ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ସମ୍ମୁଖରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଟିମ୍ । EOW ପରେ ଇଡି ଟିମ୍ ପହଞ୍ଚି ତନାଘନା କରିଛି । ମଜୁରୀ ନେଇ ଟଙ୍କା ବଦଳ ଖବର ସାମ୍ନାକୁ ଆସିବା ପରେ ଉଭୟ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି । ନୋଟ୍ ବଦଳାଇବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କୁ ଉଭୟ ଟିମ୍ ପଚରାଉଚରା କରିଥିଲା ।
EOWର ୨ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି । ଧାଡ଼ିରେ ଥିବା ଲୋକଙ୍କ ଆଧାରକାର୍ଡ ଯାଞ୍ଚ କରାଯାଇଛି । ସେମାନଙ୍କ ଟଙ୍କା କି ନୁହେଁ କିମ୍ବା ସେମାନଙ୍କୁ କିଏ ପଠାଇଛି ସେନେଇ EOW ଟିମ୍ ପଚରାଉଚରା କରିଛି । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ RBI ଭୁବନେଶ୍ୱର ଶାଖା ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି ।