Advertisment

ମହାନଦୀର ଦୀର୍ଘତମ ସେତୁ : ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମହାନଦୀର ସବୁଠୁ ବଡ଼ ସେତୁର ଉଦଘାଟନ ହୋଇଛି । ଏହା ହେଉଛି ଓଡିଶାର ପ୍ରଥମ T ସେତୁ । ୩ କିଲୋମିଟର ୪ ଶହ ମିଟର ଲମ୍ବ ବିଶିଷ୍ଟ ଏହି ସେତୁକୁ ୧୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସେତୁ ହେବା ପରେ ବଡମ୍ୱା ସହ ବାଙ୍କୀ, ଖୋର୍ଦ୍ଧା, ନୟାଗଡ ଓ ଭୁବନେଶ୍ୱରର ଦୂରତ୍ୱ କମିଛି ।

ଅଦ୍ୟତନ ହୋଇଛି
T-Bridge

T-Bridge

Advertisment

କଟକ: ଉଦଘାଟନ ହେଲା ମହାନଦୀରେ ସବୁଠାରୁ ଦୀର୍ଘତମ ସେତୁ । କଟକ ଜିଲ୍ଲା ବାଙ୍କୀ ବୈଦ୍ୟେଶ୍ୱର ଓ ବଡ଼ମ୍ବା ଗୋପୀନାଥପୁରକୁ ସଂଯୋଗ କରୁଥିବା ମହାନଦୀ ସେତୁକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩ କିଲୋମିଟର ୪ ଶହ ମିଟର ଲମ୍ବ ବିଶିଷ୍ଟ ଏହି ସେତୁକୁ ୧୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ନେଇ ସରକାରୀ ଭାବେ ସୂଚନା ଦିଆଯାଇଛି। ଏଥିସହିତ ସେତୁର ମଧ୍ୟ ଭାଗରୁ ବାବା ସିଂହନାଥଙ୍କ ଶୈବପୀଠକୁ ଯୋଡାଯାଇଛି। ତେଣୁ ଏହାକୁ ଟି ସେତୁ ବୋଲି କୁହାଯାଉଛି। ଏହି ସେତୁ ଦ୍ୱାରା ଭୁବନେଶ୍ୱରକୁ ଦୂରତ୍ୱ ୪୫ କିଲୋମିଟର ହ୍ରାସ ପାଇବ ବୋଲି କୁହାଯାଇଛି।

Advertisment

ତେବେ  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ସହ ଅନେକ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ୍‌। କଟକ ଜିଲ୍ଲାର ବଡ଼ମ୍ବା ଗୋପୀନାଥପୁର ଠାରୁ ବାଙ୍କି ବୈଦେଶ୍ୱର ପର୍ଯ୍ୟନ୍ତ ମହାନଦୀ ଉପରେ ର୍ନିମାଣ ହୋଇଥିବା ସେତୁକୁ ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିଲା। ତେଣୁ ନେତାଙ୍କୁ ଉଠାଇ ନେଇଥିଲା ପୋଲିସ।

ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମନ୍ତ୍ରୀମାନେ ବାଙ୍କୀ ଆସୁଥିବାରୁ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଏନେଇ କଂଗ୍ରେସ ପକ୍ଷରୁ ରାସ୍ତାରେ ମନ୍ତ୍ରୀମାନଙ୍କୁ କଳାପତାକା ଦେଖାଇବାକୁ ଯାଉଥିବା ବେଳେ  ଶତାଧିକ କଂଗ୍ରେସ କର୍ମୀଙ୍କୁ ବାଙ୍କୀ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି।

Advertisment
Naveen Patnaik Mahanadi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ