Advertisment

୫୮୦ ବର୍ଷ ପରେ ଆସନ୍ତାକାଲି ଲାଗିବ ଏହି ଚନ୍ଦ୍ର ଗ୍ରହଣ

ଧାର୍ମିକ ବିଶ୍ୱାସ ଅନୁସାରେ, ଗ୍ରହଣକୁ ଅଶୁଭ ବୋଲି କୁହାଯାଇ ଥାଏ। ଏଥିପାଇଁ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ହୁଏ ନାହିଁ।

ଅଦ୍ୟତନ ହୋଇଛି
Lunar Eclipse

Lunar Eclipse

Advertisment

ଗ୍ରହଣର ବୈଜ୍ଞାନିକ ମହତ୍ତ୍ୱ ସହ ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ମହତ୍ତ୍ୱ ରହିଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଗ୍ରହଣକୁ ଅଶୁଭ ବୋଲି କୁହାଯାଇ ଥାଏ। ଏଥିପାଇଁ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ହୁଏ ନାହିଁ। ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୧୯ ଅର୍ଥାତ୍‌ ଆସନ୍ତାକାଲି ପଡ଼ୁଛି। ଏହି ଗ୍ରହଣ ବେଶ୍ ଖାସ୍‌ ବୋଲି କୁହାଯାଉଛି। ତେବେ ଏହି ଗ୍ରହଣର ଠିକ୍‌ ୧୫ ଦିନ ପରେ ଡିସେମ୍ବର ୪ରେ ସୂର୍ଯ୍ୟ ପରାଗ ପଡ଼ୁଛି।  

Advertisment

କାହିଁକି ଖାସ୍ ଏହି ଚନ୍ଦ୍ର ଗ୍ରହଣ ? 

ନଭେମ୍ବର ୧୯ରେ ପଡ଼ୁଥିବା ଚନ୍ଦ୍ର ଗ୍ରହଣ ବେଶ୍‌ ଖାସ୍‌ ବୋଲି କୁହାଯାଉଛି। କାରଣ ୫୮୦ ବର୍ଷ ପରେ ଏଭଳି ଚନ୍ଦ୍ର ଗ୍ରହଣ ଲାଗିବ। ଏହି ଚନ୍ଦ୍ର ଗ୍ରହଣ ସବୁଠାରୁ ଲମ୍ବା ଆଂଶିକ ଚନ୍ଦ୍ର ଗ୍ରହଣ ହେବ। ପ୍ରାୟ ସାଢ଼େ ୩ ଘଣ୍ଟା ପର୍ଯ୍ୟନ୍ତ ଏହି ଗ୍ରହଣ ଲାଗିବ। ଭାରତୀୟ ସମୟ ଅନୁସାରେ, ଅପରାହ୍ନ ୧୨ଟା ୪୮ ମିନିଟରେ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୪ଟା ୧୭ରେ ସରିବ। 

ଏହି ଆଂଶିକ ଚନ୍ଦ୍ର ଗ୍ରହଣ ଭାରତରେ କେବଳ ଆସାମ ଓ ଅରୁଣାଚଳପ୍ରଦେଶରେ ଦୃଶ୍ୟମାନ ହେବ। ଏହା ପୂର୍ବରୁ ଏଭଳି ଲମ୍ବା ଆଂଶିକ ଚନ୍ଦ୍ର ଗ୍ରହଣ ୧୪୪୦ରେ ଦୃଶ୍ୟମାନ ହୋଇଥିଲା। ଏହାପରେ ୨୦୨୧, ନଭେମ୍ବର ୧୯ରେ ଏହି ଗ୍ରହଣ ଲାଗିବ ଓ  ୨୬୬୯, ଫେବୃଆରୀ ୮ରେ ଏହି  ଲମ୍ବା ଆଂଶିକ ଚନ୍ଦ୍ର ଗ୍ରହଣ ଲାଗିବ ବୋଲି ଜଣାପଡ଼ିଛି। ଅର୍ଥାତ୍‌ ୬୪୮ ବର୍ଷ ପରେ ପୁଣିଥରେ ଏହି ଗ୍ରହଣ ଲାଗିବ। 

Advertisment

୨୦୨୧, ନଭେମ୍ବର ୧୯ରେ ହେବାକୁ ଥିବା ଏହି ଚନ୍ଦ୍ର ଗ୍ରହଣ ପରେ ଏହାର ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ଆସନ୍ତା ବର୍ଷ ୨୦୨୨, ନଭେମ୍ବର ୮ରେ ପଡ଼ିବ। ଚଳିତ ବର୍ଷ ୨ଟି ସୂର୍ଯ୍ୟ ପରାଗ ଓ ୨ଟି ଚନ୍ଦ୍ର ଗ୍ରହଣ ପଡ଼ିଛି। ଏଥିମଧ୍ୟରୁ ୨ଟି ଗ୍ରହଣ ଲାଗି ସାରିଛି। ଆଉ ୨ଟି ଗ୍ରହଣ ଲାଗିବ। ନଭେମ୍ବର ୧୯ରେ ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଥିବାବେଳେ ଡିସେମ୍ବର ୪ରେ ଶେଷ ସୂର୍ଯ୍ୟ ପରାଗ ଲାଗିବ। 

ଚନ୍ଦ୍ର ଗ୍ରହଣ ସାଧାରଣତଃ ୩ ପ୍ରକାରର ଯଥା- ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଆଂଶିକ ଚନ୍ଦ୍ର ଗ୍ରହଣ ଏବଂ ଉପଛାୟା ଚନ୍ଦ୍ର ଗ୍ରହଣ। 

Advertisment
Lunar Eclipses In 2021 Lunar Eclipse Chandra Grahan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ