Advertisment

ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ପାଣି ଆଉ ପାଣି...ଘର ଭିତରେ ପାଣି ପଶିବାରୁ ଜିନିଷପତ୍ର ନଷ୍ଟ

ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ବେହାଲ। ରାଜୀବନଗର ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷାରେ ଘରଦ୍ୱାରରେ ୪ ଫୁଟ ଉଚ୍ଚର ପାଣି ପଶିଯାଇଥିଲା।

Locals express distress after water enters houses in Bhubaneswar

Locals express distress after water enters houses in Bhubaneswar

Advertisment

ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ବେହାଲ। ଆଇଗିଣିଆ ସ୍ଥିତ ରାଜୀବନଗର ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷାରେ ଘରଦ୍ୱାରରେ ୪ ଫୁଟ ଉଚ୍ଚର ପାଣି ପଶିଯାଇଥିଲା। ଫଳରେ ଲୋକଙ୍କ ଆସବାବପତ୍ରଠୁ ଆରମ୍ଭ କରି ଦୋକାନରେ ଥିବା ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

Advertisment

ବର୍ଷା ପାଣି ଭିତରୁ ଏବେ ଲୋକେ ନିଜ ନିଜର ସାମଗ୍ରୀ ଖୋଜୁଛନ୍ତି। କେମିତି ପୁଣି ସ୍ଥିତି ସ୍ୱାଭାବିକ ହେବ ସେନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଚିନ୍ତାରେ। କେବଳ ଘର ଓ ଦୋକାନ ସାମଗ୍ରୀ ନୁହେଁ ଲୋକଙ୍କ ଗାଡ଼ି ମଧ୍ୟ ପାଣିରେ ବୁଡ଼ିଯାଇଥିଲା । ଫଳରେ ଗାଡ଼ି ଗୁଡ଼ିକ ନଷ୍ଟ ହୋଇଯାଇଛି ।

ସେପଟେ ଖଣ୍ଡଗିରି ଅଞ୍ଚଳରେ ବି ଲୋକଙ୍କ ଅବସ୍ଥା ସଂଗୀନ । ଲେନ୍‌ ୨ ଅଞ୍ଚଳରେ ରାସ୍ତା ଉପରେ ପାଣିର ସୁଅ ଛୁଟିବା ସହ ଲୋକଙ୍କ ଘରେ ପାଣି ପଶି ଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଜାଗମରା ଜଗମୋହନ ନଗର ଅଞ୍ଚଳରେ ବି ଦୟନୀୟ ସ୍ଥତି ଦେଖିବାକୁ ମିଳିଛି।

Advertisment

ଘରେ ପାଣି ଓ ରାସ୍ତାରେ ପାଣି ଚାଲିବାରୁ ଲୋକେ ସାରା ରାତି ଅନିଦ୍ରା ହୋଇ ବସିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଏଭଳି ସ୍ଥିତି ଲୋକଙ୍କୁ କଲବଲ କରିଛି।

Water Logging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ