Advertisment

ଆଉ ୪.୧୩ ଲକ୍ଷ ହିତାଧିକାରୀଙ୍କୁ ମଧୁବାବୁ ପେନ୍‌ସନ୍‌

ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କ ଭଳି ନୂଆ ହିତାଧିକାରୀ ଭତ୍ତା ପାଇବେ । ନୂଆ ହିତାଧିକାରୀ ଅଗଷ୍ଟ ୧୫ରେ ପ୍ରଥମ ଭତ୍ତା ପାଇବେ ।

ଅଦ୍ୟତନ ହୋଇଛି
Madhu Babu Pension Yojna

Madhu Babu Pension Yojna

Advertisment

ବଢ଼ିଲେ ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀ । ଆହୁରୀ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ପାଇବେ ମଧୁବାବୁ ପେନସନ୍ । ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏବେ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଥିବା ବେଳେ ନୂଆ ହିତାଧିକାରୀ ମିଶିବା ପରେ ଏହି ସଂଖ୍ୟା ୩୨ ଲକ୍ଷ ୭୫ ହଜାରରେ ପହଞ୍ଚିଲା। ସାମିଲ ନୂଆ ହିତାଧିକାରୀ ଅଗଷ୍ଟ ୧୫ରେ ଅର୍ଥାତ ଏ ମାସ ୧୫ ତାରିଖରେ ନିଜର ପ୍ରଥମ ଭତ୍ତା ପାଇବେ । ଏହି ଯୋଜନାରେ ହିତାଧିକାରୀଙ୍କୁ ମାସିକ ୫୦୦, ୭୦୦ ଏବଂ ୯୦୦ ଟଙ୍କା ମିଳୁଛି ।

Advertisment

‘ମଧୁବାବୁ ପେନ୍‌ସନ୍‌ ଯୋଜନା’ରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ବିଧବା ଏବଂ ବିଭିନ୍ନ ଦୂରାରୋଗରେ ପୀଡ଼ିତ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାସିକ ଭତ୍ତା ପ୍ରଦାନ କରାଯାଏ । ୨୦୦୮ ମସିହା ଜାନୁଆରୀ ମାସ ପହିଲା ତାରିଖରୁ ଏହି ଯୋଜନା ଆରମ୍ଭ କରାଯାଇଛି । ଦରିଦ୍ର ସୀମାରେଖା ତଳେ ବାସ କରୁଥିବା ଅସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।

Madhu Babu Pension Yojana.
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ