Lovestruck class 8 girl elopes with teacher
ପୋଲିସ୍ ହାତରେ ଧରାପଡ଼ିଲେ ରସିକିଆ ଗଣିତ ମାଷ୍ଟର। ନାବାଳିକା ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଗଣିତ ମାଷ୍ଟର ଚମ୍ପଟ ମାରିଥିଲେ। ଶେଷରେ ତନାଘନା ପରେ ପୋଲିସ୍ ରସିକିଆ ଗଣିତ ମାଷ୍ଟରଙ୍କୁ ଗିରଫ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ସମ୍ପୃକ୍ତ ଶିକ୍ଷକ କୁତ୍ରା ରାଞ୍ଚି ରୋଡ୍ରେ ଥିବା ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଶିକ୍ଷକତା କରୁଥିଲେ। ଚଳିତ ମାସ ୫ ତାରିଖରେ ଶିକ୍ଷକ ଜଣକ ସେହି ସ୍କୁଲରେ ପଢୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନେଇ ଫେରାର ହୋଇଯାଇଥିଲେ। ଛାତ୍ରୀଙ୍କ ନିଖୋଜ ପରେ ପରିବାର ଲୋକ ଏନେଇ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଥିଲା।
ଶିକ୍ଷକ ଜଣକ ରାଜଗାଙ୍ଗପୁରରେ ରହୁଥିଲେ। ତେଣୁ ପୋଲିସ ରାଜଗାଙ୍ଗପୁରର ବିଭିନ୍ନ ସ୍ଥାନରେ ରାତି ଅଧିଆ ଛାନ୍ଭିନ୍ ଆରମ୍ଭ କରିଥିଲା। ମୋବାଇଲ ଟ୍ରେସିଂ ପରେ ସମ୍ପୃକ୍ତ ଶିକ୍ଷକଙ୍କ ସହଯୋଗୀଙ୍କ ସୁରାଗ ପାଇଥିଲା ପୋଲିସ।
ସହଯୋଗୀକୁ ଥାନାକୁ ଆଣି ପଚରାଉଚରା ପରେ ଶିକ୍ଷକ ଓ ଛାତ୍ର ଜଣକ ବିହାରରେ ଶିୱାନ ଜିଲ୍ଲାର କରୁଆ ଅଞ୍ଚଳରେ ରହୁଥିବା ନେଇ ପୋଲିସ୍ ଜାଣିବାକୁ ପାଇଥିଲା। ଏହାପରେ କୁତ୍ରା ଥାନା IIC ସୁଶାନ୍ତ ପରିଡ଼ାଙ୍କ ସମେତ ଏକ ଟିମ୍ ବିହାର ଶିଓ୍ୱାନ ଜିଲ୍ଲାର କରୁଆ ଗାଁରେ ଚଢଉ କରିଥିଲା। ସେଠାରୁ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ୍।
ଗଣିତ ମାଷ୍ଟରଙ୍କ ପାଖରୁ ପ୍ରିଣ୍ଟିଂ ମେସିନ, ବାଇକ, ସିନ୍ଦୂର, କାଚ ସହ କିଛି ଟଙ୍କା ଜବତ କରିଛି। ଏନେଇ ପ୍ରେସ୍ମିଟ୍ରେ SDPO ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1647412976.jpg)