Advertisment

କେରଳର ନୃତ୍ୟ ଗୁରୁଙ୍କୁ ମାହାରୀ ନୃତ୍ୟ ଶିଖାଉଛନ୍ତି ଗୁରୁ ରୂପଶ୍ରୀ ମହାପାତ୍ର

ମାହାରୀ ନୃତ୍ୟର ମୁଦ୍ରା ସାଙ୍ଗକୁ ତାଳରେ ତାଳ ଏବଂ ଛାନ୍ଦକୁ ଛାନ୍ଦ ମିଶାଇ ଗୀତ ଗୋବିନ୍ଦ ବା ଅଷ୍ଟପଦୀ ଓଡ଼ିଆ ଭାଷାରେ ନୃତ୍ୟ ଶିଖୁଛନ୍ତି କେରଳର ନୃତ୍ୟ ଗୁରୁ।

Guru Rupashree Mohapatra

Guru Rupashree Mohapatra

Advertisment

ଓଡ଼ିଶା ଜଗନ୍ନାଥ ସଂସ୍କୃତିର ବହୁ ପ୍ରାଚୀନ ମାହାରୀ ନୃତ୍ୟ ଶିଖୁଛନ୍ତି କେରଳର ନୃତ୍ୟ ଗୁରୁ। ମାହାରୀ ନୃତ୍ୟର ମୁଦ୍ରା ସାଙ୍ଗକୁ ତାଳରେ ତାଳ ଏବଂ ଛାନ୍ଦକୁ ଛାନ୍ଦ ମିଶାଇ ଗୀତ ଗୋବିନ୍ଦ ବା ଅଷ୍ଟପଦୀ ଓଡ଼ିଆ ଭାଷାରେ ନୃତ୍ୟ ଶିଖୁଛନ୍ତି କେରଳର ନୃତ୍ୟ ଗୁରୁ। ଏହି ନୃତ୍ୟ ଶିଖାଉଛନ୍ତି ଓଡ଼ିଶାର ଏକମାତ୍ର ମାହାରୀ ନୃତ୍ୟ ଗୁରୁ ରୂପଶ୍ରୀ ମହାପାତ୍ର।

Advertisment

ଓଡ଼ିଶାର ବିଭିନ୍ନ ସ୍ଥାନରେ ପୂଜା ପାର୍ବଣରେ ମାହାରୀ ନୃତ୍ୟ ପରିବେଷଣ କରି ପରିବାରକୁ ଖୁସିରେ ଚଳାଉଥିଲେ ନୃତ୍ୟ ଗୁରୁ ରୂପଶ୍ରୀ। କରୋନାର ପ୍ରଥମ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ ସତେ ଯେମିତି ତାଙ୍କ ପାଦର ପାଉଁଜି କାଢି ନେଇ କଟକଣା ରୂପକ ବେଡ଼ି ବାନ୍ଧି ଦେଇଥିଲା ପ୍ରଶାସନ।

ବୁଦ୍ଧି ଶୂନ୍ୟ ହୋଇପଡିଥିଲେ ଗୁରୁ ରୂପଶ୍ରୀ ମହାପାତ୍ର। ସେହି ସମୟରେ କେରଳ ଏବଂ ଗୁରୁ ଆୟୁର ଟେମ୍ପଲ ଟ୍ରଷ୍ଟ ପକ୍ଷରୁ ରୂପଶ୍ରୀ ମହାପାତ୍ରଙ୍କୁ ମାହାରୀ ନୃତ୍ୟ ଶିଖାଇବାକୁ ଡାକରା ଆସିଥିଲା। ଟ୍ରଷ୍ଟର ଅନୁରୋଧ ରକ୍ଷା କରି ଜଗନ୍ନାଥ ଧାମ ଛାଡି କେରଳ ଅଭିମୁଖେ ଯାଇଥିଲେ ରୂପଶ୍ରୀ। ଏବେ କେରଳ ନୃତ୍ୟାଙ୍ଗନା ଏବଂ ଅଧିକରୁ ଅଧିକ ଯୁବକ ଯୁବତୀ ମାହାରୀ ନୃତ୍ୟ ପ୍ରତି ଆକର୍ଷିତ ହୋଇ ନୃତ୍ୟ ଶିଖୁଛନ୍ତି। 

Advertisment
Guru Rupashree Mohapatra Mahari Dancer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ