Advertisment

ଗଣଶିକ୍ଷା ମନ୍ତ୍ରୀଙ୍କ ଇଲାକାରେ ଶିକ୍ଷକ ଅଭାବ...ପିଲାଙ୍କୁ ଗାଁ ଲୋକ ପଢାଉଛନ୍ତି ପାଠ

ସପ୍ତାହେରୁ ଅଧିକ ସମୟ ହେଲାଣି ନିଜ ଦାବି ପୂରଣ ଲାଗି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ କେଉଁଠି ସ୍କୁଲରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତ କେଉଁଠି ପାଠପଢା ପୂରା ଠପ୍‌ ହୋଇଗଲାଣି । କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମିଟିଂ ହେବା ପରେ ଗାଁ ଲୋକ ହିଁ ପିଲାଙ୍କୁ ପଢାଇବାର ନିଷ୍ପତ୍ତି ନିଆଗଲା

 teachers Problem

teachers Problem

Advertisment

ସ୍କୁଲ ଭିତରେ ପାଠ ପଢା ଚାଲିଛି...ବହି ଧରି କିଛି ମହିଳା ପିଲାଙ୍କୁ ପଢାଉଛନ୍ତି ପାଠ । ପିଲା ବି ପଢିବାରେ ବ୍ୟସ୍ତ । ହେଲେ ସେମାନେ କୌଣସି ଶିକ୍ଷକ ନୁହନ୍ତି ବରଂ ଗାଁର ମହିଳାମାନେ । ହଁ..ଠିକ୍‌ ଶୁଣିଛନ୍ତି ଆପଣ । ଗାଁର ମହିଳାମାନେ ସ୍କୁଲରେ ପଢାଉଛନ୍ତି ପାଠ । ଏମିତି ଦୃଶ୍ୟ ଦେଖିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବ କି ଶିକ୍ଷକଙ୍କ ବଦଳରେ ସେମାନେ କାହିଁକି ପିଲାଙ୍କୁ ପାଠ ପଢାଉଛନ୍ତି ? ହେଲେ ସେମାନେ ଯଦି ପାଠ ନପଢାଇବେ ତେବେ ପିଲା ମୁର୍ଖ ହୋଇଯିବେ । ତେଣୁ ଗାଁ ଲୋକଙ୍କ ନିଷ୍ପତ୍ତି କ୍ରମେ ପିଲାଙ୍କୁ ସେମାନେ ହିଁ ପଢାଉଛନ୍ତି ପାଠ ।

Advertisment

ସପ୍ତାହେରୁ ଅଧିକ ସମୟ ହେଲାଣି ନିଜ ଦାବି ପୂରଣ ଲାଗି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ କେଉଁଠି ସ୍କୁଲରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ତ କେଉଁଠି ପାଠପଢା ପୂରା ଠପ୍‌ ହୋଇଗଲାଣି । କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମିଟିଂ ହେବା ପରେ ଗାଁ ଲୋକ ହିଁ ପିଲାଙ୍କୁ ପଢାଇବାର ନିଷ୍ପତ୍ତି ନିଆଗଲା । ଖାଲି ନିଷ୍ପତ୍ତି ନିଆଗଲା ତାହା ନୁହେଁ ବରଂ ଗାଁର କେତେକ ପାଠୁଆ ମହିଳା ପିଲାଙ୍କୁ ଏବେ ପଢାଉଛନ୍ତି ପାଠ ।

ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନିର୍ବାଚନ ମଣ୍ଡଳୀର କୁଳିଅଣା ବ୍ଲକ ଅନ୍ତର୍ଗତ ବାଉଶକଣ୍ଟିଆ ଗାଁରେ ଏବେ ଶିକ୍ଷକଙ୍କ ସମସ୍ୟା ଦେଖାଯାଇଛି । ବାଉଁଶକଣ୍ଟିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୩୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ହେଲେ ଶିକ୍ଷକ ଅଛନ୍ତି ମାତ୍ର ୭ । ଆଉ ତାଙ୍କ ମଧ୍ୟରୁ ଅନେକ ଆନ୍ଦୋଳନରେ ଅଛନ୍ତି । ତେଣୁ ଏମିତି ସ୍ଥିତିରେ କେମିତି ପାଠ ପଢା ହେଉଥିବ ତାହା ସ୍ପଷ୍ଟ ଅନୁମେୟ । ସେପଟେ ସ୍କୁଲ ଓ ପିଲାଙ୍କ ପାଠପଢା ସମସ୍ୟାକୁ ନେଇ ଅଭିଭାବକ ଚିନ୍ତା ପ୍ରକାଶ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ କରିବା ଲାଗି ପ୍ରଶାସନ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ।

Advertisment

Villagers Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ