Advertisment

ମାଟି ତଳେ ଥିଲେ ଜଗନ୍ନାଥ, ୨ ବର୍ଷ ଧରି ମିଳୁଥିଲା ସ୍ୱପ୍ନାଦେଶ

ଘର ବାଡ଼ିରୁ ଜଗନ୍ନାଥଙ୍କ ଏହି ପଥର ମୂର୍ତ୍ତି ମିଳିଛି। ଗତ ୨ ବର୍ଷ ହେବ ବାରମ୍ବାର ସ୍ୱପ୍ନାଦେଶ ହେଉଥିଲା।

Lord Jagannath’s idol recovered in Soro

Lord Jagannath’s idol recovered in Soro

Advertisment

ବାଜୁଛି ଝାଞ୍ଜ ମୃଦଙ୍ଗ, ଚାଲିଛି ଭଜନ କୀର୍ତ୍ତନ...ଆଉ ଧୀରେ ଧୀରେ ବଢ଼ୁଛି ଲୋକଙ୍କ ଭିଡ଼। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଫୁଲରେ ଅତି ସୁନ୍ଦର ଭାବେ ସଜେଇ ଧୂପ, ଦୀପ ଦେଇ ଲୋକମାନେ ପୂଜାର୍ଚ୍ଚନା କରୁଛନ୍ତି। ବାଲେଶ୍ୱର ବାହାନଗା ବ୍ଲକ୍‌ ଅନ୍ତର୍ଗତ ଆରୁହାବାଡ଼ ପଞ୍ଚାୟତ ଅଗସ୍ତିସାହିର ଜଣେ ବ୍ୟକ୍ତିଙ୍କ ଘର ବାଡ଼ିରୁ ମହାପ୍ରଭୁ ଜଗନ୍ନାଥଙ୍କ ଏକ ପଥର ମୂର୍ତ୍ତି ମିଳିଛି। ଏଭଳି ଅଲୌକିକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

Advertisment

ସୂଚନା ଅନୁସାରେ, ଗତ ୩ ଦିନ ପୂର୍ବେ ଅଗସ୍ତିସାହିର କମଳାକାନ୍ତ ଅଗସ୍ତିଙ୍କ ଘର ବାଡ଼ିରୁ ଜଗନ୍ନାଥଙ୍କ ଏହି ପଥର ମୂର୍ତ୍ତି ମିଳିଛି। ଗତ ୨ ବର୍ଷ ହେବ କମଳାକାନ୍ତଙ୍କ ପୁଅ ଦିଲ୍ଲୀପଙ୍କୁ ବାରମ୍ବାର ସ୍ୱପ୍ନାଦେଶ ହେଉଥିଲା। ଏନେଇ ଚିନ୍ତାପ୍ରକଟ କରିବା ସହ ଜଣେ ପୂଜକଙ୍କ ପାଖକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ। ତେବେ କିଛିଦିନ ପୂର୍ବେ ଦିଲ୍ଲୀପ ବାଡ଼ି ପଛପଟେ ଥିବା ଗୋଟିଏ ବେଲ ଗଛ ପାଖରେ ମାଟି ଖୋଳିବା ଆରମ୍ଭ କରିଥିଲେ। ଏହି ସମୟରେ ପଥର ମୂର୍ତ୍ତି ତାଙ୍କ ଶାବଳରେ ବାଜିଥିଲା। ପରେ ମାଟି କାଢ଼ିବା ବେଳେ ସେ ଜଗନ୍ନାଥଙ୍କ ଏକ ପଥର ମୂର୍ତ୍ତି ତାଙ୍କୁ ମିଳିଥିଲା।

Advertisment

ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଲୋକମାନେ ଆସି ପୂଜାର୍ଚ୍ଚନା କରିବା ସହ ଭଜନ କୀର୍ତ୍ତନ କରୁଛନ୍ତି। 

Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ