କିଛି ଜାଣିପାରୁନାହାନ୍ତି ବଡ଼ ବାବୁ : ମଣିଷ ବଦଳରେ ମେସିନ୍‌ କରୁଛି କାମ

ସମସ୍ତଙ୍କ ନଜର ହଟାଇବା ପାଇଁ ନୂଆ କୌଶଳ ଆପଣାଉଛନ୍ତି କାର୍ଯ୍ୟାଦେଶ ନେଇ କାମ କରୁଥିବା ଠିକାଦାର ଓ ଅଧିକାରୀ । ସରକାରୀ ଛୁଟି ଦିନରେ ମେସିନ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାତିରେ ମେସିନ ସାହାଯ୍ୟରେ କାମ ହେଉନଥିବା ଅଭିଯୋଗ ହୋଇଛି ।

MGNREGA works

ରାଜ୍ୟରେ ବେକାରୀ ସମସ୍ୟା ହଟାଇବା ସହ ରୋଜଗାର ଯୋଗାଇବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କରାଯାଇଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା କାମ କିନ୍ତୁ ମେସିନ କରୁଛି । 

ସମସ୍ତଙ୍କ ନଜର ହଟାଇବା ପାଇଁ ନୂଆ କୌଶଳ ଆପଣାଉଛନ୍ତି କାର୍ଯ୍ୟାଦେଶ ନେଇ କାମ କରୁଥିବା ଠିକାଦାର ଓ ଅଧିକାରୀ । ସରକାରୀ ଛୁଟି ଦିନରେ ମେସିନ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାତିରେ ମେସିନ ସାହାଯ୍ୟରେ କାମ ହେଉନଥିବା ଅଭିଯୋଗ ହୋଇଛି ।

ତେବେ ପୂରା ଘଟଣାକୁ ନେଇ କିନ୍ତୁ ସରପଞ୍ଚ ଏହାକୁ ଖଣ୍ଡନ କରିଛନ୍ତି । ପଞ୍ଚାୟତର ସମସ୍ତ କାର୍ଯ୍ୟକୁ ଵିଭାଗୀୟ ଯନ୍ତ୍ରୀ, ବିଡ଼ିଓ, ପିଡି ଓ ଜିଲ୍ଲାପାଳ ତଦାରଖ କରୁଛନ୍ତି। ଯଦି କୌଣସି ଅଭିଯୋଗ ଅଛି ଉପରିସ୍ଥ ଅଧିକାରୀ ଆଵଶ୍ୟକତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହୁଛନ୍ତି । ଯେଉଁ ମାନଙ୍କ ପାଇଁ ଯୋଜନା, ସେହି ମାନେ ଲାଭ ପାଇବେ କଣ ମେସିନ୍ ପାଉଛି ଲାଭ । ଏମିତି ଗଣ୍ଡା ଗଣ୍ଡା ଅଭିଯୋଗ ସିନା ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି ।

(ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ)