Advertisment

ଏଇଟା ରେଲୱେ ପୋଲ ଅଣ୍ଡରପାସ୍‌ ନା ସ୍ୱିଇମିଂପୋଲ୍‌

ଲୋକଙ୍କ ସୁବିଧା ଲାଗି ତିଆରି ହେଲା ରେଲୱେ ଭୂତଳ ପୋଲ । ହେଲେ ଘଂଟାଏ ବର୍ଷା ହେଲା ଜମୁଛି ଅଂଟାଏ ଲେଖାଏଁ ପାଣି । ଟିକିଏ ଅସାବଧାନ ହେଲେ ବୁଡ଼ିଯିବାର ବି ଭୟ ରହିଛି

construction of Railway Bridge

construction of Railway Bridge

Advertisment

ବଲାଙ୍ଗୀର ଟିଟିଲାଗଡ ସହରରେ ଥିବା ରାଧାକୃଷ୍ଣ ମନ୍ଦିର ମୁଖ୍ୟ ରାସ୍ତା ପାଖରେ ଥିବା ରେୱେ ବିଭାଗର ଭୂତଳ ପୋଲ ଦେଇ ଏବେ ଯିବାଆସିବା କରିବାକୁ ଡରୁଛନ୍ତି ଲୋକେ । କାରଣ ଏହି ରାସ୍ତାରେ ପ୍ରତି ପାଦେ ପାଦେ ଅଛି ବିପଦ । ଟିଟିଲାଗଡ ରେଲୱେ ଷ୍ଟେସନକୁ ପ୍ରତିଦିନ ଶହଶହ ଲୋକ ଯିବାଆସିବା କରନ୍ତି । ହେଲେ ଏ ପୋଲ ପାଇଁ ଅଧିକାଂଶ ଯାତ୍ରୀ ଆସିବାକୁ ଆଉ ରାଜି ହେଉନାହାନ୍ତି ।

Advertisment

ପୂର୍ବରୁ ଅଧିକାଂଶ ସମୟରେ ଟ୍ରେନ୍‌ ପାଇଁ ଗେଟ୍‌ ପଡିଯାଇଉଥିବାରୁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ରେଲୱେ ପକ୍ଷରୁ ଭୂତଳ ବ୍ରିଜ୍‌ ତିଆରି କରାଗଲା । ହେଲେ ନିର୍ମାଣ ଢାଞ୍ଚା ଭୁଲ ଥିବାରୁ ଏବେ ଟିକିଏ ବର୍ଷା ହେଲେ ଅଣ୍ଟାଏ ଉଚ୍ଚର ଜମିରହୁଛି ପାଣି । ସମସ୍ୟା ଏତିକିରେ ସରିନି ବରଂ ପୋଲ ତଳେ ଅନେକ ଗର୍ତ୍ତ ହୋଇଥିବାରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ବି ହେଉଛି । ଜାଣିଆଶ୍ଚର୍ଯ୍ୟ ହେବେ କି, ଏହି ରାସ୍ତା ସ୍ଥାନୀୟ ଅଂଚଳର ମୁଖ୍ୟ ରାସ୍ତା ହୋଇଥିବା ପରେ ବି ରେଲୱେ ଭୂତଳ ପୋଲ ସାମ୍ନାରେ ସ୍ପଷ୍ଟ ଭାବରେ ଲେଖାଯାଇଛି ସ୍କୁଲ ବସ୍‌ ଯିବା ନିଷେଧ । ତେଣୁ ଥରେ ଚିନ୍ତା କରନ୍ତୁ ଏହି ପୋଲ ଲୋକଙ୍କ ସୁବିଧା କରୁଛି ନା ଅସୁବିଧା ?

ଏହି ପୋଲ ପାଇଁ ୨୦୧୯ ମସିହା ଅଗଷ୍ଟ ୨୨ ତାରିଖରେ ୧୧ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୂର୍ବତଟ ରେଲୱେ ପକ୍ଷରୁ ଏହାର ଉଦଘାଟନ ହୋଇଥିଲା । ଏହାରି ଭିତରେ ୪ ବର୍ଷ ବିତିଗଲାଣି...ଅନେକ ଅଭିଯୋଗ ଆସିଲାଣି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଏମିତିକି ମାମଲା ଯାଇ କୋର୍ଟରେ ପହଞ୍ଚିବା ପରେ ରେଲୱେ ଓ ଟିଟିଲାଗଡ ପୌରପରିଷଦକୁ କାରଣ ଅନୁଧ୍ୟାନ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଆଦେଶ ଦେଇଥିଲେ କୋର୍ଟ । ରେଲୱେ ଯନ୍ତ୍ରୀ ଓ ପୌରପରିଷଦ ଅଧିକାରୀ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ବୋଲି କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । କିନ୍ତୁ ଏବେ ବି ସ୍ଥିତିରେ ସୁଧାର ନଆସିଥିବାରୁ ତେଜୁଛି ଅସନ୍ତୋଷ ।

Advertisment

(ଟିଟିଲାଗଡରୁ ଅବିନାଶ ନନ୍ଦଙ୍କ ରିପୋର୍ଟ)

Indian Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ