଦୁଇମାସ ତଳେ ନିର୍ମାଣ କାମ ଶେଷ ହୋଇଥିଲା । ତେବେ ମଙ୍ଗଳବାର ସନ୍ଧ୍ୟାରେ ଜଳସମ୍ପଦ ବିଭାଗ ପକ୍ଷରୁ ଚାଷ ଜମିକୁ ପାଣି ଯୋଗାଣ ସମୟରେ ସଂପୃକ୍ତ କେନାଲ ଗାର୍ଡ ୱାଲ ଟି ଭୁଷୁଡି ପଡିଛି ।

Advertisment

ଗାଡୱାଲର କକ୍ରିଟ ଧୋଇଯିବା ସହିତ ଚାଷ ଜମିକୁ ପାଣି ମାଡ଼ିଯିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ କ୍ଷୁଦ୍ର ଜଳ ସେଚନର କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରିଥିଲେ । ଆଉ ପରେ ସେ ତୁରନ୍ତ ଆସି କାମର ତଦାରଖ କରିଥିଲେ ଓ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଏହି ସମୟରେ ସ୍ଥାନୀୟ ଅଂଚଳରେ ଗଣମାଧ୍ୟମ ଉପସ୍ଥିତ ଥିବା ଶୁଣି ସେହି ସ୍ଥାନରୁ ଛୁ ମାରି ଥିଲେ ଯନ୍ତ୍ରୀ। ଏନେଇ ଅନେକ ଗଣମାଧ୍ୟମ ପ୍ରତିନିଧି ଫୋନ କରିବାରୁ ଫୋନକୁ ଉଠାଇ ନଥିଲେ। ତେବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ହେତୁ ଏମିତି ନିମ୍ନମାନର କାର୍ଯ୍ୟ ହେଉଛି। ଏହାକୁ ତଦନ୍ତ କରିବା ଦରକାର ବୋଲି ସେମାନେ ଦାବି କରିଛନ୍ତି।

Advertisment
Odisha Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ