Advertisment

୯ ବର୍ଷ ଶାରୀରିକ ସମ୍ପର୍କ ପରେ ବାହା ହେବାକୁ ଅମଙ୍ଗ ! ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

୯ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକାକୁ ଧରାଛୁଆଁ ଦେଉନାହିଁ ପ୍ରେମିକ। ଅନ୍ୟତ୍ର ବାହା ହେଉଥିବା କଥା ଶୁଣି ପ୍ରେମିକର ଦୁଆରେ ବସିଲେ ପ୍ରେମିକା। ଆଉ କହୁଛନ୍ତି, ନ୍ୟାୟ ନମିଳିଲେ ବିଷ ପିଇବି

ଅଦ୍ୟତନ ହୋଇଛି
Love, Sex, Dhoka

Love, Sex, Dhoka

Advertisment

ଆସିକା( ମନୋଜ ମୁନୀ) ମୋ ବିଶ୍ୱାସରେ ବିଷ ଦେଲା । ୯ ବର୍ଷ ପୂର୍ବରୁ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ମୋ ଭଉଣୀ ଅଛି କହି ମୋତେ ଭୁଲାଉଥିଲା । ସେ ଶାଶୂ ଘର ଗଲା ପରେ ତୋତେ ବିବାହ କରିବି । ଆମେ ମିଶିକି ରହିବା ବୋଲି କହୁଥିଲା । ସେଥିପାଇଁ ମୁଁ ଏତେ ବର୍ଷ ଅପେକ୍ଷା କଲି । ହେଲେ ଏବେ ଆଉ ଜଣଙ୍କୁ ବିବାହ କରିବି କହୁଛି । ପ୍ରେମ, ପ୍ରତାରଣା, ଧୋକାର ଏ ଆଉ ଏକ କାହାଣୀ ।

Advertisment

ଶାରୀରିକ ସମ୍ପର୍କ ରଖି ଭୁଲିଗଲା ପ୍ରେମିକ । ସାତ ଜନମର ସାଥୀ କରିବାର ପ୍ରତିଶ୍ରୁତି ଦେଇ ବିଶ୍ୱାସରେ ବିଷ ଦେଲେ । ତେବେ ପ୍ରେମିକର ଅନ୍ୟଠାରେ ବିବାହ ଠିକ୍ ହୋଇଥିବା ଜାଣି ହାତରେ ପ୍ରେମିକର ପାସପୋର୍ଟ ସାଇଜ୍ ଫଟୋ ଧରି ଧାରଣାରେ ବସିଛନ୍ତି ପ୍ରେମିକା । ଦୀର୍ଘ ୯ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ବିବାହ ପ୍ରତିଶୃତି ଦେଇ ପ୍ରେମିକ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ଶେରଗଡ଼ ଥାନା ଅନ୍ତର୍ଗତ ତୋଟା ସାହିରେ ଘଟିଛି।

ଶେରଗଡ଼ ବ୍ଲକ ହରେକୃଷ୍ଣପୁର ଗ୍ରାମର ଜୟଚଣ୍ଡୀ କୋଲନୀର ୩୫ ବର୍ଷୀୟା ମହିଳା ଝୁନୁ ନାଇକ ମୂଲ ଲାଗି ଜୀବିକା ଅର୍ଜନ କରନ୍ତି । ମା ମୋଚିଆଣି ନାଇକ ବୟସଙ୍କ ସହ ରହୁଥିଲେ । ତୋଟା ସାହିର ୩୦ ବର୍ଷୀୟ ଗଗନ ବାଡ଼ତ୍ୟା ଗତ ୯ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖୁଥିଲା । ବିବାହ କରିବ ବୋଲି ସ୍ୱପ୍ନ ଦେଖାଉଥିଲା । କିନ୍ତୁ ଗତ ୨୬ ତାରିଖ ଦିନ ପ୍ରେମିକ ଅନ୍ୟତ୍ର ବାହା ହେବା ଖବର ପାଇଥିଲେ । ଆଉ ଏନେଇ ଝୁନୁ ଶେରଗଡ଼ ଥାନାରେ ଅଭିଯୋଗ କରିଥିଲେ । ହେଲେ ନ୍ୟାୟ ନ ପାଇ ଶେଷରେ ଝୁନୁ ପ୍ରେମିକ ଗଗନଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ନ୍ୟାୟ ନ ମିଳିଲେ ବିଷ ଖାଇ ଆତ୍ମହତ୍ୟା କରିବି ବୋଲି କହିଛନ୍ତି।

Advertisment

ଏପଟେ ଧାରଣା ସ୍ଥଳରେ ଝୁନୁଙ୍କ ସହ ତାଙ୍କ ବୃଦ୍ଧା ମା ମଧ୍ୟ ବସିଛନ୍ତି । ଝିଅକୁ ନ୍ୟାୟ ନମିଳିବା ଯାଏ ଗଗନର ଘର ସମ୍ମୁଖରୁ ହଟିବୁ ନାହିଁ ବୋଲି ଅଡ଼ି ବସିଛନ୍ତି, ଯାହାକୁ ନେଇ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି।

Love Sex Dhoka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ