Advertisment

ବ୍ୟାଙ୍କ ଖୋଲିନି, ହେଲେ ତା’ ପୂର୍ବରୁ ଲମ୍ବା ଲାଇନ୍....

ଆବେଦନ ପାଇଁ ସୀମିତ ସମୟ ଥିବାରୁ ନବରଙ୍ଗପୁର ୟୁନିୟନ ବ୍ୟାଙ୍କରେ ଟଙ୍କା ପୈଠ ଏବଂ ବ୍ୟାଙ୍କରେ ଖାତା ଖୋଲିବା ଲାଗି ବ୍ୟାଙ୍କ ସାମ୍ନାରେ ଭିଡ଼ ଦେଖିବାକୁ ମିଳିଛି l

Long Queues In Front Of Bank In Nabarangpur

Long Queues In Front Of Bank In Nabarangpur

Advertisment

ବ୍ୟାଙ୍କ ନଖୋଲିବା ଆଗରୁ ବ୍ୟାଙ୍କ ପରିସରରେ ଲାଗିଛି ଲମ୍ବା ଲାଇନ୍ । ଅସହ୍ୟ ଥଣ୍ଡାରେ ବ୍ୟାଙ୍କ ଆଗରେ ଭିଡ଼ ଜମାଇଛନ୍ତି ଚାଷୀ । ନବରଙ୍ଗପୁର ଜିଲ୍ଲା ୟୁକୋ ବ୍ୟାଙ୍କ ପରିସରର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଉଠା ଜଳସେଚନ ବିଭାଗ ପକ୍ଷରୁ ରିହାତି ଦରରେ ଚାଷୀଙ୍କୁ ଦିଆଯାଉଥିବା ବୋର୍‌ୱେଲ ଆବେଦନ ପାଇଁ ବ୍ୟାଙ୍କ ଆଗରେ ଅହେତୁକ ଭିଡ଼ ଜମିଛି ।

Advertisment

ଆବେଦନ ପାଇଁ ସୀମିତ ସମୟ ଥିବାରୁ ନବରଙ୍ଗପୁର ୟୁନିୟନ ବ୍ୟାଙ୍କରେ ଟଙ୍କା ପୈଠ ଏବଂ ବ୍ୟାଙ୍କରେ ଖାତା ଖୋଲିବା ଲାଗି ବ୍ୟାଙ୍କ ସାମ୍ନାରେ ଭିଡ଼ ଦେଖିବାକୁ ମିଳିଛି l ରାଜ୍ୟ ସରକାରଙ୍କ ନିୟମ ଅନୁସାରେ, ଆଗାମୀ ୧୬ ତାରିଖ ଆବେଦନର ଶେଷ ତାରିଖ ରହିଛି ।  

ଉଭୟ ଖରିଫ ଏବଂ ରବି ଫସଲ ଉତ୍ପାଦନ ଲାଗି ଭୁତଳ ଉଠା ଜଳସେଚନ ପାଇଁ ବିଦ୍ୟୁତ୍‌ ଏବଂ ସୋଲାର ମାଧ୍ୟମରେ ସଂଯୋଗ ନେଇ ବିଜ୍ଞାପନ ଦିଆଯାଇଛି l ୧୦ଟି ବ୍ଲକ୍‌ ପାଇଁ କେବଳ ୩ଟି ବ୍ୟାଙ୍କ ରହିଥିବାରୁ ଚାଷୀ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି ।

Advertisment

ଅନଲାଇନ୍ ମାଧ୍ୟମରେ ସରକାର ଆବେଦନ ପାଇଁ ସ୍ୱୀକୃତି ଦେଇଥିଲେ ମଧ୍ୟ ଆକାଉଣ୍ଟ ଖୋଲିବା ପାଇଁ ବ୍ୟାଙ୍କକୁ ଦୌଡ଼ୁଛନ୍ତି ଚାଷୀ l ଖବର ଲେଖାଯିବା ସୁଦ୍ଧା ଏନେଇ ସଂପୃକ୍ତ ବିଭାଗ କିମ୍ବା ବ୍ୟାଙ୍କ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

Bank
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ