Advertisment

ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ସରିଗଲେ କିଏ କାହାର...ସ୍ବାଧୀନତାର ୭୫ବର୍ଷ ପରେ ମିଳୁନି ମୌଳିକ ସୁବିଧା

ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ଭୋଟ୍ ସରିଗଲେ କିଏ କାହାର । ସ୍ବାଧୀନତାର ୭୫ବର୍ଷ ପରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ପାଦଚଲା ରାସ୍ତା ଓ ଗୋଳିଆ କୂଅ ପାଣିରେ ବିତୁଛି ଜୀବନ ।

ଅଦ୍ୟତନ ହୋଇଛି
undefined

Locals allege negligence work

Advertisment

ଭୋଟ୍ ପାଖେଇଲେ ପ୍ରତିଶ୍ରୁତିର ପାହାଡ଼, ଭୋଟ୍ ସରିଗଲେ କିଏ କାହାର । ନେତାଙ୍କୁ ଜନତାଙ୍କ ଏଇ ଆକ୍ଷେପ ସାରା ରାଜ୍ୟରେ । ତେବେ ଏ ଆକ୍ଷେପ ମନଗଢ଼ା ନୁହେଁ, ଜୀବନ୍ତ ପ୍ରମାଣ ସହ ଦେଉଛନ୍ତି । ପିଇବା ପାଣିରୁ ପୋଲ ଯାଏଁ ସବୁଠି ମୌଳିକ ସୁବିଧା ପୂରଣରେ ଅବହେଳାକୁ ନେଇ ଅଭିଯୋଗ ।

Advertisment

ଭୋଟ୍ ବେଳେ ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଥିବା ନେତାଙ୍କ ଉପରେ କ୍ଷୋଭ କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ପ୍ରଶାସନ ଉପରେ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନାଠାରୁ ଯୋଜନ ଯୋଜନ ଦୂରରେ ଥିବା ଟାଙ୍ଗି-ଚୌଦ୍ବାର ବ୍ଲକ  କାୟାପଲ୍ଲୀ ଗାଁ । ଦେଖିଲେ ପ୍ରଶ୍ନ ଉଠୁଛି, ଏକଦା ରାଜ୍ୟର ଶିଳ୍ପ ମାନଚିତ୍ରରେ ଝଟକୁଥିବା ଚୌଦ୍ବାର ବ୍ଲକରେ ପୁଣି ଅଛି ଏମିତି ନାହିଁ ନାହିଁର ଗାଁ ? ଯେଉଁଠିକୁ ସ୍ବାଧୀନତାର ୭୫ବର୍ଷ ପରେ ବି ସେଇ ପାଦଚଲା ରାସ୍ତା, ଅଚଳ ପଡ଼ିଛି ଏକମାତ୍ର ନଳକୂଅ, ଗୋଳିଆ ପାଣି କୂଅ ପାଖେ ଗରା ବାଲଟି ଧରି ଲାଗୁଛି ମହିଳାଙ୍କ ଭିଡ଼। ସେମିତି ଗାଁ ସାରା ଖେଲି ନୂଆଁଣିଆ ପଲିଥିନ୍ ଘେରା ମାଟି ଘର। ଲୋକେ ପ୍ରଶ୍ନ ଉଠାଇବା ସ୍ବାଭାବିକ। 

ବିଜୁ ପକ୍କା ଘର, ବସୁଧା ଯୋଜନା ଓ ସବୁ ଗାଁକୁ ପକ୍କା ସଡକ ନେଇ ସରକାର ଯେଉଁ ପ୍ରଚାର ଚଳାଇଛନ୍ତି ତାହା କଣ ଖାଲି ମିଛ ଡିଣ୍ଡିମ ? ତାସହ କହୁଛନ୍ତି, ନିର୍ବାଚନ ବେଳେ ଗାଁ ଲୋକଙ୍କୁ ମିଛ-ଲାଞ୍ଚର ପ୍ରଲୋଭନରେ ଫସାଇ ନେତା ଭୋଟ୍ ନେଇ ପାର୍ । ଜିତିଗଲେ ଆମେ କିଏ ନା ସେ କିଏ।  ସେମିତି ଏହି ବ୍ଲକ୍ ଅଧିନରେ ଯାଉଥିବା ଗୋଡ଼ଧୁଆ ଗାଁରେ ଗରିବ ଲୋକଙ୍କୁ ନା ମିଳୁଛି ସ୍ଥାୟୀ ଜମିପଟ୍ଟା ନା ଜମି । ସେପଟେ ସାଲେପୁର ନିର୍ବାଚନ ମଣ୍ଡଳୀର ୧୩ଟି ପଞ୍ଚାୟତରେ ବି ଅଛି ଅଧିକ ଗାଁ, ସବୁଠି ପ୍ରତାରଣାର ଚିତ୍ର ଉଣା ଅଧିକେ ସମାନ। ଆଉ ନିର୍ବାଚନ ବେଳ ପାଖେଇ ଆସୁଥିବାରୁ ପୁଣି ଉନ୍ନୟନମୂଳକ କାର୍ଯ୍ୟର ପ୍ରତିଶ୍ରୁତି ସାଙ୍ଗକୁ ଲୋକଙ୍କୁ ବିକାଶର ସ୍ବପ୍ନ ଦେଖା ଚାଲିଥିବା ଅଭିଯୋଗ ହେଉଛି ।

Advertisment

  ଏଠି ନଦୀ ଉପରେ ପୋଲଟିଏ ପାଇଁ ଲୋକଙ୍କ ଦୀର୍ଘଦିନର ଗୁହାରି ଶୁଣାହେଲା ସତ ହେଲେ ନିର୍ମାଣ ଚାଲୁଛି ଯେ ଚାଲୁଛି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଛୋଟି-ମୁଗବାଡ଼ି ରାସ୍ତାରେ ବିରୁପା ନଦୀ ଉପରେ ନିର୍ମାଣଧୀନ ଏହି ବିଜୁ ସେତୁ କାମ ୨୦୨୦ରେ ସାରିବାକୁ ଡେଡଲାଇନ୍ ଥିଲା, ହେଲେ ଆଉ ୪ବର୍ଷ ପାର୍ ହୋଇସାରିଲାଣି । ସେତୁ ନିର୍ମାଣ ହୋଇଗଲେ କେନ୍ଦ୍ରାପଡ଼ା ଓ ଡେରାବିଶ୍ ବ୍ଲକ ସହ ଯାଜପୁର ଜିଲ୍ଲାର ବରୀ ଓ ବଡ଼ଚଣାର ଶତାଧିକ ଗାଁକୁ ଯୋଗାଯୋଗ ସୁଗମ ହୋଇଯିବ ବୋଲି ଲୋକେ କହୁଛନ୍ତି, ହେଲେ ଜଣେ ଲୋକସଭା ସାଂସଦଙ୍କ ଅମଳର କାମ ଆଉଜଣେ  ସାଂସଦଙ୍କ ଅମଳରେ ବି ଶେଷ ହୋଇନପାରିବାକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ତେଣେ ଅଧାପନ୍ତରିଆ କାମ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ କହିଛନ୍ତି ଦୁଇଟି ସେତୁକୁ ସଂଯୋଗ ଲାଗି ଟେକ୍‌ନିକାଲ ସମସ୍ୟା ଥିଲା, ଏକ୍ସପର୍ଟ କମିଟି ପ୍ଲାନ୍ ଦେଲେ ଶୀଘ୍ର ନିର୍ମାଣ କାମ ସରିଯିବ ।

ଗାଁକୁ ରାସ୍ତା ହେଉ କି ପିଇବା ପାଣିର ସୁବିଧା, ଅବା ଅଧାଗଢ଼ା ପୋଲ। ଭୋଟ୍ ବେଳେ ନେତାଙ୍କ ସବୁ ତିଆରି କରିଦେବାର ନିର୍ଭର ପ୍ରତିଶ୍ରୁତି ଭୋଟ୍ ସରିଗଲେ ପାଣିର ଗାର ପାଲଟୁଥିବାରୁ ସବୁଠି ଜନତାଙ୍କ ଆକ୍ଷେପ- କହିଲେନି ଲୋକେ ।

Advertisment

ଚୌଦ୍ବାରରୁ ପ୍ରକାଶ ନାୟକଙ୍କ ସହ କେନ୍ଦ୍ରାପଡ଼ାରୁ ମନୋଜ ସ୍ବାଇଁଙ୍କ ରିପୋର୍ଟ, ଓଟିଭି

Demand Rural Development
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ