Advertisment

ରାଜସ୍ୱ ଯୋଗାଉଥିବା ରାସ୍ତା ସାଜିଛି ମରଣଯନ୍ତା : ୯ କିମିରେ ୯ ଶହ ବଡ଼ ବଡ଼ ଖାଲ

ଯେଉଁଠୁ ଅଧିକ ରାଜସ୍ୱ ମିଳୁଛି ସେଇଠି ନାହିଁ ରାସ୍ତା। ମାତ୍ର ୯ କିମି ରାସ୍ତାରେ ଯିବା ବେଳେ ସାମ୍ନା କରିବେ ୯ ଶହ ଖାଲ। ଟିକିଏ ଅସାବଧାନ ହେଲେ ସିଧା ପାହାଡ଼ ତଳେ

Road Condition In Koida

Road Condition In Koida

Advertisment

ରାସ୍ତା ନୁହେଁ ତ ମରଣଯନ୍ତା । ଟିକିଏ ଅସାବଧାନ ହେଲେ ସିଧା ପାହାଡ଼ ତଳେ । ଯେଉଁଠୁ ଅଧିକ ରାଜସ୍ୱ ମିଳୁଛି ସେଇଠି ରାସ୍ତାର ଅବସ୍ଥା ଅତି ଦୟନୀୟ । ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲାର ଶେଷ ପ୍ରାନ୍ତରେ ରହିଛି କୋଇଡା ବ୍ଲକ । ବ୍ଲକର ମୁଖ୍ୟ ରାସ୍ତା ଟେନସା ଠାରୁ ବାରସୁଆଁ ୯ କିଲୋମିଟର । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଖଣି ବୋଝେଇ ଟ୍ରକ ସହ ବସ ଏବଂ ଛୋଟ ବଡ଼ ଗାଡି ଯାଆସ କରିଥାନ୍ତି। ହେଲେ ମନ୍ଥର ଗତିରେ ରାସ୍ତା ନିର୍ମାଣ ସହ ନିମ୍ନମାନର କାର୍ଯ୍ୟ ଯୋଗୁଁ ବର୍ଷ ବର୍ଷ ଧରି ସରୁନି ୯ କିଲୋମିଟର ରାସ୍ତା କାମ । ଫଳରେ ୯ କିଲୋମିଟର ରାସ୍ତାରେ ସୃଷ୍ଟି ହେଲାଣି ୯ ଶହ ଖାଲ ।

Advertisment

ଟେନସା ଠାରୁ ବରସୁଆଁ । ମାତ୍ର ୯ କିମିର ରାସ୍ତା। ଆଉ ଏହି ୯ କିମି ରାସ୍ତାରେ ଯିବା ବେଳେ ଆପଣ ପାଇବେ ୯ ଶହରୁ ଅଧିକ ଖାଲ। ଏହି ରାସ୍ତା ଦେଇ କୋଇଡାରୁ ରାଉରକେଲା, ତାଳଚେର, ପାରାଦୀପ ସହ ରାଜ୍ୟ ବାହାରକୁ ପରିବହନ ହୋଇଥାଏ ଲୁହାପଥର । ଆଉ ସେହି ଲୁହାପଥର ବୋଝେଇ ଟ୍ରକ୍ ପାଇଁ ଏ ରାସ୍ତାରେ ଏମିତି ଅବସ୍ଥା । ସେପଟେ ରାସ୍ତାକୁ ସଜାଡ଼ିବାକୁ ମାସମାସ ଧରି କାମ ଚାଲିଛି ସତ କିନ୍ତୁ କିଛି ଲାଭ ହେଉନି। କାରଣ ମେସିନ୍ ବଦଳରେ ମଣିଷ କରୁଛି କାମ ।

ରାସ୍ତା ଅବସ୍ଥା ଏମିତି ହେଲାଣି ଯେ କୋଉଟା ରାସ୍ତା ଆଉ କୋଉଟା ପାହାଡ଼ର ଅଂଶ ଜାଣିବା ମୁସ୍କିଲ। ପ୍ରବଳ ଧୂଳି ଉଡ଼ୁଥିବାରୁ ଡ୍ରାଇଭରକୁ ଠିକ୍‌ରେ ରାସ୍ତା ବି ଦେଖାଯାଉନି। ତେଣୁ ଅଧିକାଂଶ ସମୟ ରାସ୍ତାରେ ଘଟୁଛି ଦୁର୍ଘଟଣା। ଆଉ ଯେଉଁ ଟିକିକ କାମ ହୋଇଛି ତାହା ପୁଣି ଅତି ନିମ୍ନ ମାନର। କାମ ବେଳେ ନା ବିଭାଗୀୟ ଅଧିକାରୀ ଆସୁଛନ୍ତି ନା କୋଉ ବଡ଼ ପ୍ରଶାସନ। କାହାର ଦେଖା ମିଳୁନି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏହି କାର‌୍ୟ୍ୟ ପୂର୍ତ୍ତ ବିଭାଗକୁ ଦେଇଥିବା ବେଳେ କାର‌୍ୟ୍ୟକୁ ଠିକାଦାର ଓ ବିଭାଗୀୟ ମଧୁଚନ୍ଦ୍ରିକା ସାଜିଥିବା ଅଭିଯୋଗ ହୋଇଛି ।

Advertisment

ଖରାପ ରାସ୍ତା ଯୋଗୁଁ ରାଉରକେଲାକୁ ରୋଗୀ ଯାଇପାରୁନାହାନ୍ତି କି ଜରୁରୀ କାମରେ ସରକାରୀ ଅଫିସ୍‌କୁ ବି ଯାଇପାରୁନାହାନ୍ତି। ରୋଗୀଙ୍କୁ ରେଫର କରିବାକୁ ଡରୁଛନ୍ତି ଖୋଦ୍ ଡାକ୍ତର। ଖାଲି ରୋଗୀ ନୁହେଁ ରାସ୍ତା ପାଇଁ ହନ୍ତ ସନ୍ତ ହେଉଛନ୍ତି ବଡ଼ବିଲ, କୋଇଡା, ଟେନସା ଅଞ୍ଚଳ ବାସିନ୍ଦା ।

ତେବେ ରାସ୍ତା କାମର ଭିଜିଲାନ୍ସ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ସେପଟେ ମନୋଜ ମହାନନ୍ଦ , ପୂର୍ତ୍ତ ବିଭାଗ ରାଉରକେଲାର ଅଧିକ୍ଷଣ ଯନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

Advertisment

କୋଇଡ଼ାରୁ ସୁନୀଲ କୁମାର ପଣ୍ଡାଙ୍କ ରିପୋର୍ଟ, ଓଟିଭି

Poor Road Condition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ