Mahisamardini Idol Emerges During ASI Dig In Sari Temple
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଶୁକଶାରୀ ମନ୍ଦିରର ପାର୍ଶ୍ୱରେ ଖନନ ବେଳେ ପୁଣି ଦେବା ଦେବୀଙ୍କ ମୂର୍ତ୍ତି ମିଳିଛି। ଶାରୀ ମନ୍ଦିର ପରିସରରୁ ଗତକାଲି ଆଉ ଏକ ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ବିଭାଗ ଠାବ କରିଛି।
ଗତକାଲି ଖନନ ସମୟରେ ମନ୍ଦିର ଗର୍ଭଗୃହରୁ ଚର୍ତୁଭୂଜା ଥିବା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି ବାହାରିଛି। ଏହାସହ ମନ୍ଦିର ପରିସରରୁ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ବି ମିଳିଛି। ଏହି ମୂର୍ତ୍ତି ଷଷ୍ଠ କିମ୍ବା ସପ୍ତମ ଶତାବ୍ଦୀର ହୋଇଥିବା ଜଣାପଡ଼ିଛି। ପୂର୍ବ ଖନନରେ ଏକ ମନ୍ଦିର ବାହାରିଥିଲା ହେଲେ ଏହା କେଉଁ ଦେବାଦେବୀଙ୍କ ମନ୍ଦିର ତାହା ଜଣାପଡ଼ିନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650526665.jpeg)