Advertisment

ପାଇଖାନା ଦୁର୍ନୀତି ! ରଡ୍ ନୁହଁ ବାଉଁଶ-କାଠ ଉପରେ ପଡିଲା ଛାତ

ସାଧାରଣତଃ ରଡ୍ ଦେଇ ଛାତ ତିଆରି ହୋଇଥାଏ। ହେଲେ କେବେ ଜାଣିଛନ୍ତି ବାଉଁଶ ଓ କାଠରେ ଛାତ ପଡିବା। କୋରାପୁଟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

toilet scam

toilet scam

Advertisment

ରଡ୍ ନାହିଁ। ପଡିଲା ଛାତ। ବାଉଁଶ ଓ ଜରି ପକାଇ ତିଆରି କଲେ ପାଇଖାନା। ହେଲେ ଦିନକ ପରେ ଭୁଶୁଡି ଗଲା ଛାତ। ଏମିତି ଚାଲିଛି ସରକାରୀ ପାଇଖାନା ତିଆରି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଲୋକମାନଙ୍କୁ ଭୁଆଁ ବୁଲାଇ ଏମିତି ଟଙ୍କା ଆତ୍ମସାତ କରୁଛନ୍ତି ଠିକାଦାର।

Advertisment

ସ୍ଵଚ୍ଚ ଭାରତ ମିଶନ ଯୋଜନାରେ ପାଇଖାନା ତିଆରି ପାଇଁ କୋଟି କୋଟି ଟଙ୍କା ଆସୁଛି। ହେଲେ ଗରିବଙ୍କ ପାଇଁ ନାମକୁ ମାତ୍ର ପାଇଖାନାଟିଏ ତିଆରି କରି ଅର୍ଥ ଆତ୍ମସାତ କରାଯାଉଛି। ଲୁହା ରଡ଼ ପରିବର୍ତ୍ତେ ବାଉଁଶ ଓ ଜରି ପକାଇ ପାଇଖାନା ଟାଙ୍କି ତିଆରି କରାଯିବା ଦେଖିବାକୁ ମିଳିଛି।

ନାମକୁ ମାତ୍ର ଦୁଇ ଫୁଟ ଗାତ ଖୋଳି ତା ଉପରେ କାଠ-ବାଉଁଶ ପକାଇ ପାଇଖାନା ଟାଙ୍କି ତିଆରି କରାଯାଇଛି। ଲମତାପୁଟ ବ୍ଲକ ଚାରାଗୁଡା ଗାଁରେ ଏମିତି ୧୨ ଜଣଙ୍କୁ ପାଇଖାନା ମିଳିଛି। ଯାହାକି ବ୍ୟବହାର ପୂର୍ବରୁ ଭାଙ୍ଗିରୁଜି ଯାଇଛି। କାମ ନେଇ ଠିକାଦାରଙ୍କୁ ଅଭିଯୋଗ କଲେ ସେ ଶୁଣୁ ନାହାଁନ୍ତି।

Advertisment

ଖାଲି ଏତିକି ନୁହେଁ, ପାଇଖାନା ତିଆରିର ମିଛ ବିଲ କରି ଠିକାଦାର ଟଙ୍କା ଉଠାଇ ନେଇଥିବା ବେଳେ ଶ୍ରମିକମାନଙ୍କୁ ଆଜି ପର୍ଯ୍ୟନ୍ତ ମଜୁରୀ ମିଳିନାହିଁ। ଏନେଇ ଲମତାପୁଟ ବିଡିଓଙ୍କୁ ପଚାରିରୁ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି।

କେବଳ ଚାରାଗୁଡା ଗାଁ ନୁହେଁ, ଲମତାପୁଟ ବ୍ଲକର ଅନେକ ଗାଁରେ ଏମିତି ହୋଇଛି ପାଇଖାନା ତିଆରିରେ ଦୁର୍ନୀତି। ସଠିକ ତଦନ୍ତ ହେଲେ ପ୍ରକୃତ ଘଟଣା ପଦାକୁ ଆସିବ।

Advertisment

କୋରାପୁଟ ଜିଲ୍ଲା ଲମତାପୁଟରୁ ଜଗତ ଜୀବନ କଚ୍ଚିମଙ୍କ ରିପୋର୍ଟ, ଓଟିଭି।

Toilet Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ