Advertisment

ପ୍ରଶାସନ ପାଇଁ ଖେଳ, ଲୋକଙ୍କ ପାଇଁ କାଳ...

ମନଇଚ୍ଛା ରାସ୍ତା କରୁଛନ୍ତି ପୁଣି କେତେବେଳେ ଖୋଳିଦେଉଛନ୍ତି, ଚିନ୍ତାରେ ବୌଦ୍ଧବାସୀ

ଅଦ୍ୟତନ ହୋଇଛି
Road Problem

Road Problem

Advertisment

ବୌଦ୍ଧ ଜିଲାରେ ପ୍ରଶାସନର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହୁନଥିବାରୁ ଗୋଟିଏ ବିଭାଗ ନିର୍ମାଣ କଲେ କିଛିଦିନ ପରେ ଅନ୍ୟ ବିଭାଗ ଭାଙ୍ଗିଦେବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ। କେହି କେହି କହିଲେଣି, ଏଇଠି ପ୍ରଶାସନ ଲୋକଙ୍କ ଜୀବନ ସହ ଖେଳୁଛି। କିଛିମାସ ତଳେ ପୂର୍ତ୍ତ ବିଭାଗ ଦ୍ୱାରା ସହରର ସମସ୍ତ ସଡକ ନୂତନ ଭାବେ ନିର୍ମାଣ କରାଯାଇଥିବା ବେଳେ ଏବେ ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛାଇବା ନାମରେ ରାସ୍ତା ସବୁ ଭାଙ୍ଗି ଦିଆଯାଇଛି । ପାଇପ ପାଇଁ ଖୋଳାଯାଇଥିବା ରାସ୍ତା ଗୁଡିକରେ ହୋଇଥିବା ବଡବଡ ଖାଲରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି ।

Advertisment

କେତେବେଳେ ସାଇକେଲ , ମୋଟର ସାଇକେଲ ତ ଆଉ କେତେବେଳେ ବଡ଼ ଗାଡ଼ି ଖାଲରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ସହରର ପ୍ରମୁଖ ସଡକରେ ମଧ୍ୟ ଏହିପରି ଅବସ୍ଥା ସବୁ ଦେଖିବାକୁ ମିଳୁଛି । ପାଇପ ବିଛାଇବା ନାଁରେ ସମସ୍ତ ସରକାରୀ ନିୟମକୁ ଫୁ କରିଦେଇ ଠିକାଦାର ନିଜ ମନଇଚ୍ଛା କାମ କରୁଛନ୍ତି । ଠିକାଦାରଠାରୁ ମୁନାଫା ନେଇ ବିଭାଗୀୟ ଅସାଧୁ କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ନିଘୋଡ ନିଦରେ ଶୋଇପଡିଛନ୍ତି । ଆଉ ଯାହାଲାଗି ହଇରାଣ ହେଉଛନ୍ତି ଅଞ୍ଚଳବାସୀ।

ପାଇପ ବିଛାଇବା ପାଇଁ ଅଳ୍ପ ଗଭୀରରେ ଗାତ ଖୋଳା ଯାଉଥିବା ବେଳେ ପାଇପ ପକାଇବା ପରେ ବାଲି ଦ୍ୱାରା ତାକୁ ପୋତାଯାଇ ପୁର୍ନବାର କଂକ୍ରିଟ କରିବା କଥା। ମାତ୍ର ଏସବୁ ନିୟମକୁ ନମାନି ଠିକାଦାର ନିଜ ଇଚ୍ଛାରେ କାମ କରୁଥିବା ଅଭିଯୋଗ ହୋଇଛି । ଗାତ ସବୁ ମାଟିରେ ପୋତିଦେଇ ଦୀର୍ଘଦିନ ଧରି ଖୋଲା ଛାଡି ଦେଉଛନ୍ତି। ଫଳରେ ବୌଦ୍ଧ ସହର ଏବେ ଖାଲ ଖମାର ସହର ଭାବେ ପରିଗଣିତ ହୋଇଗଲାଣି। ଆଉ କେତେବେଳେ ଯେ କାହାର ପ୍ରାଣ ଯିବ ତାହା କେହି କହିପାରିବେ ନାହିଁ ବୋଲି ସ୍ଥାନୀୟ ଲୋକ କବିଛନ୍ତି। ତେବେ ଏନେଇ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ