Advertisment

ଗଞ୍ଜେଇ ଚାଲାଣ ପଣ୍ଡ କରିବାକୁ ଯାଇଥିଲେ କନଷ୍ଟେବଲ, ହେଲେ ଫସିଗଲେ ନିଜେ...

ରାତି ଅଧରେ ଗାଁରେ ପଶି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ୨ ଜଣ ଅବକାରୀ ବିଭାଗର କନଷ୍ଟେବଲଙ୍କୁ ଗାଁ ଲୋକେ ଅଟକ ରଖିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Locals Detain Two Constable In Koraput

Locals Detain Two Constable In Koraput

Advertisment

ମହଙ୍ଗା ପଡ଼ିଲା ଘରୋଇ ଗାଡ଼ିରେ ରାତି ଅଧିଆ ପାଟ୍ରୋଲିଂ। ରାତି ଅଧରେ ଗାଁରେ ପଶି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ୨ ଜଣ ଅବକାରୀ ବିଭାଗର କନଷ୍ଟେବଲଙ୍କୁ ଗାଁ ଲୋକେ ଅଟକ ରଖିଥିଲେ। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଡଙ୍ଗବିର ଗାଁରେ ଏହି ଘଟଣା ଘଟିଛି। ଗାଁ ଲୋକେ ଖାଲି କନଷ୍ଟେବଲଙ୍କୁ ଅଟକ ରଖି ନଥିଲେ ବରଂ ଗାଡ଼ିର ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖିଥିଲେ। ଏହାସହ ଗାଡ଼ି ଭଙ୍ଗାରୁଜା ମଧ୍ୟ କରିଥିଲେ। ଘଟଣାସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ୨ କନଷ୍ଟେବଲଙ୍କ ସମେତ ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି।

Advertisment

ଗୁଇନ୍ଦା ସୂଚନା ଆଧାରରେ ଗଞ୍ଜେଇ ଚୋରା ଚାଲାଣ ଲାଗି ଯୋଜନା ହେଉଥିବା ଖବର ଅବକାରୀ ବିଭାଗକୁ ମିଳିଥିଲା। ଏହାପରେ ବିଳମ୍ବିତ ରାତିରେ ଘରୋଇ ଗାଡ଼ି ନେଇ ୨ ଜଣ ଅବକାରୀ ବିଭାଗର କନଷ୍ଟେବଲ ଡଙ୍ଗବିର ଗାଁକୁ ଯାଇଥିଲେ। ହେଲେ ସେଠାରେ ସେମାନେ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣି ଗାଁ ଲୋକେ ଅଟକ ରଖିଥିଲେ। ଏହାସହ ଗାଡ଼ି ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖିଥିଲେ। କନଷ୍ଟେବଲଙ୍କ ଗାଡ଼ି ପଛରେ ଯାଉଥିବା ଏକ ଛେଳି ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ମଧ୍ୟ ଗାଁ ଲୋକେ ଅଟକ ରଖିଥିଲେ। 

ଅବକାରୀ ବିଭାଗର ୨ କନଷ୍ଟେବଲ ଫ୍ଲାଇଂ ସ୍କ୍ୱାଡ୍‌ର ନିର୍ଦ୍ଦେଶରେ ଗାଁକୁ ଆସିଥିବା କଥା କହିଥିଲେ ମଧ୍ୟ ଗାଁ ଲୋକେ ସେମାନଙ୍କୁ ଛାଡ଼ି ନଥିଲେ। ପୋଲିସ୍‌ ଆସିଲେ ସମସ୍ତ ତଥ୍ୟ ଦେଲେ ୨ ଅଧିକାରୀଙ୍କୁ ଛଡ଼ାଯିବ ବୋଲି ଗ୍ରାମବାସୀ କହିଛନ୍ତି। ଶେଷରେ ଘଟଣାସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ୨ କନଷ୍ଟେବଲଙ୍କ ସମେତ ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି।

Advertisment
Ganja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ