Advertisment

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ଉଡ଼ିଲା ବିମାନ

ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ ।

ଅଦ୍ୟତନ ହୋଇଛି
Maiden flight takes off for Bhubaneswar from Rangeilunda airstrip in Berhampur

Maiden flight takes off for Bhubaneswar from Rangeilunda airstrip in Berhampur

Advertisment

ଭୁବନେଶ୍ୱରରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରକୁ ଆରମ୍ଭ ହେଲା ବିମାନ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ୯ ସିଟେଡ୍ ବିମାନ ଉଡ଼ାଣ ଭରିଛି। 

Advertisment

ପରବର୍ତ୍ତୀ ସମୟରେ ରୂପରେଖ ବୃଦ୍ଧି କରାଯିବାର ଯୋଜନା ରହିଛି। ଦୀର୍ଘଦିନ ପରେ ବିମାନ ଚଳାଚଳ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି । ଆଜି ଭୁବନେଶ୍ୱରରୁ ଦିନ ୧୦ଟାରେ ଉଡ଼ାଣ ଭରିଥିବା ବେଳେ ୧୦ଟା ୪୦ରେ ବ୍ରହ୍ମପୁରରେ ପହଞ୍ଚିଥିଲା। ଏହାପରେ ଦିନ ୧୧ଟା ୫ଟାରେ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିଥିଲା।

ଚିଲିକା ହ୍ରଦ, ତାମ୍ପରା ହ୍ରଦ, ଗୋପାଳପୁର ବିଚ୍, ଋଷିକୁଲ୍ୟା ନଦୀ, ତାରା ତାରିଣୀ ମନ୍ଦିର ଇତ୍ୟାଦି ଆକର୍ଷଣୀୟ ସ୍ଥାନ ଏବଂ ପର୍ଯ୍ୟଟନ ସ୍ଥଳର ଉପସ୍ଥିତି ରଙ୍ଗେଇଲୁଣ୍ଡାରେ ବିମାନ ସଂଯୋଗ ପରେ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି। ସୂଚନାଥାଉ କି, ରଙ୍ଗେଇଲୁଣ୍ଡାକୁ ବିମାନ ଚଳାଚଳ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା।

Advertisment
Flight Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ